ଭାରତରେ ଲଞ୍ଚ ହେଲା 2024 Kawasaki Vulcan S କ୍ରୁଜର୍ ବାଇକ୍, ଜାଣନ୍ତୁ ଦାମ୍ ଏବଂ ସ୍ପେସିଫିକେସନ୍ସ

Kawasaki India ଏହାର 2024 Kawasaki Vulcan S କୁ ଭାରତରେ ଲଞ୍ଚ କରିଛି । କମ୍ପାନୀ ଏହି ମୋଟରସାଇକେଲକୁ ୭. ୧୦ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ମୂଲ୍ୟରେ ଲଞ୍ଚ କରିଛି, ଯାହା ପୂର୍ବ ମଡେଲ ସହିତ ସମାନ । ଏହାର ଏକମାତ୍ର ପରିବର୍ତ୍ତନ ହେଉଛି ପର୍ଲ ମ୍ୟାଟ୍ ସେଜ୍ ଗ୍ରୀନ୍ ନାମକ ଏକ ନୂଆ କଲର୍ ଅପ୍ସନ ଏଥିରେ ସାମିଲ କରାଯାଇଛି । ବାଇକ୍ ର ମେକାନିକାଲ୍ ସ୍ପେସିଫିକେସନରେ କୌଣସି ପରିବର୍ତ୍ତନ ହୋଇନାହିଁ । Kawasaki Vulcan S ର ଏକ କ୍ରୁଜର ପରି Low-slung stance ଅଛି ।

ଏହି ମୋଟରସାଇକେଲ୍ Royal Enfield Super Meteor 650 ଅପେକ୍ଷା ଅଧିକ ସମସାମୟିକ ଦେଖାଯାଏ । ଏହି ବାଇକରେ ଓଭାଲ୍ ଆକୃତିର ଏକ ହେଡଲ୍ୟାମ୍ପ, ବ୍ଲାକ୍ ଆଉଟ୍ କମ୍ପୋନେଣ୍ଟସ୍ ଏବଂ ଆଲୋଏ ହ୍ୱିଲସ୍ ମିଳିଥାଏ, ଯାହା ଏହାକୁ ଏକ ମର୍ଡନ ଲୁକ୍ ଦେଇଥାଏ । ଅନ୍ୟ ସମସ୍ତ 650cc Kawasaki ପରି, Vulcan S ମଧ୍ୟ ଫିଚର୍ସ ଦୃଷ୍ଟିରୁ ମଧ୍ୟ ବେସିକ୍ ରହିଛି, କାରଣ ଏଥିରେ ଏକ ସେମି-ଡିଜିଟାଲ୍ କନସୋଲ୍ ଅଛି, ଯେଉଁଥିରେ ବ୍ଲୁଟୁଥ୍ କନେକ୍ଟିଭିଟି ଏବଂ ଡୁଆଲ୍ ଚ୍ୟାନେଲ୍ ABS ଭଳି ଫିଚର୍ସ ମିଳିନଥାଏ ।

କମ୍ପାନୀ ଏହି ବାଇକରେ ୬୪୯cc, parallel-twin, ଲିକ୍ୱିଡ୍-କୁଲ୍ଡ ଇଞ୍ଜିନ ବ୍ୟବହାର କରିଛି । ଏହି ଇଞ୍ଜିନ୍ ୬-ସ୍ପିଡ୍ ଗିଅରବକ୍ସ ସହିତ ଲଞ୍ଚ ହୋଇଛି, ଯାହା ୭,୫୦୦rpm ରେ ୫୯.୯bhp ର ସର୍ବାଧିକ ପାୱାର ଏବଂ ୬,୬୦୦rpm ରେ ୬୨.୪Nm ର ସର୍ବାଧିକ ଟର୍କ ପ୍ରଦାନ କରିଥାଏ । ଏହି ମୋଟରସାଇକେଲ୍ ଏକ ପେରିମିଟର ଫ୍ରେମ୍ ଉପରେ ନିର୍ମିତ ହୋଇଛି, ଯାହା ୧୮-୧୭ ଇଞ୍ଚର ଆଲୋଏ ହ୍ୱିଲସ୍ ଉପରେ ଚାଲିଥାଏ ।

ସସପେନନ୍ସନ୍ ଡ୍ୟୁଟି ପାଇଁ ୪୧ ମିଲିମିଟର ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫର୍କସ୍ ଏବଂ ପ୍ରିଲୋଡ୍-ଆଡଜଷ୍ଟେବଲ୍ ରିୟର ମୋନୋଶକ୍ ଦ୍ୱାରା ପରିଚାଳିତ ହେଉଥିବାବେଳେ ବ୍ରେକିଙ୍ଗ୍ ପାଇଁ ଉଭୟ ପାର୍ଶ୍ୱରେ ସିଙ୍ଗଲ୍ ଡିସ୍କ ଦ୍ୱାରା ପରିଚାଳିତ ହୋଇଥାଏ । ବାଇକର ଅନ୍ୟାନ୍ୟ ମୁଖ୍ୟ ଫିଚର୍ସଗୁଡିକ ବିଷୟରେ କହିବାକୁ ଗଲେ ଏଥିରେ ୧୪ ଲିଟର ଫୁଏଲ୍ ଟ୍ୟାଙ୍କ, ୨୩୫ କିଲୋଗ୍ରାମର କର୍ଭ ୱେଟ୍, ୭୫୦ ମିମିର ସିଟ୍ ଉଚ୍ଚତା ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ ୧୩୦ ମିଲିମିଟର ରହିଛି ।

You might also like