କରୋନାରେ ନିଆରା ବିବାହ! ହାତରେ ନୁହେଁ ବରଂ ପରସ୍ପରକୁ ବାଡ଼ିରେ ବରଣମାଳା ପିନ୍ଧାଇଲେ ବର-କନ୍ୟା

କରୋନା ମହାମାରୀ ମଧ୍ୟରେ ବିହାରର ଏକ ବିବାହ ଏବେ ଚର୍ଚ୍ଚାରେ ରହିଛି। ଏହି ବାହାଘରରେ ବର କନ୍ୟା ସାମାଜିକ ଦୂରତ୍ୱ ପାଳନ କରି ବାଡ଼ିରେ ପରସ୍ପରକୁ ବରଣମାଳା ପିନ୍ଧାଇଛନ୍ତି। ଏଭଳି ଭାବେ ପ୍ରଥାକୁ ପାଳନ କରିଥିବାରୁ ଏହି ବିବାହ ଏବେ ସବୁଆଡ଼େ ଚର୍ଚ୍ଚାରେ ରହିଛି।

marriage2
Image Credit: Aaj tak

କରୋନା ସମୟରେ ସାମାଜିକ ଦୂରତ୍ୱ ଓ ମାସ୍କ ଲଗାଇବାକୁ ଗାଇଡଲାଇନ ଜାରି କରାଯାଇଛି। ଏଭଳି ସ୍ଥିତିରେ ଏମିତି ବିବାହ କରି ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି। ବର କହିଛନ୍ତି ଯେ ଏହି ବିବାହ ତାଙ୍କର ସବୁଦିନ ପାଇଁ ମନେ ରହିବ। ଖାସ୍ କରି ବାଡ଼ି ସାହାଯ୍ୟରେ ବରଣମାଳା ପିନ୍ଧାଇବା ରସମ୍ କୁ ସେ କେବେ ବି ଭୁଲି ପାରିବେ ନାହିଁ।

marriage3
Image Credit: Aaj tak

ଏହି ନିଆରା ବିବାହ ବିହାରର ତେଘଡ଼ା ଅଞ୍ଚଳରେ ଅନୁଷ୍ଠିତ ହୋଇଛି। ଏଠାକାର ଗିରିଧାରୀଲାଲ ସୁଲତାନିଆଙ୍କ ପୁଅ କୃତେଶ କୁମାରଙ୍କ ବିବାହ ଜ୍ୟୋତି କୁମାରୀଙ୍କ ସହ ଏପ୍ରିଲ ୩୦ ରେ ହୋଇଥିଲା। ସମସ୍ତେ କରୋନା ନିୟମ ପାଳନ କରି ମାସ୍କ ପିନ୍ଧିଥିଲେ। ଏଥିସହ ମାତ୍ର ୫୦ ଜଣଙ୍କୁ ନେଇ ଏହି ବିବାହ ଆୟୋଜିତ ହୋଇଥିଲା।

Leave A Reply

Your email address will not be published.