କରୋନା ପ୍ରଭାବ : ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୨୫% ଦରମା କାଟିବ ଇଣ୍ଡିଗୋ

କରୋନା ଭାଇରସ କେବଳ ଲୋକଙ୍କ ଉପରେ ନୁହେଁ ଦେଶର ଆର୍ଥିକ ମେରୁଦଣ୍ଡ ଉପରେ ମଧ୍ୟ ବେଶ୍‌ ପ୍ରଭାବ ପକାଇଛି। ଏଥିପାଇଁ ଏୟାରଲାଇନ୍ସ ସେକ୍ଟର ଉପରେ ବହୁତ ପ୍ରଭାବ ପଡିଛି। ଦେଶର ସର୍ବବୃହତ୍ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଏୟାର ଲାଇନ୍ସ ଆର୍ଥିକ ବର୍ଷ ୨୦୨୦-୨୧ପାଇଁ ଏହାର କର୍ମଚାରୀଙ୍କ ବେତନରୁ ୫% ରୁ ୨୫% କାଟ କରିବା ପାଇଁ ନିଷ୍ପତ୍ତି ନେଇଛି ।

go

ତେବେ ବରିଷ୍ଠ ବର୍ଗର କର୍ମଚାରୀଙ୍କ କ୍ଷେତ୍ରରେ୨୫% ବେତନ କାଟ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । କରୋନା ସଂକ୍ରମଣର ଭୟାବହତା କାରଣରୁ ମାର୍ଚ୍ଚ ତୃତୀୟ ସପ୍ତାହରୁ ସରକାରୀ ଓ ଘରୋଇ ବିମାନ ସେବାକୁ ସାମୂହିକ ବନ୍ଦ ରଖିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣାଳୟ ନିର୍ଦ୍ଦେଶାବଳୀ ଜାରି କରିଥିଲା । ଏହି ନିଷ୍ପତ୍ତି ଅନୁସାରେ କମ୍ପାନୀ ଗୁଡିକ ସେବା ବନ୍ଦ ରଖିଛନ୍ତି । ସେବା ବନ୍ଦ ଥିବାରୁ ଏଭଳି ପରିସ୍ଥିତିରେ କର୍ମଚାରୀଙ୍କୁ ଶତ ପ୍ରତିଶତ ବେତନ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା କଷ୍ଟକର ।

ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ରଣଜୟ ଦତ୍ତ ଟୁଇଟ୍ ଓ ଇମେଲ ମାଧ୍ୟମରେ କର୍ମଚାରୀମାନଙ୍କୁ ଅବଗତ କରାଇଛନ୍ତି । ସେହିଭଳି ମେ , ଜୁନ ଏବଂ ଜୁଲାଇ ମାସର ବେତନ ପ୍ରଦାନ ବିଷୟରେ କମ୍ପାନୀ ପକ୍ଷରୁ ଚିନ୍ତା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.