ଲଞ୍ଚ ହେବାକୁ ଯାଉଛି ମହିନ୍ଦ୍ରାର ୨ ଟି ନୂଆ ଇଲେକ୍ଟ୍ରିକ୍ SUV, ଟାଟା କର୍ଭକୁ ଦେବ କଡ଼ା ଟକ୍କର
କାର ନିର୍ମାତା Mahindra ଦୁଇଟି ନୂଆ Electric SUV ସହିତ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତ ହେଉଛି । ଉଭୟ ଗାଡ଼ି କମ୍ପାନୀ ଦ୍ୱାରା ବିଭିନ୍ନ ସେଗମେଣ୍ଟରେ ଲଞ୍ଚ କରାଯିବ । ଯେଉଁଥିପାଇଁ କମ୍ପାନୀ ଦ୍ୱାରା ଏକ ଟିଜର ମଧ୍ୟ ଜାରି କରାଯାଇଛି । ଲଞ୍ଚ ହେବାକୁ ଯାଇଥିବା ଦୁଇଟି କାରର ନାମ ହେଉଛି- BE 6e ଏବଂ XEV 9e । ଆପଣ ଏହି ଉଭୟ SUV ରେ ଦମଦାର ଫିଚର୍ସ ପାଇବାକୁ ଯାଉଛନ୍ତି, ଯେଉଁଥିରେ LED ଲାଇଟ୍, ପାନୋରାମିକ୍ ସନରୁଫ୍, ଏରୋ ଷ୍ଟାଇଲ୍ ଆଲଏ ହ୍ୱିଲ୍ ଭଳି ଭିଚର୍ସ ମିଳିବ ।
BE 6e ଏବଂ XEV 9e ଇଲେକ୍ଟ୍ରିକ୍ SUV ଗୁଡିକ INGLO ପ୍ଲାର୍ଟଫର୍ମରେ ତିଆରି ହୋଇଛି । ଏଥିରେ ବ୍ୟାଟେରିର ପୋଜିସନ୍କୁ ନେଇ ବିଶେଷ ଯତ୍ନ ନିଆଯାଇଛି ଏବଂ ଉଭୟ SUV ରେ ବଡ ବୁଟସ୍ପେସ ଦିଆଯାଇପାରିବ । ଏହା ସହିତ କୁହାଯାଏ, ଯେ ଉଭୟରେ ଡୁଆଲ୍ ଇଲେକ୍ଟ୍ରିକ୍ ମୋଟର ରହିବ । ୨୬ ନଭେମ୍ବର ୨୦୨୪ରେ ଚେନ୍ନାଇରେ ଆୟୋଜିତ ହେବାକୁ ଥିବା ‘ଅନଲିମିଟେଡ୍ ଇଣ୍ଡିଆ’ ଇଭେଣ୍ଟରେ ଉଭୟ ଇଲେକ୍ଟ୍ରିକ୍ SUV ରେ ସେମାନଙ୍କ ୱାର୍ଲଡ ପ୍ରିମିୟର ସମୟରେ ଲଞ୍ଚ ହେବ ।
Mahindra BE 6e କୁ ଲଞ୍ଚ କରିବାକୁ ଯାଉଛି । ଏହାର ସିଧାସଳଖ ମୁକାବିଲା ଟାଟା କର୍ଭ, ଓ୍ୱିଣ୍ଡସର, ZS EV ସହିତ ହେବ । ବର୍ତ୍ତମାନ ସୁଦ୍ଧା, କମ୍ପାନୀର ପୋର୍ଟଫୋଲିଓରେ କେବଳ ଗୋଟିଏ ଇଲେକ୍ଟ୍ରିକ୍ SUV ଅଛି । Mahindra XUV 400 ବ୍ୟତୀତ ଏହି ଉଭୟ SUV ଖୁବ ଶୀଘ୍ର ଅଫର କରାଯିବ । ଉଭୟ ଇଲେକ୍ଟ୍ରିକ୍ SUV ର ଅନ୍ୟାନ୍ୟ ଫିଚର୍ସ ବିଷୟରେ କହିବାକୁ ଗଲେ, ଏଥିରେ ଫ୍ଲାଟ୍ ବଟମ୍, ଷ୍ଟିୟରିଂ ହ୍ୱିଲ୍ ଆମ୍ବିଏଣ୍ଟ ଲାଇଟ୍ ଟ୍ରିପଲ ସ୍କ୍ରିନ୍ ଭଳି ଫିଚର୍ସ ରହିବ ବୋଲି ଆଶା କରାଯାଏ ।
Mahindra ରେ ଲଞ୍ଚ ହୋଇଥିବା ପ୍ରଥମ ଇଲେକ୍ଟ୍ରିକ୍ SUV, XEV 9e ଲଗଜୁରୀ ଏବଂ ପ୍ରିମିୟମ ଲୁକ୍ ପ୍ରଦାନ କରୁଥିବା ଏକ ଭଲ SUV ହେବ । ଯେତେବେଳେ BE 6e ଏହାର ବୋଲ୍ଡ ଏବଂ ଆଥଲେଟିକ୍ ପରଫରମାନ୍ସ ପାଇଁ ଜଣାଶୁଣା । କମ୍ପାନୀ କହିଛି ଯେ ଉଭୟ ଇଲେକ୍ଟ୍ରିକ୍ SUV ଭାରତୀୟ ମାକେର୍ଟରେ ଏକ ଭିନ୍ନ ପରିଚୟ ପାଇବାକୁ ଯାଉଛି ।