Odisha News

BSNLର ‘ଭାଲେଣ୍ଟାଇନ ଡ଼େ’ ଭେଟି, ଏଣିକି ଗ୍ରାହକଙ୍କୁ ମିଳିବ ୨୪୦ଦିନରୁ ଅଧିକ ସମୟର ବୈଧତା

ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ଗ୍ରାହକଙ୍କ ପାଇଁ ଏକ ଖାସ ଅଫର ନେଇ ଆସିଛି । ଅଫର ଅନୁସାରେ ୟୁଜର୍ସ ମାନଙ୍କୁ ୯୯୯ ଟଙ୍କିଆ ପ୍ରିପେଡ଼ ପ୍ଲାନର ଅବଧି କିଛି ଦିନ ପାଇଁ ବଢିଯାଇଛି । କିନ୍ତୁ ବିଶେଷ କଥା ହେଉଛି ଉପଭୋକ୍ତା ମାନେ ଏହି ଅଫରକୁ ଫେବୃଆରୀ ୧୫ ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ହିଁ ଲାଭ ଉଠାଇପାରିବେ । ଅବଶ୍ୟ ଏହି ପ୍ଲାନରେ ଉପଭୋକ୍ତା ମାନେ ଆଗ ଭଳି କଳିଙ୍ଗ ସୁବିଧା ବି ମିଳିପାରିବ । ଏହା ପୂର୍ବରୁ ମଧ୍ୟ କମ୍ପାନୀ ତରଫରୁ କେତେକ ଖାସ ଅଫର ସବୁକୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଥିଲା । ତେବେ ଆସନ୍ତୁ ଥରେ ବିଏସଏନଏଲର ଏହି ପ୍ଲାନ ଗୁଡିକ ଉପରେ ଏକ ନଜର ପକାଇବା :

bsnl plan

ବିଏସଏନଏଲର ୯୯୯ ଟଙ୍କିଆ ପ୍ଲାନ:

ଏହି ପ୍ଲାନ ଜରିଆରେ ଉପଭୋକ୍ତା ମାନଙ୍କୁ ଅନ୍ୟ ସମସ୍ତ ନେଟୱର୍କକୁ କଲ ପାଇଁ ପ୍ରତିଦିନ ୨୫୦ ମିନିଟ ମିଳିବ । ଅବଶ୍ୟ ଏଥିରେ ୟୁଜର୍ସ ମାନଙ୍କୁ ଡାଟା କି ଏସଏମଏସ ସୁବିଧା ଦିଆଯାଇନାହିଁ । କିନ୍ତୁ ଏଥିରେ ଉପଭୋକ୍ତା ମାନଙ୍କୁ ହେଲୋ ଟ୍ୟୁନ ସବସ୍କ୍ରିପସନର ସୁବିଧା ମାତ୍ର ୨ ମାସ ପାଇଁ ମିଳିବ ।

ବିଏସଏନଏଲର ୧,୬୯୯ ଟଙ୍କିଆ ପ୍ଲାନ:

ୟୁଜର ମାନଙ୍କୁ ଏହି ପ୍ଲାନରେ ପ୍ରତିଦିନ ୨ ଯିବି ଡାଟା ସମେତ ୧୦୦ ଏସଏମଏସ ସୁବିଧା ବି ମିଳିପାରିବ । ଏହାବାଦ ୟୁଜର କୌଣସି ନେଟୱର୍କକୁ କଳିଙ୍ଗ ପାଇଁ ୨୫୦ ମିନିଟ ପର୍ଯ୍ୟନ୍ତ ସମୟ ମିଳିପାରିବ । ଯେବେକି ଏହି ପ୍ଲାନର ଅବଧି ୬୦ ଦିନ ଯାଏଁ ହିଁ ରହିବ ।

bsnl plan new

ବିଏସଏନଏଲର ୧,୯୯୯ ଟଙ୍କିଆ ପ୍ଲାନ:

ଉପଭୋକ୍ତା ମାନେ ଏହା ସାହାଯ୍ୟରେ ପ୍ରତିଦିନ ୩ ଜିବିର ଡାଟା ସୁବିଧା ପାଇବା ସହ ୧୦୦ ଏସଏମଏସର ସୁବିଧା ମିଳିବ । କୌଣସି ନେଟୱର୍କକୁ ୨୫୦ ମିନିଟ ପାଇଁ ମାଗଣା କଲ କରି ପାରିବେ । ଏଥିରେ ବିଏସଏନଏଲ ଟିଭି ଓ ଟ୍ୟୁନ ର ସବସ୍କ୍ରିପସନ ମିଳିବା ସହ ଅବଧି ରହିବ ୩୬୫ ଦିନ ।

ବିଏସଏନଏଲର ୧୦୮ ଟଙ୍କିଆ ପ୍ଲାନ :

ବିଏସଏନଏଲ ୟୁଜରଙ୍କୁ ଏହି ପ୍ଲାନରେ ପ୍ରତିଦିନ ୧ ଜିବି ଡାଟା ସହ ୫୦୦ ଏସଏମଏସ ବି ସୁବିଧା ବି ମିଳିବ । ଏହା ସହ କୌଣସି ନେଟୱର୍କକୁ ୨୫୦ ମିନିଟ ପାଇଁ କଲ କରିପାରିବେ । ଯେବେକି ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ହିଁ ରହିବ ।

Loading...

Leave A Reply

Your email address will not be published.