BSNL ଗ୍ରାହକଙ୍କ ପାଇଁ ଖୁସିଖବର, ମାଗଣାରେ SIM କାର୍ଡ ଦେଉଛି କମ୍ପାନୀ

ସରକାରୀ ଟେଲିକମ୍‌ କମ୍ପାନୀ ପୁଣି ଥରେ ମାଗଣା ସିମକାର୍ଡ ଅଫର ଆରମ୍ଭ କରିଛି। କମ୍ପାନୀ ଏହି ଅଫର ମୁତାବକ ସମସ୍ତ ନୂଆ ଗ୍ରାହକଙ୍କୁ ୨୦ ଟଙ୍କିଆ ସିମ୍‌ କାର୍ଡ ମାଗଣାରେ ଦେଉଛି। ରିପୋର୍ଟ ଅନୁଯାୟୀ ଏହି ଅଫରର ଫାଇଦା ଉଠାଇବା ପାଇଁ ଗ୍ରାହକଙ୍କୁ FRC ଅର୍ଥାତ ପ୍ରଥମ ରିଚାର୍ଜର ଭେଲ୍ୟୁ ୧୦୦ ଟଙ୍କାରୁ ଅଧିକ ହେବା ଉଚିତ। ଏହି ଅଫର ଚେନ୍ନାଇ ଏବଂ ତାମିଲନାଡୁ ଟେଲିକମ୍‌ ସର୍କଲରେ ଉପଲବ୍ଧ କରାଯାଇଛି। ରିପୋର୍ଟ ଅନୁଯାୟୀ ଏହି ଅଫର ୧୬ ଜାନୁଆରୀ, ୨୦୨୧ ପର୍ଯ୍ୟନ୍ତ ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତବର୍ଷ ମଧ୍ୟ ବିଏସଏନଏଲ ନିଜର ସବସ୍କ୍ରାଇବର୍ସ ବଢ଼ାଇବା ପାଇଁ ଅତିକମରେ ୧୦୦ ଟଙ୍କାର ରିଚାର୍ଜ ଉପରେ ଫ୍ରି ସିମ୍‌ କାର୍ଡ ଦେବା ପାଇଁ ଘୋଷଣା କରିଥିଲା।

ରିପୋର୍ଟ ଅନୁଯାୟୀ ପ୍ରଥମ ଥର ୧୦୦ ଟଙ୍କାରୁ ଅଧିକ ରିଚାର୍ଜ ଉପରେ ସବୁ ନୂଆ ଗ୍ରାହକଙ୍କୁ ମାଗଣା ସିମ୍‌ କାର୍ଡ ମିଳିବ। ଏହି ଅଫର ୮ ଜାନୁଆରୀରୁ ୧୬ ଜାନୁଆରୀ ପର୍ଯ୍ୟନ୍ତ ରହିଛି। ସବୁ କମ୍ପାନୀର FRCର ଦାମ୍‌ ଅଲଗା ଅଲଗା ରହିଥାଏ।

simବିଏସଏନଏଲର ଫ୍ରି ସିମ୍‌ ଅଫରରେ ମଧ୍ୟ ଆପଣଙ୍କୁ ଅତି କମରେ ୧୦୦ ଟଙ୍କା ରିଚାର୍ଜ କରିବାକୁ ହେବ। ବିଏସଏନଏଲର ନୂଆ ସବସ୍କ୍ରାଇବର୍ସ ୧୦୮ ଟଙ୍କାର FRC ପ୍ଲାନରେ ୨୫୦ ଟଙ୍କାରେ ସବୁ ଦିନ ୧ ଜିବି ଡାଟା ଏବଂ ପ୍ରତି ଦିନ ୫୦୦ ଏସଏମଏସର ଫାଇଦା ନେଇପାରିବେ। ଏହି ପ୍ଲାନର ବୈଧତା ୪୫ ଦିନର ଅଟେ।

ରିପବ୍ଲିକ ଡେ ୨୦୨୧ ଅଫର

ବିଏସଏନଏଲ ନିକଟରେ ରିପବ୍ଲିକ ଡେ ୨୦୨୧ ଅଫର ଲଞ୍ଚ୍‌ କରିଛି। ଏହି ଅଫର ଅନୁଯାୟୀ ୧,୯୯୯ ଟଙ୍କା ପ୍ଲାନର ଭ୍ୟାଲିଡିଟୀ ୨୧ ଦିନ ଏବଂ ୨,୩୯୯ ଟଙ୍କିଆ ପ୍ଳାନର ଭ୍ୟାଲିଡିଟୀ ୭୨ ଦିନ ବଢ଼ାଇ ଦିଆଯାଇଛି। ଅର୍ଥାତ ଏବେ ୧,୯୯୯ ଟଙ୍କା ପ୍ଲାନରେ ୩୮୬ ଦିନର ବୈଧତା ଏବଂ ୨୩୯୯ ଟଙ୍କା ପ୍ଲାନରେ ୪୩୭ ଦିନର ଭ୍ୟାଲିଡିଟୀ ଦିଆଯାଉଛି। ଧ୍ୟାନରେ ରଖନ୍ତୁ ଯେ ଏହା ଲିମିଟେଡ ଟାଇମ ଅଫର ଯାହା ୧୦ ଜାନୁଆରୀ ପର୍ଯ୍ୟନ୍ତ ରହିଛି।

Leave A Reply

Your email address will not be published.