ଗୃହ ମନ୍ତ୍ରଣାଳୟରେ ଚାକିରି ସୁଯୋଗ, ୧୦ମ ପାସ୍ କରିଥିଲେ କରନ୍ତୁ ଆବେଦନ
ସରକାରୀ ଚାକିରି ଖୋଜୁଛନ୍ତି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଗୃହ ମନ୍ତ୍ରଣାଳୟରେ ଇଣ୍ଟେଲିଜେନ୍ସୀ ବ୍ୟୁରୋରେ ଖାଲିପଡିଛି ୧୬୭୫ ପଦବୀ । ୧୦ମ ପାସ୍ କରିଥିବା ପ୍ରାର୍ଥୀ କରିପାରିବେ ଆବେଦନ । ଆବେଦନ କରିବା ପାଇଁ ପ୍ରାର୍ଥୀ ଗୃହ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟ୍ mha.gov.in କୁ ଯାଇ ଆପ୍ଲାଏ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୭ ଫେବୃଆରୀ ୨୦୨୩ ରହିଛି ।
ତେବେ ଭୁବନେଶ୍ୱର ପାଇଁ ୧୩ ପଦବୀ ଖାଲି ରହିଛି। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୬୭୫
ସିକ୍ୟୁରିଟି ଆସିଷ୍ଟାଣ୍ଟ/ଏଗଜିକ୍ୟୁଟିଭ
ମଲ୍ଟି ଟାକ୍ସିଂ ଷ୍ଟାଫ
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୭ ଫେବୃଆରୀ ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ୍ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୨୭ ବର୍ଷ ହୋଇଥିବା ଜରୁରୀ । ତେବେ କେନ୍ଦ୍ର ସରକାରଙ୍କ ଅନୁସାରେ ଆରକ୍ଷିତ ବର୍ଗଙ୍କ ପାଇଁ (ଅନୁସୂଚିତ ଜାତି/ଜନଜାତି, ଓବିସି ଏବଂ ଅନ୍ୟ) ବୟସ ସୀମାରେ ରିହାତି ମିଳିବ ।
ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ଆବେଦନ ଶୁଳ୍କ ୫୦୦ ଟଙ୍କା ଦେଇ ଆବେଦନ ଭରିବାକୁ ହେବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://akm-img-a-in.tosshub.com/aajtak/inline-images/any/022023/ib_notification.pdf