2025 Honda Dio ସ୍କୁଟର ହେଲା ଲଞ୍ଚ, ଜାଣନ୍ତୁ ଏହାର ଫିଚର୍ସ ଏବଂ ପ୍ରାଇସ୍

ଟୁ-ହୁଇଲର ମେକର Honda ଭାରତୀୟ ବଜାରରେ ଅନେ ସେଗମେଣ୍ଟରେ ସ୍କୁଟର ଏବଂ ବାଇକ୍ ସେଲ କରିଥାଏ । ଜାନୁଆରୀ ୨୦୨୫ ମଧ୍ୟରେ ୧୧୦ cc ସେଗମେଣ୍ଟରେ ଅଫର କରାଯିବାକୁ କମ୍ପାନୀ Honda Dio ସ୍କୁଟରର ୨୦୨୫ (2025 Honda Dio) ଭର୍ସନକୁ ଲଞ୍ଚ କରିଛି । ଏଥିରେ ଦମଦାର୍ ଇଞ୍ଜିନ୍ ଏବଂ ଫିଚର୍ସ ଦିଆଯାଇଛି । କେଉଁ ମୁଲ୍ୟରେ ସ୍କୁଟର କିଣାଯାଇପାରିବ ଆସନ୍ତୁ ଜାଣିବା ।

2025 Honda Dio ସ୍କୁଟରକୁ କମ୍ପାନୀ ଦ୍ବାରା ଲଞ୍ଚ କରାଯାଇଛି । ପୂର୍ବ ଭର୍ସନ ତୁଳନାରେ ଏଥିରେ କିଛି ଚେଞ୍ଜ କରାଯାଇଛି ଏବଂ ଫିଚର୍ସ ଉନ୍ନତ ରହିଛି ।

ଫିଚର୍ସ :

କମ୍ପାନୀ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, 2025 Honda Dio ସ୍କୁଟରକୁ Type C USB charging port, ୪.୨ଇଞ୍ଚର TFT ଡିସପ୍ଳେ, ମାଇଲେଜ୍ ଇଣ୍ଡିକେଟର, ଟ୍ରିପ୍ ମିଟର, ଇକୋ ଇଣ୍ଡିକେଟର, ରେଞ୍ଜ ଟୁ ଏମପ୍ଟି ଭଳି ଫିଚର୍ସ ଦିଆଯାଇଛି । ଟପ୍ ଭ୍ୟାରିଆଣ୍ଟରେ କମ୍ପାନୀ ଆଲଏ ହୁଇଲ୍ ମଧ୍ୟ ଦେଇଛି ।

ସ୍କୁଟରରେ ନୂଆ ଫିଚର୍ସ ସହିତ ନୂଆ କଲରରେ ମଧ୍ୟ ଅଫର କରାଯାଇଛି । ଏଥିରେ ମୋଟ୍ ୫ଟି କଲରର ଅଫ୍ସନ ରହିଛି ଯାହା ହେଉଛି- Imperial Red Metallic, Pearl Igneous Black, Pearl Igneous Black + Pearl Deep Ground Gray, Mat Marvel Blue, ଏବଂ Mat Axis Gray Metallic ସାମିଲ୍ ଅଛି ।

Honda ର 2025 Honda Dio ସ୍କୁଟରରେ ୧୦୯.୫୧cc ର କ୍ଷମତା ବିଶିଷ୍ଟ ଏକ ଇଞ୍ଜିନ୍ ଦିଆଯାଇଛି । ଯାହା ସହିତ PGM-FI ଟେକ୍ନୋଲୋଜି ଦିଆଯାଇଛି । ସିଙ୍ଗଲ ସିଲିଣ୍ଡର ଭଳି ଇଞ୍ଜିରୁ ୫.୮୫ କିଲୋୱାଟ୍ ପାୱାର ଏବଂ ୯.୦୩ ନ୍ୟୁଟନ୍ ମିଟର ଟର୍କ ମିଳିଥାଏ । ଏହି ସ୍କୁଟରଟି OBD2B କମ୍ପପ୍ଲାଏଣ୍ଟ ଅଛି ।

ପ୍ରାଇସ୍ :

କମ୍ପାନୀ ଏହାକୁ ଦୁଇଟି ଭ୍ୟାରିଆଣ୍ଟରେ ଆଣିଛି । ସେଥି ମଧ୍ୟରୁ STD ବେସ୍ ଭ୍ୟାରିଆଣ୍ଟ ଏବଂ DLX କୁ ଟପ୍ ଭ୍ୟାରିଆଣ୍ଟ ଭାବରେ ପ୍ରଦାନ କରାଯିବ । ଏହାର ବେସ୍ ଭ୍ୟାରିଆଣ୍ଟର ଏକ୍ସ-ସୋ ରୁମ୍ ପ୍ରାଇସ୍ ୭୪୯୩୦ ଟଙ୍କା ଏବଂ ଏହାର ଟପ୍ ଭ୍ୟାରିଆଣ୍ଯର ଏକ୍ସ-ସୋରୁମ୍ ପ୍ରାଇସ୍ ୮୫୬୪୮ ଟଙ୍କା ରଖାଯାଇଛି ।

2025 Honda Dio କୁ ୧୧୦cc ସ୍କୁଟର ସେଗମେଣ୍ଟରେ ଅଣାଯାଇଛି । ଏହି ସେଗମେଣ୍ଟରେ ଏହି ସ୍କୁଟର ନିଜ କମ୍ପାନୀ Honda Activa 110 ବ୍ୟାତୀତ, TVS Jupiter 110, TVS Zest 110 କୁ ମଧ୍ୟ ଟକ୍କର ଦେବ ।

You might also like