ଖୁବ ଶୀଘ୍ର ପ୍ରକାଶ ପାଇବ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ, ଜାଣିରଖନ୍ତୁ ତାରିଖ

ଦ୍ୱାଦଶ ପରୀକ୍ଷା ଦେବା ପରେ କଲେଜରେ ଆଡମିଶନ ପାଇଁ ଚଳିତ ଥର ୟୁଜିସି ଦ୍ୱାରା କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଜାରି କରାଯାଇଛି । କୌଣସି ସେଣ୍ଟ୍ରାଲ ୟୁନିଭସିଟି ସମେତ ଷ୍ଟେଟ ୟୁନିଭର୍ସିଟିରେ ସିୟୁଇଟି ଟେଷ୍ଟ ଜରିଆରେ ଦାଖିଲ ପ୍ରକ୍ରିୟା ଆରମ୍ଭ ହେବ । ଏହା ଅଧୀନରେ 90ଟି ବିଶ୍ୱବିଦ୍ୟାଳୟ ରହିଛି ଯେଉଁଥିରେ ଛାତ୍ରଛାତ୍ରୀ ମାନେ ଉପରୋକ୍ତ ଟେଷ୍ଟରେ ପାସ କରିବା ପରେ ଆଡମିଶନ ନେଇପାରିବେ । କହିରଖିବା ଉଚିତ ହେବକି ଜୁଲାଇ ୧୫ ତାରିଖ ଅର୍ଥାତ ଶୁକ୍ରବାର ଠାରୁ ଅଣ୍ଡରଗ୍ରାଜୁଏଟ କୋର୍ସରେ ଆଡମିଶନ କରିବାକୁ ସିୟୁଇଟି ପରୀକ୍ଷା ଆରମ୍ଭ ହୋଇଯାଇଛି | ପ୍ରଥମ ଦିନ ୭୫ ପ୍ରତିଶତ ଛାତ୍ର ଏହି ଏଣ୍ଟ୍ରାନ୍ସ ଟେଷ୍ଟ ଦେଇଥିବାବେଳେ ଦ୍ଵିତୀୟ ଦିନ ୭୭ ପ୍ରତିଶତ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ ସେଣ୍ଟରରେ ପରୀକ୍ଷା ଦେବା ପାଇଁ ପହଂଚିଛନ୍ତି ।

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି କିମ୍ବା ଏନଟିଏ ତରଫରୁ ଦେଶ ବ୍ୟାପି ୨୪୭ଟି ସେଣ୍ଟରରେ ସିୟୁଇଟି ପରୀକ୍ଷା ଆୟୋଜନ କରାଯାଇଛି । ଆଉ ଏଭିତରେ ଦ୍ୱାଦଶ ବୋର୍ଡ ଦେଇଥିବା ପିଲାମାନେ ନିଜ ନିଜ ରେଜଲ୍ଟ ଆସିବାକୁ ଅପେକ୍ଷା କରିଛନ୍ତି । ଏପଟେ ସିୟୁଇଟି ପରୀକ୍ଷା ଆରମ୍ଭ ହୋଇଯାଇଥିବାବେଳେ ରେଜଲ୍ଟ ଘୋଷଣା ହୋଇନାହିଁ । କିନ୍ତୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛିକି କେବେ ଖୁବ ଶୀଘ୍ର କେବେବି ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇପାରେ । ଅବଶ୍ୟ ଟର୍ମ-2 ପରୀକ୍ଷା ଫଳ ଖୁବ ଶୀଘ୍ର ଜାରି କରିଦିଆଯିବ ।

ସେପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କହିଛନ୍ତିକି ଖୁବ ଶୀଘ୍ର ପରୀକ୍ଷା ଫଳ ଜାରି କରାଯିବ । ସାଧାରଣତଃ ପରୀକ୍ଷା ଅନୁଷ୍ଠିତ ହେବାର ୪୫ ଦିନ ପରେ ସିବିଏସସି ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶିତ ହୋଇଥାଏ । ଯେବେକି ଚଳିତ ଥର ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଜାରି ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.