କେମିତି କରିବେ କମ୍ ଖର୍ଚ୍ଚ ଏବଂ ଅଧିକ ସଂଚୟ ? ଆପଣଙ୍କୁ ବାଟ ଦେଖାଇବ ୪ ଜବରଦସ୍ତ ଟ୍ରିକ୍ସ

ହୋଇଗଲା ନୂଆ ବର୍ଷ । ଏହି ବର୍ଷ ଆପଣ ଅନେକ ନୂଆ କାମର ଆରମ୍ଭ କରିବେ । ହେଲେ ଏସବୁ ମଧ୍ୟରେ ଆପଣଙ୍କ ଧ୍ୟାନ ଟଙ୍କା ରୋଜଗାର ଏବଂ ସଂଚୟ ଉପରେ ରହିବ । ଯେଉଁମାନେ ଋଣ କରିଥିଲେ ସେମାନେ ନିଶ୍ଚୟ ଚାହିଁବେ ଏହା ପରିଶୋଧ ହୋଇଯାଉ ବୋଲି । ତେଣୁ ଏସବୁ ପାଇଁ ଆପଣଙ୍କୁ କିଛି ଆର୍ଥିକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ଆଜି ଆମେ ଆପଣଙ୍କୁ ୪ଟି ଏମିତି ଟ୍ରିକ୍ସ କହିବୁ ଯାହା ଆପଣଙ୍କ ଟଙ୍କା ସଂଚୟ କରିବାରେ ସାହାଯ୍ୟ କରିବ ।

ଗୋଲ୍ ସେଟ୍ କରନ୍ତୁ :

ସର୍ବ ପ୍ରଥମେ ଆପଣ ଆର୍ଥିକ ଲକ୍ଷ ସେଟ୍ କରନ୍ତୁ । ଏଥିପାଇଁ ପ୍ରଥମ ଦିନରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ନିଜ ଲାଇଫଷ୍ଟାଇଲରେ କିଛି ପରିବର୍ତ୍ତନ କରନ୍ତୁ । ଯେଉଁ ଆବଶ୍ୟକ ସେଠି ଟଙ୍କା ଖର୍ଚ୍ଚ କରନ୍ତୁ । ଲଙ୍ଗ୍ ଟର୍ମ ପ୍ଲାନ୍ ଅନୁଯାୟୀ ନିବେଶ କରନ୍ତୁ । ଏଥିପାଇଁ ଆପଣ ଏସଆଇପି ବାଛି ପାରନ୍ତି ।

ଏମଜେନ୍ସି ଫଣ୍ଡ :

ନିଜର ଅନ୍ୟ ଗୋଲ୍ ଗୁଡିକୁ ସେଟ୍ କରିବା ପୂର୍ବରୁ ପ୍ରଥମେ ଗୋଟିଏ ଏମର୍ଜେନ୍ସି ଫଣ୍ଡ ପ୍ରସ୍ତୁତ କରନ୍ତୁ । କାରଣ ଏହି ଅଳ୍ପକାଳୀନ ଫଣ୍ଡରେ ଏକ ନିଶ୍ଚିତ ରାଶି ରଖିଲେ ଏମର୍ଜେନ୍ସିରେ ସମୟରେ କାମରେ ଆସିବ ।

କ୍ରେଡିଟ୍ କାର୍ଡ ଖର୍ଚ୍ଚରେ ନିୟନ୍ତ୍ରଣ :

ଅଧିକାଂଶ ଲୋକ କ୍ରେଡିଟ୍ କାର୍ଡର ବ୍ୟବହାର କରିଥାନ୍ତି । କାରଣ ଏମର୍ଜେନ୍ସି ସମୟରେ ଟଙ୍କା ପାଇଁ ଏକ ମାଧ୍ୟମ ହେଉଛି କ୍ରେଡିଟ୍ କାର୍ଡ । ତେଣୁ ନୂଆ ବର୍ଷରେ ଚେଷ୍ଟା କରନ୍ତୁ କମ୍ ରୁ କମ୍ ଯେମିତି ଏହାର ବ୍ୟବହାର କରିବେ । ସବୁଠାରୁ ବଡ଼ କଥା ହେଉଛି ଗୋଟିଏ ମାସରେ ଯେତିକି ସୁଝି ପାରିବେ ତାଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ ।

ଋଣରୁ ମୁକ୍ତି :

ନୂଆ ବର୍ଷରେ ଚେଷ୍ଟା କରନ୍ତୁ ପୁରୁଣା ଲୋନ୍ ସୁଝିବାକୁ । ଯେତିକି ନଗଦ ଆପଣଙ୍କ ନିକଟରେ ବାକି ଅଛି ତାକୁ ଋଣ ପରିଶୋଧ କରିବାରେ ବ୍ୟବହାର କରନ୍ତୁ । କ୍ରେଡିଟ୍ କାର୍ଡ ପେମେଣ୍ଟ ସମୟରେ ଚେଷ୍ଟା କରନ୍ତୁ ସମସ୍ତ ବିଲ୍ ଏକାଥରେ ଯେମିତି ଦେୟ କରିପାରିବେ । ଯଦି ଆପଣ ମିନିମମ୍ ବିଲ୍ ଦେଉଛନ୍ତି ତେବେ ବାକି ଥିବା ଟଙ୍କା ଉପରେ ଆପଣଙ୍କ ସୁଧ ଦେବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.