ଆଇଟିଆଇ ପାସ୍‌ କରିଥିଲେ ରାଉରକେଲା SAIL ରେ ଚାକିରି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ଆଇଟିଆଇ ପାସ୍‌ କରିଥିବା ଓଡିଶା ଯୁବପିଢିଙ୍କ ପାଇଁ ଖୁସି ଖବର। ସେଲ୍‌ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଖାଲିପଡିଛି ଅପାରଣ୍ଟିସ ପଦବୀ। ଏଥିପାଇଁଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ଖାଲି ପଡିଥିବା ପଦବୀରେ ଆବେଦନ କରିବା ପାଇଁ ଅଫିସିଆଲ ନୋଟିଫିକେସନ ନିଶ୍ଚିତ ଭାବେ ଚେକ୍‌ କରିଦିଅନ୍ତୁ।

ସେଲ୍‌ ଅପାରଣ୍ଟିସ ପଦବୀ ପାଇଁ ପ୍ରାର୍ଥୀ apprenticeshipindia.org ପୋର୍ଟାଲକୁ ଯାଇ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହାପରେ ପ୍ରାର୍ଥୀ ନ୍ୟାସନାଲ ଅପରାଣ୍ଟିସ ଟ୍ରେନିଂ ସ୍କିମର ଅଫିସିଆଲ ୱେବସାଇଟ୍‌  portal.mhrdnats.gov.in କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ନଭେମ୍ବର ୨୦୨୨ ରହିଛି।

ପଦବୀ ବିବରଣୀ : ୨୬୧

ଟ୍ରେଡ ଅପାରଣ୍ଟିସ: ୧୧୩
ଟେକ୍ନିସିଆନ ଅପାରଣ୍ଟିସ : ୧୦୭
ଗ୍ରାଜୁଏଟ ଅପାରଣ୍ଟିସ : ୪୧

ଶିକ୍ଷାଗତ ଯୋଗ୍ୟତା : ସେଲ୍‌ ରାଉରକେଲା ଷ୍ଟିଲ ପ୍ଲାଣ୍ଡରେ ଟ୍ରେଡ ଏବଂ ଗ୍ରାଜୁଏସନ/ଟେକ୍ନିସିଆନ ପଦବୀରେ ଭର୍ତ୍ତିପାଇଁ ପ୍ରାର୍ଥୀ ଆଇଟିଆଇ ପାସ୍‌ କରିଥିବା ସହିତ ଡିପ୍ଲୋମା ଏବଂ ଗ୍ରାଜୁଏସନ ଯୋଗ୍ୟତା ଥିବା ମଧ୍ୟ ଜରୁରୀ। ଅଲଗା ଅଲଗା ପଦବୀ ପାଇଁ ଅଲଗା ଅଲଗା ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି।

ବୟସ ସୀମା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ ।ସଂରକ୍ଷିତ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛୁଟ୍‌ ଦିଆଯିବ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ମେରିଟ ଆଧାରରେ କରାଯିବ। ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତି ୧ ବର୍ଷ ପାଇଁ କରାଯିବ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.sail.co.in/

https://drive.google.com/file/d/16TgcRnBhnfIJhFBR5Qk32btKWwt_j2yE/view

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.