ପୁଣି ଫେରିଲା କରିଜମା : ହିରୋ ଦମଦାର ବାଇକର ବଜାର ପ୍ରବେଶ

ନୂଆଦିଲ୍ଲୀ : ଦୁଇ ଚକିଆ ଯାନବାହାନ ନିର୍ମାତା କମ୍ପାନି ହିରୋ ସ୍ପୋଟ୍ସ ବାଇକ୍ କରିଜମାର ନୂଆ ମଡ଼େଲର ବଜାର ପ୍ରବେଶ କରିଛି। ଏହି ବାଇକର ନାମ ୨୦୧୮ ହିରୋ କରିଜମା ଜେଡ଼ଏମଆର ରହିଥିବା ବେଳେ ଏହାକୁ କମ୍ପାନିର ଅଫିସିଆଲ ୱେସାଇଟରେ ଦେଖିବାକୁ ମିଳିଛି। ହିରୋ ଏହି ବାଇକରେ କିଛି ପରିବର୍ତ୍ତନ ନକରି ତାହାକୁ ରି-ଲଞ୍ଚ କରିଛି। ଏହାକୁ ପୂର୍ବେ ୨୦୦୩ ମସିହାରେ ଲଞ୍ଚ କରାଯାଇଥିଲା। ଏହି ୧୪ବର୍ଷ ମଧ୍ୟରେ ଏଥିରେ ଅନେକ ପ୍ରକାରର ପରିବର୍ତ୍ତନ ମଧ୍ୟ କରାଯାଇଥିଲା। କିନ୍ତୁ ପରେ ବଜାରରେ ବିକ୍ରି କମ ହେବା କାରଣରୁ କମ୍ପାନି ୨୦୧୬ ମସିହାରେ ଏହି ମଡ଼େଲକୁ ବନ୍ଦ କରାଯାଇଥିଲା।

ହିରୋ ମୋଟରକ୍ରୋପ ୱେବସାଇଟ ଅନୁଯାୟୀ, ୨୦୧୮ ମସିହାରେ ହିରୋ କରିଜମା ଜେଏମଆରର ସିଙ୍ଗଲ ଟୋନ୍ ବାରିଏଣ୍ଟର ମୂଲ୍ଯ ୧.୦୮ ଲକ୍ଷ ରହିଛି। ଏଥିସହ ଏହାର ଡ଼ୁଆଲ ଟୋନ ବାରିଏଣ୍ଟର ଏକ୍ସ ଶୋରୁମ ମୂଲ୍ଯ ୧.୧୦ଲକ୍ଷ ରହିଛି। ବାଇକରେ ୨୨୩ ସିସି ବିଶିଷ୍ଟ କୁଲ୍ଡ ଇଞ୍ଜିନ ଦିଆଯାଇଛି। ଏହି ଇଞ୍ଜିନ ଫ୍ଯୁଏଲ୍ ଇଞ୍ଜେକ୍ଟର ଠାରୁ କମ ଅଟେ।

ତେବେ ଏଥିରେ ନୂତନ ସ୍ପୋଟ୍ସ ବାଇକ ଭଳି ଅନେକ ପରିବର୍ତ୍ତନର ଆବଶ୍ଯକତା ରହିଛି। ଏଣୁ ଏଥିରେ ଅନେକ ପରିବର୍ତ୍ତନ କରିବାରେ କମ୍ପାନିକୁ ପ୍ରାୟ ୨ବର୍ଷ ସମୟ ଲାଗିବ। ଆନୁମାନିକ ଭାବେ ନେକ୍ସ୍ଟ ଜେନେରେସନ୍ କରିଜମାର ବିକ୍ରି ୨୦୨୦ ମସିହାରେ ଆରମ୍ଭ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.