ମାତ୍ର ୫୦ ଟଙ୍କାରେ ଏଣିକି ରେଳ ଷ୍ଟେସନରେ ବି ହୋଇପାରିବ ଶରୀରର ୧୬ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା

ଯାତ୍ରୀ ତଥା କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ବହୁଶୀଘ୍ର ଭାରତୀୟ ରେଳବାଇ ଏକ ନୂତନ ପଦକ୍ଷେପ ନେଇଛନ୍ତି । ଦୀପାବଳି ପୂର୍ବରୁ ଭାରତୀୟ ରେଳବାଇ ନିଜର ୧୨ ଲକ୍ଷରୁ ଅଧିକ କର୍ମଚାରି ଓ ଯାତ୍ରୀ ମାନଙ୍କ ଫିଟନେସ ଯାଞ୍ଚ କରିବା ପାଇଁ ଏକ ନୂତନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଏହି କାରଣରୁ ଦେଶର ସବୁ ବଡ ବଡ ରେଳ ଷ୍ଟେସନ ଗୁଡିକରେ ‘କମ୍ପ୍ଲିଟ ହେଲଥ ଚେକଅପ’ ର ମେସିନ ଲଗା ଯିବାର ବ୍ୟବସ୍ଥା କରାଯିବ । ଏଥି ନିମନ୍ତେ ସାଧାରଣ ଜନତାଙ୍କୁ ୫୦ ଟଙ୍କା ଦେବାକୁ ପଡୁଥିବା ବେଳେ ରେଳ କର୍ମଚାରିଙ୍କୁ ୧୦ ଟଙ୍କା ଦେବାକୁ ପଡିବ ।ଏହା ଦ୍ୱାରା ମାତ୍ର ୧୦ ମିନିଟ ଭିତରେ ଶରୀରର ୧୬ ପ୍ରକାରର ଟେଷ୍ଟ କରାଯାଇପାରିବ ।

passenger train

ଏହି ଟେଷ୍ଟ ଗୁଡିକରେ ବୋନ,ବଡ଼ି ମାସ ଇଣ୍ଡେକ୍ସ,ବ୍ଲଡ଼ ପ୍ରେସର,ମେଟା ବୋଲିକ ଏଜ, ଫ୍ୟାଟ,ହାଇଡ୍ରେସନ,ପ୍ଲସ ରେଟ, ହାଇଟ ମଶଲ ମାସ, ଶରୀରର ତାପମାତ୍ରା, ଶରୀରରେ ଅକ୍ସିଜେନର ମାତ୍ରା ଓ ଶରୀରର ଓଜନ ସାମିଲ ହେବ । ଯେଉଁ ମାନେ ଟେଷ୍ଟ କରେଇବେ ସେମାନଙ୍କୁ ମାତ୍ର ୧୦ ମିନିଟ ଭିତରେ ରିପୋର୍ଟ ଯୋଗାଇ ଦିଆଯିବ । ଏହାକୁ ସଂଚାଳନ କରୁଥିବା କମ୍ପାନୀଙ୍କ କହିବା ଅନୁଯାୟୀ ଏଥିପାଇଁ କାହାକୁ ରକ୍ତ ଦେବାକୁ ମଧ୍ୟ ପଡିବ ନାହିଁ । ଏହି ମେସିନର ଉଦଘାଟନ ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୋଦ ଯାଦବ ଉତ୍ତର ପ୍ରଦେଶର ରାଜଧାନୀ ଲାକ୍ଷନୌର ଏକ ଷ୍ଟେସନରେ ୨ ଦିନ ପୂର୍ବରୁ ହିଁ କରିଛନ୍ତି ।

ଏହା ସହ ପଢନ୍ତୁ: ଲଞ୍ଚ ହେଲା ‘ସହଯାତ୍ରୀ’ ମୋବାଇଲ ଆପ୍‌ : ଏହି ଆପ୍‌ ଜରିଆରେ ଟ୍ରେନରେ ସାମ୍ନା କରୁଥିବା ସମସ୍ୟାର କରିପାରିବେ ଅଭିଯୋଗ

ନିକଟରେ ଦିଲ୍ଲୀରେ ଏହି ମେସିନ ଗୁଡିକ ଲଗାଯାଇଛି । ଦେଶର ବଡ ବଡ ଷ୍ଟେସନ ଗୁଡିକରେ ମଧ୍ୟ ଏଗୁଡିକ ଲଗାଯିବାର ବ୍ୟବସ୍ଥା ଅତିଶୀଘ୍ର କରାଯିବ । କମ୍ପାନୀର କହିବା ଅନୁଯାୟୀ ବହୁ ଶୀଘ୍ର ସେମାନେ ଡାଇବେଟିସ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଅବଶ୍ୟ ଏଥିପାଇଁ ଉପଭୋକ୍ତାଙ୍କୁ କିଛି ଅଧିକ ଟଙ୍କା ଦେବାକୁ ପଡିବ । ଜଣେ ବରିଷ୍ଠ ରେଳ ଅଧିକାରୀଙ୍କ କହିବା ଅନୁଯାୟୀ ରେଳଯାତ୍ରା ସମୟରେ ସେମାନେ ଏଣିକି ଯାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ସହ ଜରୁରୀ ମେଡିକାଲ ସେବା ଉପଲବ୍ଧ କରିବାକୁ ଚାହୁଁଛନ୍ତି ।

ତେଣୁ କରି ଏହି ମେସିନ ଗୁଡିକୁ ସମସ୍ତ ବଡ ଷ୍ଟେସନ ସମେତ ମଣ୍ଡଳ ଅଫିସ ଗୁଡିକରେ ମଧ୍ୟ ଲଗାଯିବ । ଏହାଦ୍ୱାରା ଯାତ୍ରୀ ମାନେ ରେଳଯାତ୍ରାର ଭରପୁର ସୁବିଧା ନେବା ସହ ଏହି ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ମଧ୍ୟ ହୋଇପାରିବେ । ଯେଉଁ ମାନେ ଟେଷ୍ଟ ରିପୋର୍ଟ ପାଇବା ପାଇଁ ୧୦ ମିନିଟ ଅପେକ୍ଷା କରିବାକୁ ଅସମର୍ଥ ସେମାନଙ୍କୁ ଇ-ମେଲ ଯୋଗେ ରିପୋର୍ଟ ପଠାଯିବାର ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.