TVS Motor ଏହାର Apache RR 310ର 2024 ଅପଡେଟ୍ ଭର୍ସନ ଭାରତରେ ଲଞ୍ଚ କରିଛି । କମ୍ପାନୀ ଏହାର ପ୍ରାରମ୍ଭିକ ମୂଲ୍ୟ ୨.୭୫ ଲକ୍ଷ ଟଙ୍କା ରଖିଛି । 2024 TVS Apache RR 310ର ଲାଇନ୍ଅପ୍ ଭରିଆଣ୍ଟରେ ରେସିଂ ରେଡ୍ ପେଣ୍ଟ୍ ସ୍କିମ୍ ଉପଲବ୍ଧ, ଯେଉଁଥିରେ କ୍ୱିକସିଫ୍ଟର୍ ଫିଚର୍ ପ୍ରଦାନ କରାଯାଇ ନାହିଁ । ଯଦି ଆପଣ କ୍ୱିକସିଫ୍ଟର କିଣନ୍ତି, ତେବେ ଏହାର ମୂଲ୍ୟ ୨.୯୨ ଲକ୍ଷ ଟଙ୍କା ହେବ । ଏହା ସହିତ ଏହି ବାଇକରେ ଏକ ନୂଆ କଲର ଅପ୍ସନ- ବମ୍ବେ ଗ୍ରେ ପେଣ୍ଟ ମଧ୍ୟ ଦିଆଯାଇଛି, ଯାହାର ମୂଲ୍ୟ ୨. ୯୭ ଲକ୍ଷ ଟଙ୍କା ରଖାଯାଇଛି ।
2024 TVS Apache RR 310 ସ୍ପେସିଫିକେସନ୍ସ:
TVS ଏହାର ଅପଡେଟ୍ ଭର୍ସନ 2024 TVS Apache RR 310 ରେ ଅଧିକ ପାୱାର ଏବଂ ଟର୍କ ଦେଇଛି । ଏଥିରେ ଦିଆଯାଇଥିବା ୩୧୨ ସିସି ଲିକ୍ୱିଡ୍-କୁଲଡ୍ ସିଲିଣ୍ଡରର ୯,୮୦୦ rmpରେ ୩୮ bhp ପାୱାର ଏବଂ ୭, ୯୦୦ rpm ରେ ୨୯ Nm ର ପିକ୍ ଟର୍କ ଜେନେରେଟ କରିବାର କ୍ଷମତା ରଖିଛି । ପୂର୍ବ ମଡେଲ ତୁଳନାରେ ଏଥିରେ ଥିବା ୧୩ ପ୍ରତିଶତ ବଡ଼ ଏୟାରବକ୍ସ ଯୋଗୁଁ ଅଧିକ ପାୱାର ଜେନେରେଟ କରିଥାଏ ।
ଏହା ସହିତ, 2024 TVS Apache RR 310 ରେ ଏକ ୬-ସ୍ପିଡ୍ ଗିଅରବକ୍ସ ଅଛି ଯାହା ଦ୍ୱାରା ୱାଇ- ଡାୟରେକ୍ସନାଲ କ୍ୱିକସିଫ୍ଟର୍ ସହିତ ସଜ୍ଜିତ ହୋଇଛି ଏବଂ ଏଥିରେ ଡୁଆଲ୍ ଚ୍ୟାନେଲ୍ ABS ଅଛି । ଆଗରେ ଏଲଇଡି ଲାଇଟ ଏବଂ ଅନେକ ରାଇଡ୍ ମୋଡସ୍ ଯୋଗାଇ ଦିଆଯାଇଛି । ଏହା ସହିତ, ଏହାକୁ ପୂର୍ବ ପରି USD ଫୋର୍କ, ମୋନୋଶକ୍ ସସପେନ୍ସନ୍ ଏବଂ ଟ୍ରେଲିସ୍ ଫ୍ରେମ୍ ଦିଆଯାଇଛି । ଆପଣଙ୍କୁ କହି ରଖୁଛୁ ଯେ ବିଲ୍ଟ ଟୁ ଅର୍ଡର (BTO) ପ୍ଲାଟଫର୍ମ ମାଧ୍ୟମରେ TVS 2024 Apache RR 310 କୁ ଦୁଇଟି କିଟ୍ ସହିତ ପ୍ରଦାନ କରୁଛି ।
ଏଗୁଡ଼ିକୁ ଡାଇନାମିକ୍ କିଟ୍ ଏବଂ ଡାଇନାମିକ୍ ପ୍ରୋ କିଟ୍ କୁହାଯାଏ । ଡାଇନାମିକ୍ କିଟ୍ ରେ ଆଡଜଷ୍ଟେବଲ୍ ଫ୍ରଣ୍ଟ ଏବଂ ରିୟର ସସପେନ୍ସ, ବ୍ରାସ କୋଟେଡ୍ ଡ୍ରାଇଭ୍ ଚେନ୍ ଏବଂ TPMS ଅନ୍ତର୍ଭୁକ୍ତ ହେବ । ସେହି ସମୟରେ, ଡାଇନାମିକ୍ ପ୍ରୋ କିଟ୍ ରେ RTDSC ରେସ୍ ଟ୍ୟୁନ୍ ଡାଇନାମିକ ଷ୍ଟାବିଲିଟି କଣ୍ଟ୍ରୋଲ ସିଷ୍ଟମ ଉପଲବ୍ଧ । ଏଥିରେ କର୍ନିଙ୍ଗ୍ ଟ୍ରାକ୍ସନ୍ କଣ୍ଟ୍ରୋଲ୍, କର୍ନିଙ୍ଗ୍ ଏବିଏସ୍, କର୍ନିଙ୍ଗ୍ କ୍ରୁଜ୍ କଣ୍ଟ୍ରୋଲ୍, ହ୍ୱିଲ୍ କଣ୍ଟ୍ରୋଲ୍ ଏବଂ ରିୟର ଲିଫ୍ଟ ଅଫ୍ କଣ୍ଟ୍ରୋଲ୍ ମଧ୍ୟ ସାମିଲ ରହିଛି ।