କିଣନ୍ତୁ ୩୦ କିଲୋମିଟରରୁ ଅଧିକ ମାଇଲେଜ୍ ଏବଂ ବହୁତ କମ୍ ଦାମରେ ଭାରତର ୫ଟି ବେଷ୍ଟ CNG କାର୍

ବର୍ତ୍ତମାନ ଦିନକୁ ଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର। ଏମିତିକି ଗାଡ଼ି ବ୍ୟବହାର କରୁଥିବା ଗ୍ରାହକମାନେ ମଧ୍ୟ ଚାହୁଁଛନ୍ତି ଯେ ଯଦି କମ୍ ଟଙ୍କାରେ ଭଲ ମାଇଲେଜ୍ ଥିବା ଗାଡ଼ି ମିଳିଯିବ ତେବେ ତେଲ ଖର୍ଚ୍ଚ କିଛି ମାତ୍ରାରେ କମ୍ ହୋଇଯିବ। ନିଜ ପକେଟ୍ ମନିକୁ ହୁଏତ ସେମାନେ କିଛି ମାତ୍ରାରେ ସେଭ୍ କରିପାରିବେ। ତେଣୁ ଯଦି ଆପଣ ଶସ୍ତା ଏବଂ ସର୍ବୋତ୍ତମ ମାଇଲେଜ୍ କାର୍ ଖୋଜୁଛନ୍ତି ତେବେ ଆପଣ CNG କାର କିଣିପାରିବେ। ଭାରତୀୟ ବଜାରରେ ଏପରି ସିଏନ୍ଜି କାର୍ ଅଛି ଯାହା କମ୍ ମୂଲ୍ୟରେ ବହୁତ ମାଇଲେଜ୍ ଦେଇଥାଏ, ଯାହା ଆପଣଙ୍କ ତେଲ ଖର୍ଚ୍ଚକୁ କମ୍ କରିବ।

ଆଜି ଆସନ୍ତୁ ଜାଣିବା ସେହି ବେଷ୍ଟ CNG କାର୍ ବିଷୟରେ:

best cng car
Picture Credit – carandbike

ମାରୁତି ସୁଜୁକି:

CNG କାର୍ ପ୍ରାୟ ୩୦ କିଲୋମିଟରରୁ ଅଧିକ ମାଇଲେଜ ଦେଖାଇଥାଏ। ଏହି କାର ଭିତରୁ ପ୍ରଥମେ ଆସୁଛି ମାରୁତି ସୁଜୁକି। ମାରୁତି ସୁଜୁକି ଭାରତୀୟ ବଜାରରେ ଭଲ ବିକ୍ରି ହେଉଛି । ଆପଣ ଅନେକ ସମୟରେ ରାସ୍ତାରେ ଯିବାବେଳେ ଏହି କାର କୁ ଅଧିକ ଚାଲିଥିବାର ଦେଖିଥିବେ। ଏହି କମ୍ପାନୀ ସିଏନଜି ଭାରିଆଣ୍ଟରେ ମଧ୍ୟ ନିଜ କାର ତିଆରି କରିଛି। ମାରୁତି ସୁଜୁକି ଅଲ୍ଟୋ ହେଉଛି କମ୍ପାନୀର ସର୍ବାଧିକ ବିକ୍ରି ହେଉଥିବା ମଡେଲ୍ । ହ୍ୟାଚବ୍ୟାକରେ 0.8-ଲିଟର ଇଞ୍ଜିନ୍ ମିଳିଥାଏ ଯାହା ଯାହା CNG ଦ୍ୱାରା ଚାଲିଲେ 40 PS ପାୱାର ଏବଂ 60 Nm ଟର୍କ ଉତ୍ପାଦନ କରିବାରେ ସକ୍ଷମ ହୁଏ । ମାରୁତି ସୁଜୁକି ଅଲ୍ଟୋ ସିଏନଜି ପେଟ୍ରୋଲ ସହିତ ଦିଆଯାଇଥିବା ୨୨.୦୫ କିଲୋମିଟର ତୁଳନାରେ ୩୧.୫୯ କିଲୋମିଟର ମାଇଲେଜ୍ ଦେଇଥାଏ। ଆଲ୍ଟୋ ହ୍ୟାଚବ୍ୟାକ୍ ର CNG ଭାରିଆଣ୍ଟର ମୂଲ୍ୟ ହେଉଛି ୪.୫୬ ଲକ୍ଷରୁ ୪.୬୦ ଟଙ୍କା, ଯାହାକି ଏକ୍ସ-ଶୋ’ରୁମରେ ଉପଲବ୍ଧ ।

ମାରୁତି ସୁଜୁକି ସେଲେରିୟୋ:

ମାରୁତି ସୁଜୁକି ସେଲେରିୟୋ CNG ହ୍ୟାଚବ୍ୟାକରେ ୧.୦ ଲିଟର ଇଞ୍ଜିନ ମିଳିଥାଏ, ଯାହା ୫୭ ପିଏସ ପାୱାର ଓ ୭୮ ଏନ୍ଏମ ଟର୍କ ତିଆରି କରିଥାଏ । ମାରୁତି ସୁଜୁକି ସେଲେରିୟୋ CNG ପେଟ୍ରୋଲ ଏଡିସନରେ ୨୧.୬୩ କିଲୋମିଟର ତୁଳନାରେ ୩୦.୪୭ କିଲୋମିଟର ମାଇଲେଜ୍ ମିଳେ। ଏହାର ମୂଲ୍ୟ ହେଉଛି ୫.୫୮ ଲକ୍ଷରୁ ୫.୯୦ ଲକ୍ଷ।

ମାରୁତି ସୁଜୁକି ୱାଗନ୍ଆର୍: ମାରୁତି ସୁଜୁକି ୱାଗନ୍ଆର୍ ଦୀର୍ଘ ଦିନରୁ କମ୍ପାନୀର ଅଧିକ ବିକ୍ରି ହେଉଥିବା କାର ମଧ୍ୟରୁ ଗୋଟିଏ । ଦୁଇଟି ପେଟ୍ରୋଲ ଇଞ୍ଜିନ୍ ଅପ୍ସନ୍ ଏବଂ ଗୋଟିଏ CNG ଅପ୍ସନ୍ ସହିତ ୱାଗନ୍ଆର୍ ମାର୍କେଟରେ ଉପଲବ୍ଧ। CNG WagonR ରେ ୧.୦ ଲିଟର ତିନି ସିଲିଣ୍ଡର ଇଞ୍ଜିନ୍ ରହିଛି, ଯାହା 57 PS ର ପାୱାର ଏବଂ 78 Nm ଟର୍କ ଉତ୍ପାଦନ ବା ତିଆରି କରେ ।  CNG ଭାରିଆଣ୍ଟ ୩୨.୫୨ କିଲୋମିଟର ପ୍ରତି ମାଇଲେଜ୍ ଦେଇଥାଏ । ସିଏନ୍ଜି ୱାଗନ୍ଆର୍ ମୂଲ୍ୟ ରହିଛି ୫.୬୦ ରୁ ୫.୬୭ ଲକ୍ଷ ଓ ଏହା ଏକ୍ସ-ଶୋ’ରୁମ୍ ରେ ଉପଲବ୍ଧ।

ହୁଣ୍ଡାଇ ସାଣ୍ଟ୍ରୋ:

ଏହା ହେଉଛି ଭାରତର ଅନ୍ୟତମ ଆଇକନିକ୍ ଓ ଲୋକଙ୍କୁ ଅଧିକ ପସନ୍ଦ ଆସୁଥିବା କାର। ଏହା ୧.୨-ଲିଟର ଚାରି ସିଲିଣ୍ଡର ଇଞ୍ଜିନ ଦ୍ୱାରା ସଂଚାଳିତ। ନୂତନ ସାଣ୍ଟ୍ରୋ ର CNG ଏଡିସନ ୬୦ PS ର ପାୱାର ଏବଂ ୮୫ Nm ର ଟର୍କ ଉତ୍ପାଦନ କରିଥାଏ। ସେଣ୍ଟ୍ରୋ ସିଏନ୍ଜି ୩୦.୪୮ କିଲୋମିଟର ମାଇଲେଜ୍ ଦେଇଥାଏ। ଏହାର ଏକ୍ସ ‘ଶୋ’ ରୁମ ମୂଲ୍ୟ ହେଉଛି ୫.୯୨ ରୁ ୬.୦୬ ଲକ୍ଷ ଟଙ୍କା।

ଏହା ପରେ ଆସୁଛି ଗ୍ରାଣ୍ଡ୍ i10 ନିଓସ୍: CNG Grand i10 Nios ୧.୨ ଲିଟର ଇଞ୍ଜିନ୍ ଦ୍ୱାରା ଚାଲିଥାଏ, ଯାହା 69 PS ପାୱାର ଏବଂ 95 Nm ଟର୍କ ଜେନେରେଟ୍ କରାଇଥାଏ ।

ହୁଣ୍ଡାଇ ଗ୍ରାଣ୍ଡ i10 ନିଓସ୍ ୨୮.୫ କିଲୋମିଟର ମାଇଲେଜ୍ ଦେଇଥାଏ। ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ରହିଛି  ୬.୮୪ ରୁ ୭.୩୮ ଲକ୍ଷ ମଧ୍ୟରେ। ତେବେ ଆପଣ ଯଦି କାର କିଣିବାକୁ ପ୍ଲାନିଙ୍ଗ କରୁଛନ୍ତି ଏହି କାର ମଧ୍ୟରୁ କୌଣସି କାର କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.