ଆଜି ସୁନା ଦାମରେ ହୋଇନାହିଁ କୌଣସି ପରିବର୍ତ୍ତନ, ଥରେ ପକାନ୍ତୁ ନଜର
ଆଜି ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି ଓଡିଶାରେ କେତେ ରହିଛି ସୁନା ଦର । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୫,୮୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୧ ହଜାର ୮୩୦ ହୋଇଛି ।

ଆଗକୁ ଆସୁଛି ବିବାହ ଋତୁ । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ସୁନା କିଣିବାକୁ ଚିନ୍ତାରେ ପଡିଲେଣି ଗ୍ରାହକ । କିଛି ଦିନ ହେବ ସୁନାର ଦାମ୍ ଆକାଶ ଛୁଆଁ ରହୁଛି । ତେବେ ଆଜି ସୁନା ଦାମରେ କୌଣସି ପରିବର୍ତ୍ତନ ଆସିନଥିବା ଦେଖିବାକୁ ମିଳିଛି ।
ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୧ ହଜାର ୮୩୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୫ ହଜାର ୮୫୦ଟଙ୍କା ରହିଛି ।ତେବେ ଆଜି ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି ଓଡିଶାରେ କେତେ ରହିଛି ସୁନା ଦର । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୫,୮୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୧ ହଜାର ୮୩୦ ହୋଇଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୫,୮୫୦ ଟଙ୍କା ଓ ୭୧,୮୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୬,୦୦୦ ଟଙ୍କା ଓ ୭୧,୯୮୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୬,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୨,୦୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୫,୮୫୦ ଟଙ୍କା ଓ ୭୧,୮୩୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୮୩ ହଜାର ୦୦୦ ଟଙ୍କା ହୋଇଛି ।