ବ୍ୟବସାୟ ଓ ଅର୍ଥନୀତି

ବିମୁଦ୍ରୀକରଣକୁ ପୂରୁଛି ୪ବର୍ଷ: ଅର୍ଥନୀତିରେ ହ୍ରାସ ପାଇଛି କଳାଟଙ୍କାର ଉପଯୋଗ, ବଢିଛି ଡିଜିଟାଲ କାରବାର

ନୂଆଦିଲ୍ଲୀ: ନଭେମ୍ବର ୮, ୨୦୧୬ ମସିହା । ଆଜିର ଦିନରେ ହଠାତ୍‌ ଓଲଟ ପାଲଟ ହୋଇଯାଇଥିଲା ଦେଶର ଅର୍ଥନୀତି । ଏହି ଅର୍ଥନୀତିକୁ ନେଇ ଭାରତୀୟ ଇତିହାସରେ ନିଆଯାଇଥିଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତି । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚଳିତ ହେଉଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଦେଇଥିଲେ।

ଏହା ଶୁଣିବା ପରେ ସାଧାରଣରେ ଭୟର ବାତାବରଣ ଖେଳିଯାଇଥିଲା । ହଠାତ୍‌ କିଏ କଣ କରିବେ? କିଛି ଭାବିପାରିନଥିଲେ । ଲୋକମାନଙ୍କୁ ଯଦିଓ ଅଚଳ ନୋଟକୁ ଜମା କରିବା ଲାଗି କିଛି ସମୟ ଦିଆଯାଇଥିଲା, ତଥାପି ବାରମ୍ବାର ନିୟମ ବଦଳାଇବା କାରଣରୁ ଲୋକମାନେ ବ୍ୟତିବସ୍ତ ହୋଇ ପଡ଼ିଥିଲେ। କାହିଁକି ନା ଏହି ଦୁଇଟି ବଡ଼ ମୂଲ୍ୟର ନୋଟ୍କୁ ଅଚଳ କରି ଦିଆଯିବା ସରକାରଙ୍କର‌ ବଡ ନିଷ୍ପତି ଥିଲା । ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ କରିବା ସମୟରେ ୩ଟି ପ୍ରମୁଖ କାରଣ ପାଇଁ ଏଭଳି କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ସେଗୁଡ଼ିକ ହେଲା ଦେଶରେ ଦୁର୍ନୀତିକୁ ରୋକିବା
-ଅର୍ଥନୀତିରୁ କଳାଟଙ୍କାକୁ କାଢ଼ିବା
-ନକଲି ନୋଟ୍କୁ ବାହାର କରିବା ଏବଂ ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଥିବା ଅର୍ଥ ଉପରେ ରୋକ୍ ଲଗାଇବା।

କିନ୍ତୁ ଏହାକୁ ବିରୋଧୀମାନେ ସମାଲୋଚନା କରିଥିଲେ। ଏହାପରେ ସରକାରଙ୍କ ପକ୍ଷରୁ ଭିନ୍ନ ଯୁକ୍ତି ଦର୍ଶାଯାଇଥିଲା। ବିମୁଦ୍ରୀକରଣର ମୁଖ୍ୟ ଲକ୍ଷ୍ୟ ଅର୍ଥନୀତିରେ ନଗଦ କାରବାରକୁ କମାଇ ଡିଜିଟାଲ କାରବାର ବଢ଼ାଇବା ବୋଲି ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଥିଲେ।
ସତ କହିବାକୁ ଗଲେ ଦେଶରେ ଏବେ ଡିଜିଟାଲ କାରବାର ବଢ଼ିଛି। ବିମୁଦ୍ରୀକରଣ ପରେ ଡିଜିଟାଲ କାରବାର ପାଇଁ ଭିତ୍ତିଭୂମି ପଡ଼ିଥିଲା। ଜିଏସଟି ପରେ ଡିଜିଟାଲ କାରବାର ଆଉ ଟିକେ ବ୍ୟାପକ ହୋଇଥିଲା।

କିନ୍ତୁ ଏହାକୁ ବିମୁଦ୍ରୀକରଣର ସୁଫଳ ବୋଲି କେହି ବିବେଚନା କରୁନାହାନ୍ତି, ବରଂ କରୋନା ମହାମାରୀ ଯୋଗୁଁ ଡିଜିଟାଲ କାରବାର ବଢ଼ିଥିବା ମତ ପ୍ରକାଶ ପାଉଛି। ଡିଜିଟାଲ କାରବାର ଯୋଗୁଁ ଅର୍ଥନୀତିରେ କଳାଟଙ୍କାର ଉପଯୋଗ ମଧ୍ୟ ହ୍ରାସ ପାଇଛି ବୋଲି ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲସର୍କଲସ ପକ୍ଷରୁ ହୋଇଥିବା ସର୍ଭେରେ କୁହାଯାଇଥିଲା ।

Sonalisa

Recent Posts

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

17 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

25 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

50 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

57 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

1 hour ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

2 hours ago