୧୦ମ ପାସ୍ କରିଥିଲେ ବିନା ପରୀକ୍ଷାରେ ITBPରେ ଚାକିରି କରିବାର ସୁଯୋଗ, ଜଲଦି କରନ୍ତୁ ଆବେଦନ

ଭାରତ-ତିବ୍ଦତ ସୀମା ପୋଲିସ ବଳ(ITBP) ରେ ଚାକିରି କରିବାକୁ ମନ ବଳାଉଥିବା ଯୁବକଙ୍କ ପାଇଁ ଖୁସି ଖବର। ଏଥିରେ କନେଷ୍ଟବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ପାଇଁ ଚାହୁଁଛନ୍ତି, ସେମାନେ ଆଇଟିବିପିର ଅଧିକାରକ ୱେବସାଇଟ୍ recruitment.itbpolice.nic.inକୁ ଯାଇ ଆପ୍ଲାଏ କରିପାରିବେ। ଏଥିରେ ରେଜିଷ୍ଟ୍ରସନର କରିବାର ପ୍ରକ୍ରିୟା ଜୁଲାଇ ୫ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨ ତାରିଖରେ ଶେଷ ହେବ।

ଏହାଛଡା ପ୍ରାର୍ଥୀ ସିଧାସଳଖ ଏହି ଲିଙ୍କ https://recruitment.itbpolice.nic.in/ ରେ କ୍ଲିକ କରି ପଦବୀ ପାଇଁ ଆବେଦନ କରିପାରିବେ। ଏହା ସହିତ ଲିଙ୍କ … ଜରିଆରେ ଅଧିକାରକ ନୋଟିଫିକେସନ ମଧ୍ୟ ଦେଖିପାରିବେ। ଭାରତ- ତିବ୍ଦତ ସୀମା ପୋଲିସ ବଳ ସ୍ପୋଟର୍ସ କୋଟା ଅଧିନରେ ଗ୍ରୁପ ସି ପାଇଁ ଏହି ପଦବୀରେ ନିଯୁକ୍ତି ମିଳିବ।

ପଦବୀ ବିବରଣୀ: ୬୫

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାରେ ଶେଷ ତାରିଖ ୨ ସେପ୍ଟେମ୍ବର ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା: କୌଣସି ମାନ୍ଯତାପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ୍ କରିଥିବା ଜରୁରୀ।

ବୟସ ସୀମା: ୧୮ ରୁ ୨୩ ବର୍ଷ।

ଆବେଦନ ଶୁଳ୍କ: ମାତ୍ର ୧୦୦ ଟଙ୍କା

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କୁ ସଠିକ୍ ଡକ୍ଯୁମେଣ୍ଟ, ଫିଜିକାଲ ଷ୍ଟାଣ୍ଡର୍ଡ ଟେଷ୍ଟ ଏବଂ ମେଡିକାଲ ଟେଷ୍ଟ ପାଇଁ ଉପସ୍ଥିତ ରହିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.