Odisha News
.

ଢେଙ୍କାନାଳ ହିନ୍ଦୋଳ ଥାନା ପଡ଼ା ଛକରେ ମା ସମଲେଶ୍ୱରୀ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୫ ଆହତ ୬ ଗୁରୁତର

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ବସ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ବସ। ହିନ୍ଦୋଳ ଥାନା ହାତୁରା ପଞ୍ଚାୟତ ପଡ଼ା ଛକ ଠାରେ ମା ସମଲେଶ୍ୱରୀ ନାମକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଓଲଟିପଡ଼ିଛି। ଯାତ୍ରୀବାହୀ ବସଟି ସମ୍ବଲପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଘଟିଛି ଅଘଟଣ। ଏଥିରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି। ୬ଜଣ ଗୁରୁତରଙ୍କୁ କଟକ ବ଼ଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୋର ପ୍ରାୟ ୪ଟା ବେଳେ ବସ ଦୁର୍ଘଟଣା ଘଟିଛି।

 

Loading...

Leave A Reply

Your email address will not be published.