ରୟାଲ ଏନଫିଲ୍ଡ କ୍ଳାସିକର ନୂଆ ଭର୍ସନ ହେଲା ସ୍ପଟ୍ ! ନୂଆ BS-6 ଇଞ୍ଜିନ ସହ ଦେବ ଅଧିକ ମାଇଲେଜ୍

ନୂଆଦିଲ୍ଲୀ : ରୟାଲ ଏନଫିଲ୍ଡ ବହୁତ ଜଲଦି ନିଜର ପ୍ରସିଦ୍ଧ ମଡେଲ କ୍ଳାସିକର ନୂଆ ଜେନେରେସନକୁ ବଜାରରେ ଲଞ୍ଚ କରିବାକୁ ଯାଉଛି। ନିକଟରେ ନୂଆ ଜେନେରେସନ୍ କ୍ଳାସିକର ଟେଷ୍ଟିଂ ସମୟରେ ତାହାକୁ ସ୍ପଟ୍ କରାଯାଇଛି। ବିଗତ କିଛି ଦିନ ହେବ କମ୍ପାନୀ ତାହାର କିଛି ମଡେଲ ମାନଙ୍କରେ କସମେଟିକ୍ ପରିବର୍ତ୍ତନ କରିବା ସହ ତାହାକୁ ଲଞ୍ଚ କରିଥିଲା। କିନ୍ତୁ ଏବେ ବାଇକକୁ ନେଇ ବଢ଼ୁଥିବା ଚାହିଦାକୁ ଦେଖି ରୟାଲ୍ସ ଏହାର ନୂଆ ଜେନେରେସନ୍ ଲଞ୍ଚ କରିବାକୁ ଯାଉଛି।

Royal-Enfield-Bullet

କଣ ରହିଛି ଖାସ 

ନୂଆ ରୟାଲ୍ସ କ୍ଳାସିକକୁ କମ୍ପାନୀ J ଆକ୍ରିଟେକ୍ଚର ଦ୍ବାରା ପ୍ରସ୍ତୁତ କରିଛି। ଏହାଛଡ଼ା କମ୍ପାନୀର ନୂଆ ମାନକ ଅନୁଯାୟୀ ଏହି ଗାଡିରେ BS-6 ଇଞ୍ଜିନର ପ୍ରୟୋଗ କରାଯାଇଛି। ଏହି ଇଞ୍ଜିନ ଦ୍ବାରା ବାଇକର ପରଫମାନ୍ସ ଏବଂ ମାଇଲେଜ୍ ଭଲ ରହିବ। ଏହା ବ୍ୟତିତ ଏହା କମ ପ୍ରଦୂଷଣ ମଧ୍ୟ ସୃଷ୍ଟି କରିଥାଏ। ଏପରି ମଧ୍ୟ କୁହାଯାଉଛି କି, କମ୍ପାନୀ ଏଥିରେ ଫ୍ଳୁଏଲ ଇଞ୍ଜେକସନ୍ ସିଷ୍ଟମର ମଧ୍ୟ ପ୍ରୟୋଗ କରିଛି।

Royal Enfield Classic

ସୂଚନା ଅନୁଯାୟୀ, ନୂଆ ରୟାଲ ଏନଫ୍ଳିଡ କ୍ଳାସିକରେ କମ୍ପାନୀ ଏଲଇଡି ହେଣ୍ଡଲେପର ପ୍ରୟୋଗ କରିଛି। ସ୍ପଟ୍ କରାଯାଇଥିବା ବାଇକର ଫଟୋରେ ଫୁଟ ରେଷ୍ଟ ବ୍ୟବହାର କରାଯାଇଛି। ଏହା ବ୍ୟତୀତ ବାଇକର ଇଞ୍ଜିନ ହେଡରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ବାଇକରେ ବ୍ରେକ୍ ଲିଭରକୁ ଏଗ୍ଜଷ୍ଟ ଉପରେ ଲଗାଯାଇଛି ଯାହା ତାହାକୁ ଖୁବ ଭଲ ଗ୍ରାଉଣ୍ଡ କ୍ଳିୟରାନ୍ସ ପ୍ରଦାନ କରୁଛି। ନୂଆ ରୟାଲ ଏନଫିଲ୍ଡରେ କମ୍ପାନୀ ନୂଆ ଫ୍ରେମର ପ୍ରୟୋଗ ମଧ୍ୟ କରିଛି। ଏଥିରେ ଆନାଲଗ୍ ଇଷ୍ଟ୍ରୁମେଣ୍ଟ କ୍ଳଷ୍ଟରର ବ୍ୟବହାର ମଧ୍ୟ କରିଛି ଯେଉଁଥିରେ ପ୍ଳୁଲ ଲେବଲ, ଟ୍ରିପ ମିଟର ଏବଂ ଓଡୋମିଟରର ସୂଚନା ପ୍ରଦର୍ଶିତ କରିବ।

ଏହାର ଫ୍ରଣ୍ଟରେ କମ୍ପାନୀ ଟେଲିସ୍କୋପିକ୍ ଫ୍ରାର୍କ ଏବଂ ପଛରେ ଟ୍ବିନ୍ ଶକ୍ ପ୍ରୟୋଗ କରିଛି। ଏହା ବ୍ୟତିତ ଏଥିରେ ଡୁଆଲ ଚ୍ୟାନେଲ ଏବିଏସ୍ ମଧ୍ୟ ଦିଆଯାଇଛି। ତେବେ ଲଞ୍ଚ ପୂର୍ବରୁ ବାଇକର ମୂଲ୍ୟ ବିଷୟରେ କୌଣସି ସୂଚନା ମିଳିନାହିଁ । କିନ୍ତୁ ଆଶା କରାଯାଉଛି ଏହାର ମୂଲ୍ୟ ୧.୭ ରୁ ୧.୮ ଲକ୍ଷ ପାଖାପାଖି ରହିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.