ଚୀନର କାର ନିର୍ମାତା କମ୍ପାନୀ BYD ଗାଡି ଉପରେ ଡିସକାଉଣ୍ଟ ଅଫର ଦିଆଯାଉଛି । ସିଲ୍ ଇଭିରେ ୨.୫ ଲକ୍ଷ ଟଙ୍କାର ବେନିଫିଟ୍ସ ଦିଆଯାଉଛି । BYD ସିଲ୍ ବଜାରରେ ତିନୋଟି ଭାରିଆଣ୍ଟରେ ଉପଲବ୍ଧ – ଡାଇନାମିକ୍, ପ୍ରିମିୟମ୍ ଏବଂ ପରଫରମାନ୍ସ । ଏହି ତିନୋଟି ଭାରିଆଣ୍ଟ ସହିତ ଏହାର ଇଲେକ୍ଟ୍ରିକ୍ ମଡେଲରେ କ୍ୟାସ୍ ଡିସକାଉଣ୍ଟ ମଧ୍ୟ ଉପଲବ୍ଧ ।
BYD ସିଲରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ଡିସକାଉଣ୍ଟ ଦିଆଯାଉଛି । ଖାସ କରି ଏହାର ପ୍ରିମିୟମ୍ ଭାରିଆଣ୍ଟରେ ୫୦ ହଜାର ଟଙ୍କାର କ୍ୟାସ ଡିସକାଉଣ୍ଟ ଦିଆଯାଉଛି । ଏହି ଫେଷ୍ଟିଭ୍ ସିଜନରେ BYD ସିଲ୍ ର ଟପ୍-ସ୍ପେକ୍ ପରଫରମାନ୍ସ ଭାରିଆଣ୍ଟ ର ଦାମ ୨ ଲକ୍ଷ ଟଙ୍କା ହ୍ରାସ କରାଯାଇଛି । ଅଟୋମେକରର ଇଲେକ୍ଟ୍ରିକ୍ ସେଡାନ୍ ଉପରେ ମଧ୍ୟ ଦମଦାର ବେନିଫିଟ୍ସ ଦିଆଯାଉଛି । ଏହି ଗାଡ଼ିଗୁଡିକରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମେଣ୍ଟନାନ୍ସ ପ୍ୟାକେଜ୍ ମଧ୍ୟ ମିଳୁଛି ।
BYD ସିଲ୍ ପରଫରମାନ୍ସ :
BYD ସିଲ୍ ର ଅପଡେଟ୍ ମଡେଲ୍ ୮୦୦V ପ୍ଲାଟଫର୍ମ ଉପରେ ବେସଡ୍, ଯାହା ଦ୍ବାରା ଗାଡ଼ିର ପରଫରମାନ୍ସ ଭଲ ହୋଇଥାଏ । ଲଗ୍ଜରୀ ଅଟୋମେକର୍ ଦାବି କରିଛି ଯେ ଏହି ଗାଡ଼ିର ଟପ୍-ଏଣ୍ଡ୍ ଭାରିଆଣ୍ଟ ମାତ୍ର ୩.୮ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ସ୍ପିଡ୍ ଧରି ପାରିବ । ଏହି BYD କାରର ଟପ୍ ସ୍ପିଡ୍ ହେଉଛି ୨୪୦ କିଲୋମିଟର । ଏହି କାର ଦୁଇଟି ବ୍ୟାଟେରୀ କ୍ୟାପାସିଟି ସହିତ ଆସିଥାଏ । ଏହି ବ୍ୟାଟେରୀ ପ୍ୟାକ୍ ସହିତ, ଏହି କାର ୫୧୦ କିଲୋମିଟରରୁ ୬୫୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇପାରିବ ।
BYD ସିଲ୍ ଦାମ୍ :
BYD ସିଲ୍ ର ଡାଇନାମିକ୍ ଭାରିଆଣ୍ଟ ଗୋଟିଏ ଚାର୍ଜରେ ୫୧୦ କିଲୋମିଟର ରେଞ୍ଜ ଦେଇଥାଏ । ଏହି ଭାରିଆଣ୍ଟ ରିୟର ହ୍ବିଲ୍ ଡ୍ରାଇଭ୍ ସିଷ୍ଟମ୍ ସହିତ ଆସିଥାଏ । ଅଫର ବ୍ୟତୀତ ଏହି କାରର ଏକ୍ସ-ସୋରୁମ୍ ଦାମ୍ ୪୧ ଲକ୍ଷ ଟଙ୍କା । ଏହି କାର୍ ପ୍ରିମିୟମ୍ ଭାରିଆଣ୍ଟରେ ୬୫୦ କିଲୋମିଟର ରେଞ୍ଜ ଦେଇଥାଏ । ଏହି ଭାରିଆଣ୍ଟର ଏକ୍ସ ସୋ’ରୁମ୍ ଦାମ୍ ୪୫.୫୫ ଲକ୍ଷ ଟଙ୍କା ।
BYD ସିଲ୍ ପରଫରମାନ୍ସ ଭାରିଆଣ୍ଟ ସିଙ୍ଗଲ ଚାର୍ଜରେ ୫୮୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ । ଏହି ମଡେଲ୍ ଅଲ୍ ହ୍ବିଲ୍ ଡ୍ରାଇଭ୍ ର ଫଙ୍କସନ୍ ସହିତ ଆସିଥାଏ । ଏହି କାରର ଏକ୍ସ ସୋ’ରୁମ୍ ଦାମ୍ ୫୩ ଲକ୍ଷ ଟଙ୍କା ।