ଆଜିଠୁ ଆରମ୍ଭ ନୂଆ ଆର୍ଥିକ ବର୍ଷ : ପ୍ରଥମ ଦିନରେ କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍

ଶସ୍ତା ହେଲା LPG ସିଲିଣ୍ଡର । ୪୧ ଟଙ୍କା ଶସ୍ତା ହେଲା କର୍ମସିଆଲ ଗ୍ୟାସ ସିଲିଣ୍ଡର । ଆଜିଠୁ ନୂଆ ଦର ଲାଗୁ ହେବ । ଅଏଲ ମାର୍କେଟିଙ୍ଗ କମ୍ପାନୀ ଦ୍ବାରା ୧୯କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ କମାଯାଇଛି । ଦିଲ୍ଲୀରୁ ମୁମ୍ବାଇ ଏବଂ ଚେନ୍ନାଇ ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । କମର୍ସିଆଲ ଗ୍ୟାସ ସିଲିଣ୍ଡରରେ ୪୧ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘୋଷଣା କରାଯାଇଛି । ଗତ ମାସରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା । କର୍ମସିଆଲ ସିଲିଣ୍ଡର ଦାମ ୧୭୯୭ଟଙ୍କା ଥିବା ବେଳେ ବର୍ତ୍ତମାନ ୪୧ଟଙ୍କା କମି ଦିଲ୍ଲୀରେ ୧୭୬୨ ଟଙ୍କା ରହିଛି । କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଇଣ୍ଡିଆନ ଅଏଲ କର୍ପୋରେସନ ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଏବେ ୧୭୬୨ ଟଙ୍କା ହୋଇଛି ଏବଂ ଏହା ୪୧ ଟଙ୍କା ହ୍ରାସ ପାଇଛି । କୋଲକାତାରେ ୪୪ ଟଙ୍କା ୫୦ ପଇସା ହ୍ରାସ ପରେ ସିଲିଣ୍ଡରର ନୂତନ ମୂଲ୍ୟ ୧୮୬୮.୫୦ ଟଙ୍କା ହୋଇଛି । ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ, ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୨ ଟଙ୍କା ହ୍ରାସ ପାଇଛି । ଯାହା ପରେ ଏହା ଏବେ ୧୭୧୩ ଟଙ୍କା ୪ ପଇସା ହୋଇଯାଇଛି । ସେହିପରି ଚେନ୍ନାଇ ବିଷୟରେ କହିବା, ତେବେ ୪୩.୫୦ ଟଙ୍କା ହ୍ରାସ ପରେ ସିଲିଣ୍ଡରର ନୂତନ ମୂଲ୍ୟ ୧୯୨୧.୫୦ ଟଙ୍କା ହୋଇଛି ।

ଆହୁରି ପଢ଼ନ୍ତୁ : ଅପ୍ରେଲ ୧ ରୁ ୧୨ଲକ୍ଷ ୭୫ ହଜାର ପର୍ଯ୍ୟନ୍ତ ଆୟରେ ପଡ଼ିବନି ଆୟକର, ୟୁପିଆଇ ଟ୍ରାଞ୍ଜାକସନ ଓ କ୍ରେଡିଟ କାର୍ଡରେ ନୂଆ ନିୟମ