କୋଲ ଇଣ୍ଡିଆରେ ମେଡିକାଲ ସ୍ପେଶାଲିଷ୍ଟ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

କୋଲ ଇଣ୍ଡିଆ ଲିମିଟେଡ୍‌ରେ ଚାକିରି କରିବା ସୁବର୍ଣ୍ଣ ସୁଯୋଗ। ଏଠାରେ ମେଡିକାଲ ଏକଜିକ୍ୟୁଟିଭ ପଦବୀରେ ଭର୍ତ୍ତି ପାଇଁ ଆବେଦନଗ୍ରହଣ କରୁଛି। କୋଲ ଇଣ୍ଡିଆ ଏହି ପଦବୀରେ ଭର୍ତ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ ଆମନ୍ତ୍ରିତ କରିଛି। ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ଅଫିସିଆଲ ନୋଟିଫିକେସନ ଜାରି କରାଯାଇଛି।

ଅଧିକ ଜାଣିବା ପାଇଁ ପ୍ରାର୍ଥୀ ପ୍ରଥମେ ନୋଟିଫିକେସନ ପଢିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯିବାକୁ ପଡିବ। ଏଥିପାଇଁ ଆପଣ coalindia.in କୁ ଯାଇ ଚେକ୍‌ କରିପାରିବେ।

ପଦବୀ ବିବରଣୀ : ୪୧

ସିନିଅର ମେଡିକାଲ ସ୍ପେଶାଲିଷ୍ଟ/ମେଡିକାଲ ସ୍ପେଶାଲିଷ୍ଟ : ୨୮

ସିନିଅର ମେଡିକାଲ ଅଫିସର : ୧୩

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୯ ଅକ୍ଟୋବର ୨୦୨୨ରେ ହେବ। ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନ କରି ପୂର୍ବରୁ ଆବେଦନ କରିନିଅନ୍ତୁ।

ବୟସ ସୀମା : ସିନିଅର ମେଡିକାଲ ସ୍ପେଶାଲିଷ୍ଟ ପାଇଁ ଅଧିକତମ ବୟସ ୪୨ ବର୍ଷ ଏବଂ ସିନିଅର ମେଡିକାଲ ଅଫିସର/ ମେଡିକାଲ ସ୍ପେଶାଲିଷ୍ଟ ପାଇଁ ବୟସ ସୀମା ୩୫ ବର୍ଷ ବୟସ ନିର୍ଦ୍ଧାରିତ କରାଯାଇଛି।

ପ୍ରାର୍ଥୀ ଏହି ଠିକଣାରେ ପଠାଇବେ ଆବେଦନ ପତ୍ର :

ପ୍ରାର୍ଥୀ ଆବେଦନ ପତ୍ର ପାଇଁ ନିର୍ଦ୍ଧାରିତ ସ୍ପିଡ ପୋଷ୍ଟ ଜରିଆରେ ନିର୍ଦ୍ଧାରିତ ଠିକଣା ଉପରେ ପଠାଇବାକୁ ହେବ।

General Manager ((Personnel/EE), Bharat Coking Coal Limited, Executive Establishment, Koyla Bhawan, Koyla Nagar, BCCL Township, District Dhanbad, Jharkhand – 826005.

ବିଶେଷ ଧ୍ୟାନ : ପ୍ରାର୍ଥୀ ଆବେଦନ ପତ୍ର ନିର୍ଦ୍ଧାରିତ ସମୟ ୫ଟା ପୂର୍ବରୁ ପହଞ୍ଚିଯିବା ଦରକାର। ଅଫିସିଆଲ ନୋଟିଫିକେସନ ମୁତାବକ, ଆବେଦନ ଫର୍ମ ଜମା କରିବା ପାଇଁ ଅନ୍ୟ କୌଣସି ଉପାୟ ଯେପରିକି ଇମେଲ୍‌ କିମ୍ବା ବାଏ ହ୍ୟାଣ୍ଡ ଆବେଦନକୁ ଗ୍ରହଣ କରାଯିବ ନାହିଁ।

Also Read : UCO Bank ରେ ପଦବୀ ଖାଲି, ଜାଣନ୍ତୁ କ’ଣ ଦରକାର ଯୋଗ୍ୟତା

Leave A Reply

Your email address will not be published.