ନୂଆ ଷ୍ଟାଇଲରେ ଆସିବ Jeep Compass: ଡିଜାଇନ୍ ହେଲା ଲିକ୍, ଜାଣନ୍ତୁ ଫିଚର୍ସ ଏବଂ ଲଞ୍ଚ ଡେଟ୍

ଜିପ୍ ଏହାର ପପୁଲାର SUV କମ୍ପାସ୍ର ଫେସଲିଫ୍ଟ ଭର୍ସନ ସହିତ ପ୍ରସ୍ତୁତ ଏବଂ ଏବେ ଏହାର ଡିଜାଇନ୍ ପ୍ରକାଶ ପାଇଛି । ଗ୍ଲୋବାଲ୍ ଡେବ୍ୟୁ ଏହାର ଶୁଭାରମ୍ଭ ପୂର୍ବରୁ, ନୂଆ ଜିପ୍ କମ୍ପାସର ଲିକ୍ ହୋଇଥିବା ଫଟୋ ଇଣ୍ଟରନେଟରେ ପ୍ରକାଶ ପାଇଛି । ଯାହା ଏହାର ଏକ୍ସଟେରିୟର ଏବଂ ଇଣ୍ଟେରିୟର ଡିଜାଇନର ଝଲକ ପ୍ରଦାନ କରୁଛି ।

ନୂତନ କମ୍ପାସକୁ ଟେଷ୍ଟିଂ ସମୟରେ ଅନେକ ଥର ଦେଖାଯାଇଛି କିନ୍ତୁ ଏବେ ପ୍ରଡକ୍ସନ-ସ୍ପେକ୍ସ ମଡେଲର ଚିତ୍ରଗୁଡ଼ିକ ଏହାର ଲୁକ୍ ଏବଂ ଷ୍ଟାଇଲ୍ ପ୍ରକାଶ କରିଛି ।

ନୂତନ ଜିପ୍ କମ୍ପାସର ଏକ୍ସଟେରିୟର ପୁରୁଣା ଡିଜାଇନର ଏକ ଅପଡେଟ୍ ଭର୍ସନ ପରି ଦେଖାଯାଉଛି । SUVର ଫ୍ରଣ୍ଟରେ ସ୍ଲିକ୍ LED ହେଡଲ୍ୟାମ୍ପ ରହିଛି ଯାହା ବ୍ରାଣ୍ଡର ସିଗନେଚର ସାତ-ସ୍ଲଟ୍ ଗ୍ରୀଲ୍ ସହିତ ଆଡ୍ ହୋଇଛି । ଏଥର ଗ୍ରୀଲ୍ ଉପରେ ପତଳା ଆଲୋକ ଷ୍ଟ୍ରିପ୍ ମଧ୍ୟ ଯୋଡାଯାଇଛି, ଯାହା ଏହାକୁ ଅଧିକ ଆକର୍ଷଣୀୟ ମଧ୍ୟ କରିଥାଏ ।ଫ୍ରଣ୍ଟ ବମ୍ପର ପୂର୍ବ ଅପେକ୍ଷା ଅଧିକ ପାୱାରଫୁଲ୍ ଦେଖାଯାଉଛି, ଯେଉଁଥିରେ ଫଗ୍ ଲ୍ୟାମ୍ପ ମଧ୍ୟ ଅନ୍ତର୍ଭୁକ୍ତ । ସାଇଡ୍ ପ୍ରୋଫାଇଲ୍ରେ, SUV ଚାରିପାଖରେ ମେଟ ବ୍ଲାକ୍ ଆବରଣ, ଚୌକର କୁଇଲ୍ ଆର୍ଚ ଏବଂ ସୋଲଡର ଲାଇନ୍ ଏହାକୁ ଅଧିକ ଆକର୍ଷଣୀୟ ଲୁକ୍ ଦେଇଥାଏ । ରୁଫ୍ ରେଲ୍ ଏବଂ ନୂତନ LED ଟେଲ୍ ଲାଇଟ୍, ଯାହା ଏବେ ଜିପ୍ ଲୋଗୋ ସହିତ ସଂଯୁକ୍ତ, ଏହାକୁ ଅଧିକ ଷ୍ଟାଇଲିସ୍ କରିଥାଏ । ପୁରୁଣା ମଡେଲ ଅପେକ୍ଷା ଫ୍ରଣ୍ଟ ଏବଂ ବ୍ୟାକ୍ ଓଭରହ୍ୟାଙ୍ଗଗୁଡ଼ିକ ଛୋଟ ଦେଖାଯାଉଛି । ଏହି SUV ଏକ ଜବରଦସ୍ତ ଲୁକରେ ଆସିବାକୁ ଯାଉଛି ।

ଇଣ୍ଟେରିୟର ଏବଂ ଫିଚର୍ସ :
୨୦୨୫ ଜିପ୍ କମ୍ପାସର ଇଣ୍ଟେରିୟର ସମ୍ପୂର୍ଣ୍ଣ ନୂତନ ଡ୍ୟାସବୋର୍ଡ ଲେଆଉଟ୍ ସହିତ ଆସିଛି । ଏଥିରେ ଏକ ବଡ଼ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ, ଷ୍ଟୋରେଜ୍ ପାଇଁ ଏକ ସେଣ୍ଟର କନସୋଲ, ରୋଟାରୀ ଡ୍ରାଇଭ୍ ମୋଡ୍ ଡାଏଲ୍ ଏବଂ ଏକ ପାନୋରାମିକ୍ ସନରୁଫ୍ ସାମିଲ୍ ହୋଇପାରେ । ଡ୍ୟାସବୋର୍ଡରେ ପ୍ରିମିୟମ୍ ମଟିରିୟଲ ବ୍ୟବହାର କରାଯାଇଛି, ଯାହା କ୍ୟାବିନକୁ ପୂର୍ବ ଅପେକ୍ଷା ଅଧିକ ଲଗଜରୀ ଏବଂ କମ୍ପର୍ଟ ଅନୁଭବ କରାଇବ ।

ଇଞ୍ଜିନ୍ ଏବଂ ପାୱାରଟ୍ରେନ୍ :
Jeep ଏପର୍ଯ୍ୟନ୍ତ କମ୍ପାସ୍ ଫେସଲିଫ୍ଟର ପାୱାରଟ୍ରେନ୍ ଅପ୍ସନଗୁଡ଼ିକ ବିଷୟରେ ଅଧିକ ଇନଫରମେସନ୍ ପ୍ରକାଶ କରିନାହିଁ । ହେଲେ ଅଟୋ ଇଣ୍ଡଷ୍ଟ୍ରିରୁ ଆସୁଥିବା ଖବର ଅନୁସାରେ, ଏଥିରେ ଅନେକ ଇଞ୍ଜିନ୍ ଅପ୍ସନ ଦେଖିବାକୁ ମିଳିପାରିବ । କିଛି ରିପୋର୍ଟ ଅନୁଯାୟୀ, ନୂତନ ମଡେଲରେ ଏକ ହାଇବ୍ରିଡ୍ କିମ୍ବା ପ୍ଲଗ୍-ଇନ୍ ହାଇବ୍ରିଡ୍ ଭାରିଆଣ୍ଟ ମଧ୍ୟ ଥାଇପାରେ, ବିଶେଷକରି ଅନ୍ତର୍ଜାତୀୟ ବଜାର ପାଇଁ । ଏଥି ସହ ଭାରତରେ ଏହାର ପାୱାରଟ୍ରେନ୍ ସମ୍ପର୍କରେ ସ୍ଥିତି ବର୍ତ୍ତମାନ ସ୍ପଷ୍ଟ ନୁହେଁ ।

କେବେ ହେବ ଭାରତରେ ଲଞ୍ଚ :
ଜିପ୍ କମ୍ପାସ୍ ଫେସଲିଫ୍ଟର ଗ୍ଲୋବାଲ୍ ଡେବ୍ୟୁର ଚର୍ଚ୍ଚା ଜୋରରେ ଚାଲିଛି, କିନ୍ତୁ ଭାରତରେ ଏହାର ଲଞ୍ଚ ଖୁବ୍ ଶୀଘ୍ର ହେବ ନାହିଁ । ଜିପ୍ ବର୍ତ୍ତମାନ ଭାରତୀୟ ବଜାରରେ ପ୍ରଚଳିତ କମ୍ପାସ୍ ମଡେଲ୍ ମାଧ୍ୟମରେ ଉପସ୍ଥିତ । ଭାରତରେ ନୂତନ ଫେସଲିଫ୍ଟ ମଡେଲ ଆଣିବା ପୂର୍ବରୁ, କମ୍ପାନୀ ଏହାର ଗ୍ଲୋବାଲ୍ ରେସପନ୍ସ ଦେଖିବାକୁ ଚାହୁଁଛି । ହେଲେ ଭାରତରେ ଏହାର ଲଞ୍ଚ ୨୦୨୫ ଶେଷ କିମ୍ବା ୨୦୨୬ ପ୍ରାରମ୍ଭରେ ହେବ ବୋଲି ଆଶା କରାଯାଉଛି ।

 Also read : Jeep Compass ର ନୂଆ ଏଡିସନ୍ ହେଲା ଲଞ୍ଚ, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ