ସ୍ପୋଟର୍ସ କୋଟା ଥିଲେ ମିଳିବ ବ୍ୟାଙ୍କ ଚାକିରି, ଯୁକ୍ତ ୨ ପାସ୍‌ କରିଥିବା ଜରୁରୀ

ଇଣ୍ଡିଆନ ବ୍ୟାଙ୍କରେ ଚାକିରି ଖୋଜୁଥିଲେ, ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ବ୍ୟାଙ୍କରେ କ୍ଲର୍କ/ଜିଏମଜି ଅଫିସର ପଦବୀ ପାଇଁ ନିଯୁକ୍ତି ଜାରି ହୋଇଛି। ନୋଟିସ ଅନୁସାରେ ସ୍ପୋର୍ଟ କୋଟା ଥିଲେ ଏହି ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ। ଏହି ଭର୍ତ୍ତି ପାଇଁ ଅନଲାଇନ ଆବେଦନ ସହିତ ଅଫିସିଆଲ େଓ୍ଵବସାଇଟକୁ ଯାଇ ୧୪ ମଇ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହା ପରେ ପ୍ରାର୍ଥୀଙ୍କୁ କୌଣସି ଫର୍ମକୁ ଗ୍ରହଣ କରାଯିବ ନାହିଁ।

ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଏହି ଭର୍ତ୍ତି ଜରିଆରେ ୧୨ଟି ପଦରେ ନିଯୁକ୍ତି ହେବ। ସ୍ପୋର୍ଟ କୋଟା ଅଧିନରେ ଆଥଲେଟିକ୍ସ, ବାସ୍କେଟ ବଲ, କ୍ରିକେଟ, ହକି ଏବଂ ଭଲ୍ଲିବଲ୍ଲ ଖେଳାଳି ଏଥିରେ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ: ୧୨

ଅଫିସର JMG Scale-I

କ୍ଲର୍କ

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୪ ମଇ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରୁଥିବା ପ୍ରାର୍ଥୀ ଯୁକ୍ତ ୨ ପାସ୍‌ କରିଥିବା ଜରୁରୀ।

ସ୍ପୋଟର୍ସ ଯୋଗ୍ୟତା: ଅଫିସର ଜିଏମଜି, କ୍ରିକେଟ ଖେଳାଳି ହେବା ଜରୁରୀ। ଅତିକମରେ ରଣଜୀ ଟ୍ରଫି କମ୍ବା ଦିଲ୍ଲୀପ ଟ୍ରଫି ଖେଳିଥିବା ଜରୁରୀ। କ୍ଲର୍କ ପାଇଁ ଜୁନିଅର କିମ୍ବା ସିନିଅର ଲେବଲରେ ରାଜ୍ୟ ପାଇଁ ଖେଳିଥିବା ଜରୁରୀ।

ବୟସ ସୀମା : ପ୍ରାର୍ଥୀଙ୍କର ବୟସ ସୀମା ଅତିକମରେ ୧୮ରୁ ୨୬ ବର୍ଷ ହେବା ଜରୁରୀ। ଅଧିକ ଜାଣିବା ପାଇଁ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟକୁ ଯାଇ ଚେକ୍‌ କରିପାରିବେ।

ଦରମା : ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଦରମା ଧାର୍ଯ୍ୟ କରାଯାଇଛି।

ଆବେଦନ ଶୁଳ୍କ: ଅନୁସୂଚିତ ଜାତି/ଜନଜାତି/WBD ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଏବଂ ଜିଏସଟି ଓ ଅନ୍ୟ ପ୍ରାର୍ଥୀଙ୍କୁ ୪୦୦ ଟଙ୍କା ଦେବାକୁ ହେବ।

କେମିତି କରିବେ ଆବେଦନ :

ପ୍ରଥମେ ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ।

ହୋମ ପେଜରେ ଥିବା କ୍ୟାରିଅର ସେକ୍ସନକୁ କ୍ଲିକ କରନ୍ତୁ

ଏଠାରେ ଥିବା Recruitment of Sports Persons – 2022 ସେକ୍ସନରେ କ୍ଲିକ କରି ଆପ୍ଲାଏ ଅନଲାଇନରେ କ୍ଲିକ କରନ୍ତୁ।

ତା’ ପରେ Click here for New Registration କୁ ଯାଇ ନିଜର ନାମ, ଠିକଣା, ଇମେଲ ଦେଇ ଫର୍ମ ପୂରଣ କରିବା ପରେ ଆବେଦନ ଶୁଳ୍କ ଦେବେ।

ପରେ ସେଭ୍‌ କରି ଡାଉନଲୋଡ ଫର୍ମର ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://indianbank.in/wp-content/uploads/2022/04/Detailed-advertisment-for-recruitment-of-Sportspersons-2022.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.