ବାୟୁସେନାରେ ଗ୍ରୁପ C ପଦବୀ ଖାଲିପଡିଛି, ୧୨ଶ ପାସ୍ କରିଥିଲେ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢି ପାଇଁ ଭଲ ଖବର। ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏୟାରଫୋର୍ସ ବାୟୁ ସେନା ରେକଡ କାର୍ଯ୍ୟାଳୟରେ ଗ୍ରୁପ ସି ସିଭିଲିଆନ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ୧୨ ଶ ପାସ୍ କରିଥିବା ପ୍ରାର୍ଥୀ ଅଫଲାଇନ ଆବେଦନ କରିପାରିବେ।
ପଦବୀ ବିବରଣୀ: ୫
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ଜୁନ୍ ୨୦୨୨ ରହିଛି।
ଶିକ୍ଷାଗତ ଯୋଗ୍ୟତା : କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍ କରିଥିବା ଜରୁରୀ। ପ୍ରାର୍ଥୀ କମ୍ପ୍ୟୁଟରରେ ଇଂଲିଶରେ ୩୫ ଶବ୍ଦ ପ୍ରତି ମିନିଟ୍ କିମ୍ବା ହିନ୍ଦୀରେ ୩୦ ଶବ୍ଦ ପ୍ରତି ମିନିଟ୍ ଟାଇପିଂ କରୁଥିବା ଜରୁରୀ। ଏହାଛଡା କମ୍ପ୍ୟୁଟରରେ ଜ୍ଞାପ ଥିବା ଆବଶ୍ୟକ।
ଦରମା : ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ମିଳିବ।
ବୟସସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ହେବା ଜରୁରୀ। ଅଧିକ ଜାଣିବା ପାଇଁ ଆପଣ ନୋଟିଫିକେସନ ଚେକ୍ କରିପାରିବେ।
ଚୟନ ପ୍ରକ୍ରିୟା : ଏଠାରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଫିଜିକାଲ ଟେଷ୍ଟ ଏବଂ ମେଡିକାଲ ଟେଷ୍ଟ ଆଧାରରେ କରାଯିବ।
କେମିତି କରିବେ ଆବେଦନ : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ନୋଟିଫିକେସନ ଏବଂ ଆବେଦନ ଫର୍ମ କିଣିବାକୁ ହେବ। ଏହାପରେ ଫର୍ମ ପୂରଣ କରି ସମସ୍ତ ଜରୁରୀ ଦସ୍ତାବିଜର ଫଟୋ କପି ସହିତ ଫର୍ମ ଭରିବାକୁ ଅନୁରୋଧ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :
http://www.davp.nic.in/WriteReadData/ADS/eng_10801_1_2223b.pdf