ଜିରୋଧାର ପ୍ରତିଷ୍ଠାତାଙ୍କୁ ପ୍ରତିବର୍ଷ ମିଳିବ ୧୦୦ କୋଟି ଟଙ୍କା ଦରମା, କମ୍ପାନୀ ପାସ୍ କଲା ପ୍ରସ୍ତାବ

ଜିରୋଧାର ମାଲିକଙ୍କୁ ବର୍ଷକୁ ମିଳିବ ୧୦୦ କୋଟି ଟଙ୍କା ଦରମା। ଫିନଟେକ କମ୍ପାନୀ ଜିରୋଧାର ସହ ପ୍ରତିଷ୍ଠାତା ନୀତିନ କାମତ ଓ ନିଖିଲ କାମତଙ୍କୁ ମିଳିବ ଏହି ଅର୍ଥ। ଜିରୋଧା ମୁଖ୍ୟତଃ ସେୟାର ବ୍ରୋକିଂ କ୍ଷେତ୍ରରେ କାମ କରୁଥିବା ଏକ କମ୍ପାନୀ। ଏହା ଲୋକଙ୍କୁ ଟେକ୍ନୋଲୋଜି ମାଧ୍ୟମରେ ଆପ୍ ସାହାଯ୍ୟରେ ସେୟାର ବଜାରରେ ଟ୍ରେଡିଂ କରିବା ସୁବିଧା ଯୋଗାଇଥାଏ। ଏହା ଏକ ଫିନଟେକ୍ ୟୁନିଫର୍ମ କମ୍ପାନୀ।

ରିପୋର୍ଟ ମୁତାବକ ଦୁଇ ଫାଉଣ୍ଡର ନୀତିନ କାମତ ଓ ନିଖିଲ କାମତଙ୍କୁ ବର୍ଷକୁ ୧୦୦-୧୦୦ କୋଟି ଲେଖାଏଁ ଦରମା ମିଳିବ। କମ୍ପାନୀର ବୋର୍ଡ ଏନେଇ ଏକ ବିଶେଷ ପ୍ରସ୍ତାବ ମଧ୍ୟ ପାସ୍ କରିଛି।

ନୀତିନ କାମତଙ୍କ ପତ୍ନୀ ସୀମା ପାଟିଲଙ୍କୁ ନିକଟରେ କମ୍ପାନୀ ଏକ ବଡ଼ ପଦରେ ନିଯୁକ୍ତ କରିଛି। ତାଙ୍କୁ ବି ମୋଟା ଅଙ୍କର ଦରମା ମିଳିବ। ପ୍ରତିମାସରେ ନିଖିଲ, ନୀତିନ ଓ ସୀମାଙ୍କୁ ୪.୧୭ କୋଟିର ବେସିକ ଦରମା ମିଳିବ। ଏଥିସହ ତାଙ୍କୁ ଅନ୍ୟ ଖର୍ଚ୍ଚ ବି ଦିଆଯିବ। ଏଭଳି ଭାବେ ଏହି ପରିବାରର ୩ ଜଣଙ୍କ ବାର୍ଷିକ ଆୟ ୩୦୦ କୋଟି ଟଙ୍କା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.