ଇଣ୍ଡିଆନ୍‌ ନେଭୀରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ! ଖାଲି ପଡିଛି ୧୫୩୧ ପଦ, ଦରମା ୬୦ ହଜାର ଉପରେ

ସେନାରେ ଚାକିରି କରିବାକୁ ଇଚ୍ଛା ରଖୁଥିବା ଯୁବାଗୋଷ୍ଠୀଙ୍କ ପାଇଁ ବଢ଼ିଆ ଖୁସି ଖବର। ଇଣ୍ଡିଆନ୍‌ ନେଭିରେ ଟ୍ରାନ୍ସମ୍ୟାନ ସ୍କିଲଡ ପଦରେ ଭେକେନ୍ସୀ ବାହାରିଛି। ଯାହାକୁ ନେଇ ଆବେଦନ କରାଯାଉଛି। ୧୫୩୧ ପଦ ପାଇଁ ନିଯୁକ୍ତି ବାହାରିଛି, ଯେଉଁଥିରେ ୧୦ମ ପାସ୍‌ ମଧ୍ୟ ଆବେଦନ କରିପାରିବେ। ଏହି ପଦ ପାଇଁ ଆବଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ନେଭୀର ଅଫିସିଆଲ େଓ୍ଵବସାଇଟକୁ ଯାଇ ଫର୍ମ ଭରିପାରିବେ। ଆବେଦନ ପାଇଁ ଆରମ୍ଭ ହୋଇଗଲାଣି ଏବଂ ଏହି ମାସ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାର ଶେଷ ତାରିଖ ରହିଛି।

ଖାଲି ପଡିଛି ଏହିସବୁ ପଦ

ଇଣ୍ଡିଆନ୍‌ ନେଭୀରେ ଟ୍ରେଡ୍ସମ୍ୟାନ୍‌ ସ୍କିଲଡରେ ମୋଟ ୧୫୩୧ ପଦ ପାଇଁ ଭର୍ତ୍ତୀ କରାଯିବ। ଯେଉଁଥିରେ ୬୯୭ ପଦ ସାମାନ୍ୟ ଜାତିଙ୍କ ପାଇଁ। ଓବିସିଙ୍କ ପାଇଁ ୩୮୫ ପଦ, ଅନୁସୂଚିତ ଜାତିଙ୍କ ପାଇଁ ୨୧୫ ପଦ, ଆର୍ଥିକ ରୂପରେ ଦୁର୍ବଳ ବର୍ଗଙ୍କ ପାଇଁ ୧୪୧ ପଦ ଏବଂ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇର୍ ୯୩ ପଦ ରହିଛି।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥିଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଆବଶ୍ୟକ। ଏହାସହିତ ଆଇଟିଆଇର ସାର୍ଟିଫିକେଟ୍‌ ରହିଥିବା ମଧ୍ୟ ଜରୁରୀ।

ବୟସ ସୀମା

ପଦରେ ଆବେଦନ ପାଇଁ ୨୦ ମାର୍ଚ୍ଚ ୨୦୨୧ ସୁଦ୍ଧା ଆବେଦନକାରୀଙ୍କ ନ୍ୟୁନତମ ବୟସ ୧୮ ବର୍ଷରୁ କମ୍‌ ଏବଂ ୨୫ ବର୍ଷରୁ ଅଧିକ ନହୋଇଥିବା ଆବଶ୍ୟକ। ଏଥିରେ ଆରକ୍ଷିତ କ୍ୟାଟୋଗରୀର ଆବେଦନକାରୀଙ୍କର ଅଧିକତମ ବୟସ ସୀମାରେ ଛାଡ କରାଯାଇଛି।

ଚୟନ ପ୍ରକ୍ରୀୟା ଏବଂ ଦରମା

ଆବେଦନକାରୀଙ୍କ ମଧ୍ୟରୁ ସ୍କ୍ରୀନିଙ୍ଗ କରି ଚୟନ କରାଯିବ। ଏହି ଇଚ୍ଛୁକ ପ୍ରାର୍ଥୀଙ୍କର ଲିଖିତ ପରୀକ୍ଷା କରାଇ ମେରିଟ ଆଧାରରେ ସିଲେକ୍ସନ କରାଯିବ। ମନୋନୀତ ହୋଇଥିବା ପ୍ରାର୍ଥୀଙ୍କର ମ୍ୟାଟ୍ରେିକଲ ଲେବଲ୨ ଅନୁଯାୟୀ ୧୯,୯୦୦ ରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ।

କେମିତି କରିବେ ଆବେଦନ

ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସର୍ବପ୍ରଥମେ ଇଣ୍ଡିଆନ ନେଭୀର ଅଫିସିଆଲ ୱେବସାଇଟ joinindiannavy.gov.inକୁ ଯିବାକୁ ହେବ। ୱେବସାଇଟରେ ନିଜର ରେଜିଷ୍ଟ୍ରେସନ କରନ୍ତୁ ଏବଂ ଆବେଦନ ଫର୍ମ ଭରନ୍ତୁ। ଏହାପୋ ଫର୍ମର ଏକ କପି ଡାଉନଲୋଡ କରି ନିଜ ପାଖରେ ମଧ୍ୟ ରଖିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅନଲାଇନନ୍‌ ଆବେଦନ କରିବାର ଶେଷ ତାରିଖ ୨୦ ମାର୍ଚ୍ଚ ୨୦୨୨ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.