ଭାରତରେ ଲଞ୍ଚ ହେଲା ୨ଟି ନୂଆ ଆଡଭେଞ୍ଚର ବାଇକ୍, କମ୍ପାନୀ ଦେଇଛି ଏତେ ସାରା ଫିଚର୍ସ

ବାଇକ୍ ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଭାରତୀୟ ବଜାରରେ ବହୁତ ସମୟରେ ଅନେକ ବାଇକ୍ ଲଞ୍ଚ ହୁଏ । ଏହି ଲଞ୍ଚ ଖବର ଶୁଣି ବାଇକ୍ ଲଭର୍ସଙ୍କ ଖୁସି କହିଲେ ନସରେ । ଏଥି ସହ ଏହି ଲର୍ଭସମାନେ ଗାଡ଼ିକୁ କିଣିବା ପାଇଁ ପ୍ଲାନ୍ କରିଥାନ୍ତି ତ ଆଉ କେହି କିଣିବି ଦେଇଥାନ୍ତି । କାରଣ ବାଇକ୍ ଚଲାଇବାର ମଜା କିଛି ଅଲଗା । ଏହି ବାଇକ୍ ଲଭର୍ସଙ୍କ ଖୁସିକୁ ଆହୁରି ଦୁଇଗୁଣିତ କରିବା ପାଇଁ ଭାରତୀୟ ବଜାରରେ ଦୁଇଟି ଜବରସ୍ତ ବାଇକ୍ ଲଞ୍ଚ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ଜବରଦସ୍ତ ବାଇକର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଭାରତୀୟ ଟୁ-ହୁଇଲର ମାର୍କେଟରେ ନୂଆ ଧମାକା କ୍ରିଏଟ୍ ହେବାକୁ ଯାଉଛି । ବେନେଲି ନିଜର ଦୁଇଟି ପପୁଲାର ଆଡଭେଞ୍ଚର୍ ବାଇକ୍, TRK 502 ଏବଂ TRK 502X ନୂଆ ଫିଚର୍ସ ଏବଂ ଡିଜାଇନ୍ ସହିତ ଉପସ୍ଥାପନ କରିଛି । ଯଦି ଆପଣ ଲଙ୍ଗ ଡ୍ରାଇଭ୍ କିମ୍ବା ଅଫ୍-ରୋଡିଂର ଲଭର୍ସ, ତେବେ ଏହି ବାଇକ୍ ଆପଣଙ୍କ ପାଇଁ ଏକ ବେଷ୍ଟ ହୋଇପାରେ । ଏଥି ସହ ଜାଣିରଖନ୍ତୁ ଯେ, ପୂର୍ବ ତୁଳନାରେ ବାଇକ୍ରେ ବହୁତ ଟେକ୍ନୋଲୋଜି ପରିବର୍ତ୍ତନ କରାଯାଇଛି, ଯାହା ଯୋଗୁଁ ଏହି ବାଇକ୍ ଏବେ ଅଧିକ ସ୍ମାର୍ଟ ଏବଂ ରାଇଡର-ଫ୍ରେଣ୍ଡଲି ହୋଇଯାଇଛି ।

ନୂତନ ମୂଲ୍ୟ ବିଷୟରେ କହିବାକୁ ଗଲେ, Benelli TRK 502 ର ଏକ୍ସ-ଶୋରୁମ୍ ପ୍ରାଇସ୍ ଏବେ ୬.୨୦ ଲକ୍ଷ ଟଙ୍କା ହୋଇଛି, ଯେତେବେଳେ TRK 502X ୬.୭୦ ଲକ୍ଷ ଟଙ୍କାରେ ଉପଲବ୍ଧ । ବିଶେଷ କଥା ହେଉଛି ଯେ TRK 502X ଏବେ ଏକ ନୂତନ ହଳଦିଆ ରଙ୍ଗ ଅପ୍ସନରେ ମଧ୍ୟ ଉପଲବ୍ଧ, ଯାହାର ମୂଲ୍ୟ ୬.୮୫ ଲକ୍ଷ ଟଙ୍କା । ଏହି ନୂଆ ମୂଲ୍ୟ ପୁରୁଣା ମଡେଲଗୁଡ଼ିକ ତୁଳନାରେ ପ୍ରାୟ ୩୫,୦୦୦ ଟଙ୍କା ଅଧିକ । କିନ୍ତୁ ଯେଉଁ ଅପଡେଟ୍ସ ମିଳୁଛି, ସେହି ପ୍ରାଇସକୁ ସମ୍ପୂର୍ଣ୍ଣ ଭାବରେ ଜଷ୍ଟିଭାଏ କରିଥାଏ ।

ଏହି ବାଇକରେ କ’ଣ ରହିଛି ନୂଆ :
୨୦୨୫ ଭର୍ସନରେ ଲଞ୍ଚ ହୋଇଥିବା Benelli TRK 502 ଏବଂ TRK 502X ବାଇକ୍ଗୁଡ଼ିକୁ କମ୍ପାନୀ ଅନେକ ନୂଆ ଏବଂ ପ୍ରିମିୟମ୍ ଫିଚର୍ସ ସହିତ ଲେସ୍ କରିଛି, ଯାହା ସାଧାରଣତଃ ଏହି ମୂଲ୍ୟ କାଟାଗୋରୀ ବାଇକ୍ଗୁଡ଼ିକରେ ଦେଖାଯାଏ ନାହିଁ । ଶୀତଦିନେ ରାଇଡକୁ ଆରାମଦାୟକ କରିବା ପାଇଁ ଏଥିରେ ଗରମ ସିଟ୍ ଏବଂ ହ୍ୟାଣ୍ଡେଲ୍ ଗ୍ରୀପ୍ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ରାଇଡିଂ ଏକ୍ସପେରିୟନ୍ସକୁ ଉନ୍ନତ କରିଥାଏ ।

ଏହା ବ୍ୟତୀତ, ଏହି ବାଇକ୍ଗୁଡ଼ିକରେ ଏବେ ୫-ଇଞ୍ଚର ଫୁଲ-କଲରର TFT ସ୍କ୍ରିନ୍ ଅଛି, ଯାହା ବ୍ଲୁଟୁଥ୍ କନେକ୍ଟିଭିଟି ଏବଂ ଟର୍ନ-ବାଇ-ଟର୍ନ ନାଭିଗେସନ୍ ଭଳି ଫିଚର୍ସ ସହିତ ଆସିଥାଏ । TPMS ଅର୍ଥାତ୍ ଟାୟାର ପ୍ରେସର ମନିଟରିଂ ସିଷ୍ଟମ ରାଇଡରଙ୍କୁ ଟାୟାରର ଅବସ୍ଥା ବିଷୟରେ ରିଅଲ ଟାଇମରେ ଇନଫରମେସନ୍ ଦେଇଥାଏ, ଯାହା ଯାତ୍ରାକୁ ଆହୁରି ସେଫ୍ଟି କରିଥାଏ । ନୂତନ ସ୍ୱିଙ୍ଗଆର୍ମ ଡିଜାଇନ୍ ବାଇକ୍କୁ ପୂର୍ବ ଅପେକ୍ଷା ହାଲୁକା ଏବଂ ଅଧିକ କଣ୍ଟ୍ରୋଲ କରିଥାଏ, ଯାହା ଫଳରେ ରାଇଡିଂ ଅଧିକ ସ୍ମୁଥ୍ ହୋଇଥାଏ ।

ଇଞ୍ଜିନ୍ ଏବଂ ପରଫରମାନ୍ସ :
ବେନେଲି TRK 502 ଏବଂ TRK 502X ଉଭୟରେ ୫୦୦cc ପାରାଲାଲ-ଟ୍ୱିନ୍ ଲିକ୍ୱିଡ୍-କୁଲ୍ଡ ଇଞ୍ଜିନ୍ ଅଛି ଯାହା ୪୬.୯ bhp ଏବଂ ୪୬Nm ଟର୍କ ଜେନେରେଟ୍ କରେ । ଏହି ଇଞ୍ଜିନ୍ଟି ୬-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ସହିତ ଆସିଥାଏ ଏବଂ ବାଇକ୍ଗୁଡ଼ିକରେ ୨୦ ଲିଟରର ଏକ ବଡ଼ ଫ୍ୟୁଏଲ ଟ୍ୟାଙ୍କ୍ ଅଛି । ଏହି ବାଇକ୍ଗୁଡ଼ିକ ସେହି ରାଇର୍ଡସଙ୍କୁ ଆଖି ଆଗରେ ରଖି ଖାସ୍ ଭାବରେ ଡିଜାଇନ୍ କରାଯାଇଛି ।

ସସପେନ୍ସନ୍ ଏବଂ ବ୍ରେକିଂ ସିଷ୍ଟମ :
ସସପେନସନ୍ ଏବଂ ବ୍ରେକିଂ ସିଷ୍ଟମ୍ ବିଷୟରେ କହିବାକୁ ଗଲେ, TRK 502 ରେ ୧୭-୧୭ ଇଞ୍ଚ ଆଲୟ ହୁଇଲ୍ ମିଳିଥାଏ, ଯେତେବେଳେ TRK 502X ରେ ୧୯-୧୭ ଇଞ୍ଚ ଟ୍ୟୁବଲେସ୍ ସ୍ପୋକ୍ ହୁଇଲ୍ ମିଳିଥାଏ । ଉଭୟ ବାଇକ୍ର ଫ୍ରଣ୍ଟରେ ଡୁଆଲ୍ ଡିସ୍କ ବ୍ରେକ୍ ଏବଂ ରିୟରରେ ସିଙ୍ଗଲ୍ ଡିସ୍କ ବ୍ରେକ୍ ଅଛି, ଯେଉଁଥିରେ ଡୁଆଲ୍ ଚ୍ୟାନେଲ୍ ABS ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ । ଏହା ସହିତ, ଫ୍ରଣ୍ଟରେ ଅପସାଇଡ୍ ଫୋର୍କ ଏବଂ ରିୟରରେ ମନୋଶକ୍ ସସପେନସନ୍ ଉପଲବ୍ଧ । ଷ୍ଟାଇଲିଂ ବିଷୟରେ କହିବାକୁ ଗଲେ, TRK 502X ଏବେ ଏକ ନୂଆ ହଳଦିଆ ରଙ୍ଗ ଅପ୍ସନରେ ମଧ୍ୟ ଉପଲବ୍ଧ ।