ମାତ୍ର ୩୪ ଟଙ୍କାର ପେଟ୍ରୋଲ କିପରି ବିକ୍ରି ହେଉଛି ୭୧ ଟଙ୍କାରେ, ସଂସଦରେ ସରକାର କହିଲେ ସବୁ ଗଣିତ

କଣ ଆପଣ ଜାଣିଛନ୍ତି ରାଜଧାନୀ ଦିଲ୍ଲୀରେ ବିନା ଟ୍ୟାକ୍ସ ଏବଂ ଡିଲର୍ସ କମିଶନ ଲଗାଇ ମାତ୍ର ୩୪ଟ.୦୪ପରେ ପେଟ୍ରୋଲ ବିକ୍ରି କରାଯାଇଥାଏ। ଆଜ୍ଞା ହଁ, ନିକଟରେ ହୋଇଥିବା ସଂସଦ ମିଟିଂରେ ସରକାର ବିସ୍ତାର ଭାବେ କିପରି ପେଟ୍ରୋଲର ମୂଲ୍ୟ ଦ୍ବିଗଣିତ ହେଉଛି ତାହା ବିଷୟରେ ଉଲ୍ଲେଖ କରିଛନ୍ତି। ସରକାର ଲିଖିତରେ ଏହା ବିଷୟରେ କହିଛନ୍ତି। ଆପଣଜାଣି ଆଶ୍ଚର୍ଯ୍ୟ ହେବେ ପେଟ୍ରୋଲରେ ୯୬.୯ପ୍ରତିଶତ ଏବଂ ଡ଼ିଜେଲରେ ୬୦.୩ ପ୍ରତିଶତ ଅଂଶ ଟ୍ୟାକ୍ସ ଏବଂ ଡିଲରସିପ୍ କମିଶନ ରହିଥାଏ।

ପେଟ୍ରୋଲ ଏବଂ ଡ଼ିଜେଲରେ ଏପରି ନିଆଯାଇଥାଏ ଟ୍ୟାକ୍ସ

କେନ୍ଦ୍ର ମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଳା ୧୯ ଡ଼ିସେମ୍ବରରେ ହୋଇଥିବା ସଂସଦ ମିଟିଂରେ କିପରି ପେଟ୍ରୋଲ ଏବଂ ଡ଼ିଜେଲର ମୂଲ୍ୟ ଦେଶରେ ଦୁଇଗୁଣ ହେଉଛି ତାହାର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଏବେ ପେଟ୍ରୋଲ ମୂଲ୍ୟ ୭୦.୬୩ ରହିଥିବା ବେଳେ ଏଥିରେ ଲିଟର ପିଛା ୧୭.୬୮ଟଙ୍କାର ଉତ୍ପାଦକ ଶୁକ୍ଳ , ୧୫.୦୨ ଟଙ୍କା ରାଜ୍ୟ ଭ୍ୟାଟ ଏବଂ ୩.୫୯ ଟଙ୍କା ଡିଲରସିପ୍ କମିଶନ ସାମିଲ କରାଯାଉଛି। ଯଦି ଆମେ ସମସ୍ତ ଟ୍ୟାକ୍ସକୁ କାଟି ଦେଉଛୁ ତେବେ ପେଟ୍ରୋଲ ମାତ୍ର ୩୪.୦୪ ଟଙ୍କା ପ୍ରତି ଲିଟର ମିଳିବ।

ସେହିପରି ନୂଆଦିଲ୍ଲୀରେ ଡିଜେଲର ମୂଲ୍ୟ ୬୪.୫୪ଟଙ୍କା ଥିବା ବେଳେ ଏଥିରେ ୧୩.୮୩ଟଙ୍କା ଉତ୍ପାଦକ ଶୁକ୍ଳ, ୯.୫୧ ରାଜ୍ୟ ଭ୍ୟାଟ୍ ଏବଂ ୨.୫୩ ଟଙ୍କା ଡିଲରସିପ୍ କମିଶନ ଦିଆଯାଉଛି। ଯଦି ସମସ୍ତ ଟ୍ୟାକ୍ସକୁ ବାଦ କରାଯାଏ ତେବେ ଡିଜେଲର ମୂଲ୍ୟ ମାତ୍ର ୩୯.୬୭ ଟଙ୍କା ରହିବ।

ଏହାଛଡ଼ା ମନ୍ତ୍ରୀ ବିଗତ ଆର୍ଥିକ ବର୍ଷରେ ତୈଳରେ ଟ୍ୟାକ୍ସ ଦ୍ବାରା ପେଟ୍ରୋଲରେ ୭୩,୫୧୬.୮ କୋଟି ଟଙ୍କା ଏବଂ ଡିଜେଲରେ ୧.୫୦କୋଟି ଟଙ୍କା ଆଦାୟ କରିଥିଲେ। ସେହିପରି ଚଳିତ ବର୍ଷର ଗତ ୬ମାସ ମଧ୍ୟରେ ପେଟ୍ରୋଲରେ ୨୫,୩୧୮.୧୦ କୋଟି ଏବଂ ଡିଜେଲରେ ୪୬.୫୪୮.୮କୋଟି ଟଙ୍କା ଆଦାୟ କରାଯାଇଛି।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

33 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

47 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago