ଟଙ୍କା ରୋଜଗାର କରିବାର ଟ୍ରେଣ୍ଡିଂ ଉପାୟ, ଜାଣନ୍ତୁ ଏହି ଟ୍ରିକ

ଟଙ୍କା ରୋଜଗାର କରିବାକୁ କିଏ ବା ନ ଚାହେଁ ।  ସମସ୍ତେ ରୋଜଗାର ପାଇଁ ପରିଶ୍ରମ କରନ୍ତି । ହେଲେ ଅଧିକାଂଶ ଲୋକଙ୍କ ଚିନ୍ତା ହେଉଛି କେମିତି ସହଜ ଉପାୟରେ ଟଙ୍କା ଇନକମ କରିବେ । ଅବଶ୍ୟ ଏହା ଏତେ ସହଜ ବି ନୁହେଁ । ବର୍ତ୍ତମାନ ଆପଣ ସୋସିଆଲ ମିଡିଆରେ ଅନେକ ଲୋକଙ୍କୁ ଦେଖୁଥିବେ ଯିଏ କି କିଛି ଅନଲାଇନ ଆପ ଦ୍ୱାରା ମାଲାମାଲ ହେଉଛନ୍ତି । ଏମିତିକି କିଛି ଦିନ ପୂର୍ବରୁ ବାଲେଶ୍ୱରର ଜଣେ ନବମ ଶ୍ରେଣୀର ଛାତ୍ର ମଧ୍ୟ ଟ୍ରେଡିଙ୍ଗ ଆପରୁ ରୋଜଗାର କରିଥିଲେ କୋଟିଏ ଟଙ୍କା । ବାସ୍‌ କେବଳ ଏହି ଟଙ୍କା ଇନକମ କରିବାର ଟ୍ରିକ୍ସ ଜାଣିଥିବା ଦରକାର । ତେବେ ପ୍ରଥମେ ଆପଣଙ୍କୁ କିଛି ଟଙ୍କା ମଧ୍ୟ ଇନଭେଷ୍ଟ କରିବା ପାଇଁ ପଡିବ । ଯେଉଁମାନେ ବି ବ୍ୟବସାୟରେ ନିଜର ପୁଞ୍ଜି ଖଟାଉଛନ୍ତି ସେମାନେ ଏହାର ରିଟର୍ଣ୍ଣ ମଧ୍ୟ ଅଧିକ ଚାହାନ୍ତି । ଅବଶ୍ୟ ଟଙ୍କା ନିବେଶ କରିବା ସମୟରେ ଏକଥା ଭାବିବାକୁ ପଡେ ଯେ ଏଥିରେ ଯେମିତି କୌଣସି ରିସ୍କ ନଥାଉ । ନହେଲେ ମୂଳ ବି ଚାଲିଯିବ ।

ସେୟାର ବଜାର କଥା ତ ଆପଣ ଅଳ୍ପ ବହୁତେ ଜାଣିଥିବେ । ତେବେ ଏଥିରେ ବି ରିସ୍କ ରହିଛି । କିନ୍ତୁ ଯଦି ମ୍ୟୁଚୁଆଲ ଫଣ୍ଡରେ ସତର୍କତାର ସହିତ ସବୁ ବୁଝି ଶୁଝି ଇନଭେଷ୍ଟ କରାଯାଏ ତେବେ ଭଲ ଲାଭ ଆସିବ । ସେଥିପାଇଁ ସବୁକିଛି ବୁଝିବା ପରେ ଯାଇ ନିଜର ଟଙ୍କା ଲଗାଇବା ଆବଶ୍ୟକ । ଆପଣଙ୍କୁ ପ୍ରଥମେ ଧ୍ୟାନ ଦେବାକୁ ହେବ ଯେ ମ୍ୟୁଚୁଆଲ ଫଣ୍ଡ ଏକ ଏମିତି ବ୍ୟବସାୟ ଯେଉଁଠି ଅନେକ ଠକ ମଧ୍ୟ ସାମିଲ ଥାଆନ୍ତି । ଏଥିରେ ଭଲ ରିଟର୍ଣ୍ଣ ଆସୁଥିବାରୁ ଏବଂ ଲୋକେ ମଧ୍ୟ ଏଥିରେ ପୁଞ୍ଜି ଖଟାଉଥିବାରୁ ଅନେକ ଲୋକେ ଏହି ବ୍ୟବସାୟ ଉପରେ ନଜର ରଖିଛନ୍ତି । ତେଣୁ ଆପଣଙ୍କୁ ଅତି ସତର୍କତାର ସହିତ ହିଁ ଧ୍ୟାନ ଦେବାକୁ ପଡିବ । ଆପଣ ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ଏଥିରେ ନିଜର ପୁଞ୍ଜି ଖଟାଇବାକୁ ଚାହୁଁ ଛନ୍ତି ତେବେ ଆପଣଙ୍କ ପାଇଁ ରିସ୍କ କମ ହୋଇଯାଏ । ଆଉ ରିଟର୍ଣ୍ଣ ମଧ୍ୟ ଭଲ ଆସିବ । ସେଥିଲାଗି ଧୈର୍ଯ୍ୟର ସହ ଅପେକ୍ଷା କରିବେ ।

mutual fund
pc: wealthzi

ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ କରିବା ପାଇଁ ଅନେକ ଗୁଡିଏ ନିୟମକୁ ମଧ୍ୟ ଧ୍ୟାନ ଦେବାକୁ ପଡେ । ଏଥିରୁ ଗୋଟେ ଟ୍ରିକ ହେଉଛି ୧୫ X ୧୫ X ୧୫ ରୁଲ । ତେବେ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ । ଯାହାକୁ ମାନିଲେ ଆପଣ ହୋଇଯାଇ ପାରନ୍ତି କୋଟିପତି । ୧୫ X ୧୫ X ୧୫ ରୁଲ ଅନୁସାରେ ମ୍ୟୁଚୁଆଲ ଫଣ୍ଡସ SIP ବା ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ ରୁଲ ଅନୁସାରେ ଜାଣନ୍ତୁ ଏହି ଟ୍ରକ୍‌ । ଯଦି ଜଣେ ବ୍ୟକ୍ତି ଲଗାତାର ଭାବେ ପ୍ରତି ମାସ ୧୫ ହଜାର ଟଙ୍କା ଜମା କରୁଛନ୍ତି ତେବେ ବର୍ଷକୁ ସେ ୧ ଲକ୍ଷ ୮୦ ହଜାର ଟଙ୍କା ଜମା କରିବେ । ଆଉ ଯଦି ବାର୍ଷିକ ସୁଧ ହାର ୧୫ ପ୍ରତିଶତ ଆଖପାଖ ରହିଥିବ ତେବେ ମ୍ୟାଚୁରିଟି ସମୟ ବା ଏହି ପ୍ଲାନ ସରିବା ପରେ ସେ ପାଇ ପାରିବେ ୧ କୋଟିରୁ ଅଧିକ ଟଙ୍କା।

ଏକ୍ସପର୍ଟଙ୍କ କହିବା ଅନୁସାରେ ମ୍ୟୁଚୁଆଲ ଫଣ୍ଡ ଏସଆଇପି ପ୍ଲାନ୍‌ରେ ୧୫ X ୧୫ X୧୫ ରୁଲ ବେଶ୍‌ ଲାଭଦାୟକ। ଏହି ନିୟମ ଜଣେ ବ୍ୟକ୍ତିଙ୍କୁ କୋଟିପତି ବନେଇ ଦେଇ ପାରେ । ଯଦି ମ୍ୟୁଚୁଆଲ ଫଣ୍ଡରେ ମାସକୁ ୧୫ ହଜାର ଜମା କରାଯାଏ ଏବଂ ଏହା ଉପରେ ବାର୍ଷିକ ସୁଧ ୧୫ ପ୍ରତିଶତ ମିଳେ ତେବେ ୧୫ ବର୍ଷରେ ଏକ କାଟି ଟଙ୍କାରୁ ଅଧିକ ମିଳିବ । ଯଦି ୨ ଲକ୍ଷ ୭୦ ହଜାର ଟଙ୍କା ଜମା ହୁଏ ତେବେ ୧୫ ପ୍ରତିଶତ ବାର୍ଷିକ ସୁଧ ହିସାବରେ ୭୪ ଲକ୍ଷ ୫୨ ହଜାର ୯୪୬ ଟଙ୍କା ସୁଧ ମିଳିବ । ଏହାପରେ ଆପଣଙ୍କ ସମ୍ପୂର୍ଣ୍ଣ ଟଙ୍କା ହୋଇଯିବ ୧ କୋଟି ୧ ଲକ୍ଷ ୫୨ ହଜାର ୯୪୬ ।

share market
pc: mint

୧୫ X ୧୫ X ୧୫ ରୁଲରେ MyFundBazar ର ସିଇଓ ଓ ଫାଉଣ୍ଡର ବିନିତ କହିଛନ୍ତି ଯେ ପୁଞ୍ଜି ନିବେଶ କରିବାକୁ ଚାହୁଁଥିବା ବ୍ୟବସାୟୀମାନେ ରିସ୍କ ଉଠାଇବା ଦରକାର । ନିଜ କ୍ଷମତା ଅନୁସାରେ ସ୍ମଲ କ୍ୟାପ , ମିଡ କ୍ୟାପ ଓ ଲାର୍ଜ କ୍ୟାପ ଚୟନ କରି ସେଥିରେ ଟଙ୍କା ଖଟାଇ ପାରିବେ । ତେଣୁ  ଆପଣ ଯେକୌସି ବ୍ୟବସାୟ କରନ୍ତୁ ନା କାହିଁକି ଏହା ପୂର୍ବରୁ ଆପଣଙ୍କୁ ଭଲଭାବେ ତାକୁ ବୁଝିବା ପାଇଁ ପଡିବ । ଏମିତିକି କେତେ ଲାଭ ଓ କେତେ କ୍ଷତି ହେବ ତାହା ମଧ୍ୟ ଜାଣିବା ପାଇଁ ପଡିବ । ତେଣୁ ଆପଣ ନିଜର ବିଜନେସ ଆରମ୍ଭ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନେବା ଉଚିତ ହେବ । ଅବଶ୍ୟ ଏକଥା ସତ ଯେ ସବୁ କାମରେ ଟିକେ ରିସ୍କ ରହିଥାଏ । ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.