ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସଂଖ୍ୟକ ହ୍ରାସ

ସମଗ୍ର ବିଶ୍ୱ କରୋନାକୁ ନେଇ ବିଚଳିତ ଥିବା ବେଳେ ପାକିସ୍ତାନ ଏକ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ନେଇଛି। ପାକିସ୍ତାନ ସରକାର ପେଟ୍ରୋଲିୟମ ଉତ୍ପାଦକୁ ଶସ୍ତା କରିଦେଇଛନ୍ତି। ପାକିସ୍ତାନରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବହୁତ ଶସ୍ତା ହୋଇଯାଇଛି। ଏହି ନୂଆ ମୂଲ୍ୟ ମଇ ପହିଲାରୁ ଆରମ୍ଭ ହୋଇଛି। ଡନ୍‌ ରିପୋର୍ଟ ମୁତାବକ, ପେଟ୍ରୋଲ ମୂଲ୍ୟ ୧୫ ଟଙ୍କା ଏବଂ ଡିଜେଲ ମୂଲ୍ୟ ୨୭ ଟଙ୍କା କମ୍‌ ହୋଇଛି। ପ୍ରକୃତରେ କରୋନା ସଙ୍କଟ ହେତୁ ସମଗ୍ର ବିଶ୍ୱରେ ତେଲର ବ୍ୟବହାର ହ୍ରାସ ପାଇଛି । ଯେଉଁଥିପାଇଁ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟରେ ବହୁତ ହ୍ରାସ ଘଟିଛି। ଭାରତରେ ତେଲ ମୂଲ୍ୟ ହ୍ରାସ ହେବ ବୋଲି ଆଶା କରାଯାଉଥିଲା କିନ୍ତୁ ଭାରତୀୟ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ସେପରି ରଖିଛନ୍ତି।

petrol-price

ଭାରତ କିଣୁଥିବା ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୨୦ ଡଲାରରେ ପହଞ୍ଚିଛି କିନ୍ତୁ ଖୁଚୁରା ମୂଲ୍ୟରେ କୌଣସି ହ୍ରାସ ଘଟିନାହିଁ। ଅନ୍ୟପଟେ ପାକିସ୍ତାନର ତୈଳ ଓ ଗ୍ୟାସ ନିୟାମକ ପ୍ରାଧିକରଣ (OGRA) ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ପ୍ରାୟ ୫୭ ପ୍ରତିଶତ ହ୍ରାସ କରିବାକୁ ଯୋଜନା କରୁଛି।

ସୂଚନାଯୋଗ୍ୟ, ଲକଡାଉନ ଚାଲିଥିବା ଯୋଗୁଁ ପେଟ୍ରୋଲ କିମ୍ବା ଡିଜେଲ ଦାମ ଏପର୍ଯ୍ୟନ୍ତ ସ୍ଥିର ରହିଛି। ଆଇଓସିଏଲ େଓ୍ଵବସାଇନ ଅନୁସାରେ, ଦିଲ୍ଲୀ, କଲିକତା, ମୁବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୬୯.୫୯, ୭୩.୩୦, ୭୬.୩୧ ଏବଂ ୭୨.୨୮ ଟଙ୍କା ରହିଛି। ସେହିପରି ଡିଜେଲ ମୂଲ୍ୟ ଯଥାକ୍ରମେ ୬୨.୨୯, ୬୫.୬୨, ୬୬.୨୧ ଏବଂ ୬୫.୭୧ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.