ଅର୍ଥବ୍ୟବସ୍ଥାରେ ଆଜି ଭରାଯିବ ୩୫,୦୦୦ କୋଟି ନଗଦ ଟଙ୍କା, ହେବ ଆହୁରି ମଜବୁତ୍

ଅର୍ଥ ମନ୍ତ୍ରାଳୟ ଏବଂ ଆରବିଆଇ କହିଛନ୍ତି ଯେ ଅର୍ଥବ୍ୟବସ୍ଥାରେ ନଗଦ ସ୍ଥିତି ସନ୍ତୋଷଜନକ ରହିଛି। ରୂପି- ଡାଲାର ଅଦଳବଦଳ ବ୍ୟବସ୍ଥା ଜରିଆରେ ମଙ୍ଗଳବାର ( ଆଜି ) ୩୫,୦୦୦ କୋଟି ଟଙ୍କା ନଗଦ ଭରାଯିବ।

ଯାହାଦ୍ବାରା ଅର୍ଥବ୍ୟବସ୍ଥା ଆହୁରି ମଜବୁତ ହୋଇଯିବ ଆର୍ଥିକ ମାମାଲା ବିଭାଗ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି ନଗଦ ସ୍ଥିତି ଏବେ ସନ୍ତୋଷଜନକ ରହିଛି। ସେ କହିଛନ୍ତି ଏହା ବହୁତ ମଜବୁତ ରହିବ।

ସେହିଭଳି ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଅର୍ଥବ୍ୟବସ୍ଥାରେ ନଗଦ ସ୍ଥିତି ସନ୍ତୋଷଜନକ ରହିଛି। କେନ୍ଦ୍ରୀୟ ବ୍ୟାଙ୍କ୍ ନିରନ୍ତର ସ୍ଥିତି ଉପରେ ନଜର ରଖଯାଇଛି।

ଆରବିଆଇ ମାର୍ଚ୍ଚରେ ରୂପି-ଡଲାର ଅଦଳ-ବଦଳ ନିଲାମର ଘୋଷଣା କରିଥିଲା। ଆଜି ତିନି ବର୍ଷର ଅବଦ୍ଧି ପାଇଁ ପାଞ୍ଚ ଆରବ ଡଲାରର ନିଲାମୀ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.