ହାଇକୋର୍ଟରେ ଖାଲିପଡିଛି ଷ୍ଟେନୋଗ୍ରାଫର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଯୁକ୍ତ ୨ ପାସ୍‌ କରି ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। କଲିକତା ହାଇକୋର୍ଟ ନିଯୁକ୍ତି ନେଇ ଏକ ନୋଟିଫିକେସନ ଜାରି କରିଛି। ଏହି ନୋଟିଫିକେସନ ଅନୁଯାୟୀ, ଷ୍ଟେନୋଗ୍ରାଫର ପଦବୀରେ ନିଯୁକ୍ତି ମିଳିବ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ଆବେଦନ କରିବା ପାଇଁ ପ୍ରାର୍ଥୀ ଅଧିକାରକ ସାଇଟ calcuttahighcourt.gov.in କୁ ଯାଇ ଆବେଦନ କରିପାରିବେ।

ଆବେଦନ କରିବାର ଶେଷ ତାରିଖ ୧୨ ଏପ୍ରିଲ ୨୦୨୨ ରହିଛି। କେବଳ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ ବିବରଣୀ:

ଷ୍ଟେନୋଗ୍ରାଫର : ୧୭

ଜରୁରୀ ତାରିଖ: ଷ୍ଟେନୋଗ୍ରାଫର ପଦବୀରେ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୨ ଏପ୍ରିଲ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା: ନୋଟିଫିକେସନ ଅନୁଯାୟୀ, ଏହି ପଦବୀରେ ନିଯୁକ୍ତି ପାଇଁ ଆପଣ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଯୁକ୍ତ ୨ ପାସ୍‌ କରିଥିବା ଜରୁରୀ। ପ୍ରାର୍ଥୀଙ୍କ ଟାଇପିଂ ସ୍ପିଡ ମଧ୍ୟ ୧୨୦ ଶବ୍ଦ ପ୍ରତି ମିନିଟ୍‌ ହେବା ଜରୁରୀ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୨ ବର୍ଷ ହେବା ଜରୁରୀ। ସେହିପରି ଏସସି ଏବଂ ଏସଟି ବର୍ଗ ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ୫ ବର୍ଷର ଛୁଟ୍‌ ମିଳିବ।

ଆବେଦନ ଶୁଳ୍କ: ଏହି ପଦବୀରେ ଭର୍ତ୍ତି ପାଇଁ ସାମାନ୍ୟ ବର୍ଗ ପ୍ରାର୍ଥୀ ୮୦୦ ଟଙ୍କା ଏବଂ ଏସସି/ଏସଟି ପ୍ରାର୍ଥୀ ୩୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।
କେମିତି ହେବ ଚୟନ :

ପ୍ରାର୍ଥୀଙ୍କ ଚୟନ ଟାଇପିଂ ସ୍ପିଡ ମାଧ୍ୟମରେ ହେବ। ଏହି ଭର୍ତ୍ତି ସମ୍ବନ୍ଧୀୟଅଧିକ ଜାଣିବାକୁ ହେଲେ ଅଧିକାରକ ସାଇଟ୍‌ର ନୋଟିଫିକେସନ ଚେକ୍‌ କରିପାରିବେ।

https://calcuttahighcourt.gov.in/Notice-Files/recruiment-notice/5889

 

Also Read : ECIL ରେ ଖାଲିପଡିଛି ୧୬୨୫ ଜୁନିଅର ଟେକ୍ନିସିଆନ ପଦବୀ, ବିନା ପରୀକ୍ଷାରେ ମିଳିବ ନିଯୁକ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.