Yamaha ଗ୍ଲୋବାଲ୍ ମାକେର୍ଟ ପାଇଁ ୨୦୨୫Yamaha R3 ସୁପର ସ୍ପୋର୍ଟସ ମୋଟରସାଇକେଲକୁ ଲଞ୍ଚ କରିଛି । ଅପଡେଟ୍ ମୋଟରସାଇକେଲରେ ଅପଡେଟ ପିଚର୍ସ ସହିତ ନୂଆ ଡିଜାଇନ୍ ମଧ୍ୟ ଦିଆଯାଇଛି । ତଥାପି, ମୋଟରସାଇକେଲର ଇଞ୍ଜିନ୍ ପୂର୍ବ ପରି ସମାନ । ଯେମିତିକି Yamaha R3 ଏବଂ MT-03 ଡିସେମ୍ବର ୨୦୨୩ ରେ ଭାରତରେ ଲଞ୍ଚ ହୋଇଥିଲା, ଆଶା କରାଯାଉଛି ଯେ ଅପଡେଟେଡ୍ R3 ୨୦୨୫ ରେ କିଛି ସମୟରେ ଭାରତରେ ଲଞ୍ଚ ହୋଇପାରେ ।
Yamaha R3 ର ଲାଟେଷ୍ଟ ଭର୍ସନରେ ନୂଆ ଫ୍ରଣ୍ଟ ଏଣ୍ଡ ଦିଆଯାଇଛି । ଯାହା ଉପଲବ୍ଧ ଥିବା ମଡେଲ୍ ତୁଳନାରେ ଅଧିକ ସାର୍ପ ରହିଛି । ଯେହେତୁ R3 ଭାରତୀୟ ବଜାରରେ ଏଣ୍ଟ୍ରି କରିବାକୁ ଯାଉଛି, ଏଥିପାଇଁ ଏହାର ବିକ୍ରି ମୂଲ୍ୟ ଏକ ପ୍ରମୁଖ କାରଣ ହେବ । ମୋଟରସାଇକେଲକୁ ବର୍ତ୍ତମାନ ଜେନେରେସନ CBU ରୂପରେ ଭାରତକୁ ଅଣାଯାଏ । ଯଦି ଜାପାନ ନିର୍ମାତା R3 କୁ CKU ଭାବରେ ଆଣିବାରେ ସଫଳ ହେଉଛି, ତେବେ ଏହାର ଦାମ୍ ଭାରତରେ ଆକାଶ ଛୁଆଁ ହେବ ।
ଏଥିରେ କ’ଣ ନୂଆ ଅଛି?
ନୂଆ Yamaha R3 ରେ ସ୍ଲିମ୍ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପର ମାମଲାରେ ଏକ ନୂଆ ଡିଜାଇନ୍ ଦିଆଯାଇଛି । ଏହା ସହ ଏଥିରେ ନୂଆ ଏଲଇଡି DRL ଥଣ୍ଡରବୋଲ୍ଟ ଭଳି ଡିଜାଇନ୍ ଦେଇଛି ଏବଂ ଏହା ହେଡଲାଇଟ୍ ମଝିରେ ରହିଛି । ଇଞ୍ଜିନ ବିଷୟରେ କହିବାକୁ ଗଲେ, ଏଥିରେ ଆମେ ସ୍ମାର୍ଟଫୋନ କନେକ୍ଟିଭିଟି ଏବଂ ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ଏକ ନୂଆ LCD ଇନଷ୍ଟମେଣ୍ଟ କ୍ଲଷ୍ଟର ପାଇଥାଉ । ଏହି ଗାଡ଼ିରେ ଏକ ସ୍ଲିର୍ପ ଏବଂ ସହାୟକ କ୍ଲଚ୍ ମିଳିଛି ଯାହା ପ୍ରଥମେ ଏଥିରେ ନ ଥିଲା ।
ମୋଟରସାଇକେଲରେ ଥିବା ୩୨୧cc parallel twin-cylinder ଇଞ୍ଜିନ ଅଛି । ଯାହା ଫୁଏଲ୍-ଇଞ୍ଜେକ୍ଟେଡ଼ ଏବଂ ଲିକ୍ୱିଡ୍ କୋଲ୍ଡ ରହିଛି । ଏହା ସର୍ବାଧିକ ୪୧.୪bhp ଏବଂ ୨୯.୫Nm ର ଆଉଟ୍ପୁଟ୍ ଦିଏ । ଆମେ ଏଥିରେ ୬-ସ୍ପିଡ୍ ଗିୟରବକ୍ସ ମିଳିଥାଏ । ମୋଟରସାଇକେଲରେ ଡିସ୍କ ଏବଂ ଡୁଆଲ ଚ୍ୟାନେଲ୍ ABS ଅଛି । ଫ୍ରଣ୍ଟ ସକ୍ ଆବଜର୍ରବର (shock absorber ) USD ହୋଇଥିବାବେଳେ, ରିୟର ଶକ୍ ଆବଜର୍ରବର ମୋନୋଶକ୍ ଅଟେ ।
ଭାରତରେ ଏହି ମୋଟରସାଇକେଲ୍ ନିଞ୍ଜା (Ninja ) ୫୦୦, ଏପ୍ରିଲିଆ (Aprilia) RS ୪୫୭, KTM RC ୩୯୦ ଏବଂ ଅନ୍ୟ ମୋଟରସାଇକେଲ ସହିତ ପ୍ରତିଯୋଗିତା ଜାରି ରଖିବ । ବର୍ତ୍ତମାନ Yamaha R3 ର ପ୍ରାଇସ୍ ୪.୬୪ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍ ଦିଲ୍ଲୀ) ରହିଛି ।