ଖୁବ ଶୀଘ୍ର ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି ୩ଟି ରୟାଲ୍ ଏନଫିଲ୍ଡ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ରୟାଲ୍ ଏନଫିଲ୍ଡ ବାଇକ୍ ସବୁବେଳେ ଭାରତୀୟ ଗ୍ରାହକଙ୍କ ମଧ୍ୟରେ ବେଶ ଲୋକପ୍ରିୟ । ଏଥିରେ କ୍ଲାସିକ୍ 350 ରୁ ବୁଲେଟ୍ 350 ପର୍ଯ୍ୟନ୍ତ ଅନେକ ବାଇକ୍ ସାମିଲ ରହିଛି । ଯଦି ଆପଣ ଏକ ନୂଆ ରୟାଲ୍ ଏନଫିଲ୍ଡ ମୋଟରସାଇକେଲ୍ କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କୁ ଟିକିଏ ଅପେକ୍ଷା କରିବାକୁ ପଡିବ କାରଣ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ୩ ଟି ନୂଆ ରୟାଲ୍ ଏନଫିଲ୍ଡ ବାଇକ୍ ଲଞ୍ଚ ହେବାକୁ ଯାଉଛି । ଆସନ୍ତୁ ଜାଣିବା ରୟାଲ୍ ଏନଫିଲ୍ଡର କେଉଁ ବାଇକ୍ ଯାହା ଆଗକୁ ଲଞ୍ଚ ହେବାକୁ ଯାଉଛି ।

Royal Enfield Bear 650:

ରୟାଲ୍ ଏନଫିଲ୍ଡ ଖୁବ୍ ଶୀଘ୍ର ଇଣ୍ଟରସେପ୍ଟର 650 ଉପରେ ଆଧାରିତ ଏକ ନୂଆ ସ୍କ୍ରାମବ୍ଲର୍ ମୋଟରସାଇକେଲ୍ ଲଞ୍ଚ କରିବାକୁ ଯାଉଛି, ଯାହାର ନାମ Royal Enfield Bear 650 ହୋଇପାରେ । କମ୍ପାନୀ ଦ୍ୱାରା ଲଞ୍ଚ ହେବାକୁ ଥିବା ଏହି ନୂଆ ମୋଟରସାଇକେଲରେ ଆପଣ ଅନେକ ବଢିଆ ଫିଚର୍ସ ପାଇବାକୁ ଯାଉଛନ୍ତି । USD ଫଙ୍କସ୍, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ପରି ଅନେକ ଫିଚର୍ସ ଏଥିରେ ଉପଲବ୍ଧ ହେବାକୁ ଯାଉଛି । ଏହା ସହିତ, ୬୪୮cc ପାରାଲାଲ୍ ଟ୍ୱିନ୍ ଇଞ୍ଜିନ୍ ମଧ୍ୟ ଏହି ବାଇକରେ ପାୱାର୍ ଟ୍ରେନ୍ ଭାବରେ ବ୍ୟବହୃତ ହେବ ।

Royal Enfield Electric Bike:

ବର୍ତ୍ତମାନ କମ୍ପାନୀ ଏହାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲକୁ ମଧ୍ୟ ଉନ୍ମୋଚନ କରିବାକୁ ଯାଉଛି । ଏହାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲର ଟିଜର ସେୟାର କରିବା ସମୟରେ ରୟାଲ ଏନଫିଲ୍ଡ କମ୍ପାନୀ କହିଛି ଯେ ଏହି ଇଲେକ୍ଟ୍ରିକ୍ ବାଇକ ୪ ନଭେମ୍ବର ୨୦୨୪ ରେ ଲଞ୍ଚ ହେବ । ଭାରତୀୟ ବଜାରରେ ଏହି ଇଲେକ୍ଟ୍ରିକ୍ ମୋଟରସାଇକେଲର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ହୋଇପାରେ । ଏହା ସହିତ ଏହାର ଡିଜାଇନ୍, ଫିଚର୍ସ, ରେଞ୍ଜ ଏବଂ ମୂଲ୍ୟ ଆଗାମୀ ସମୟରେ ଜଣାପଡିବ ।

Royal Enfield Classic 650:

ଏହା ସହିତ ଏହାର ସର୍ବାଧିକ ବିକ୍ରି ହେଉଥିବା ମୋଟରସାଇକେଲ କ୍ଲାସିକ୍ 350 ର ସଫଳତା ପରେ କମ୍ପାନୀ ବର୍ତ୍ତମାନ ଭାରତୀୟ ବଜାରରେ କ୍ଲାସିକ୍ 650 ଲଞ୍ଚ କରିବାକୁ ପ୍ଲାନ କରୁଛି । ଖବର ଅନୁଯାୟୀ, ଆଗାମୀ ରୟାଲ୍ ଏନଫିଲ୍ଡ କ୍ଲାସିକ୍ 650 କୁ ପାୱାର୍ ଟ୍ରେନ୍ ଭାବରେ ୬୪୮cc ପାରାଲାଲ୍ ଟ୍ୱିନ୍ ଇଞ୍ଜିନ୍ ଯୋଗାଇ ଦିଆଯିବ । ଏହା ସର୍ବାଧିକ ୪୭.୪ bhp ଏବଂ ପିକ୍ ଟର୍କ ୫୨.୪nm ଜେନେରେଟ କରିବାରେ ସକ୍ଷମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like