SSC CHSL Apply 2020 : କେନ୍ଦ୍ର ସରକାରଙ୍କ ଏସବୁ ବିଭାଗରେ ଖାଲି ପଡ଼ିଛି ୪୭୨୬ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ପାଇବାକୁ ଚାହୁଁଛନ୍ତି ତ ଆପଣଙ୍କ ପାଇଁ ବହୁତ ବଢ଼ିଆ ସୁଯୋଗ। କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟ ଏବଂ ବିଭାଗରେ କ୍ଲର୍କ, ଡାକ ସହାୟକ, ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ଆଦିରେ ମୋଟ ୪୭୨୬ ପଦ ଖାଲିପଡିଛି। କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଆୟୋଜିତ କରାଯାଉଥିବା ସଂଯୁକ୍ତ ଉଚ୍ଚତର ମାଧ୍ୟମିକସ୍ତରୀୟ (୧୦+୨)  ପରୀକ୍ଷା, ୨୦୨୦ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ। ଯେଉଁ ଆଶାୟୀ ପ୍ରାର୍ଥୀ ଏବେ ପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି, ସେମାନେ ଆୟୋଗ ଅଫିସିଆଲ ୱେବସାଇଟ ssc.nic.inକୁ ଭିଜିଟ୍‌ କରି ଏସଏସସି ସିଏଚଏସଏନଏଲ ଆପ୍ଲାଏ ୨୦୨୦ ପ୍ରକ୍ରିୟାକୁ ପୂରା କରିପାରିବେ। ଆବେଦନ ପ୍ରକ୍ରିୟା ୬ ନଭେମ୍ବରରେ ଜାରି ହୋଇଥିବା ନୋଟିଫିକେସନରେ ଦିଆଯାଇଛି।

ଆବେଦନ ଶୁଳ୍କ – ୧୦୦ ଟଙ୍କା (ଅନଲାଇନ୍‌ ମାଧ୍ୟମରେ କରିପାରିବେ)

ପଦ ସଂଖ୍ୟା – ୪୭୨୬

ଶିକ୍ଷାଗତ ଯୋଗ୍ୟତା – କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଦ୍ୱାଦଶ ପାସ୍‌ କରିଥିବା ଆବଶ୍ୟକ।

ବୟସ ସୀମା – ୧୮ ରୁ ୨୭ ବର୍ଷ (ଆରକ୍ଷିତ ଆବେଦନକାରୀଙ୍କ ପାଇଁ ବୟସ ସୀମାରେ ସରକାରଙ୍କ ତରଫରୁ କୋହଳ କରାଯିବ)

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ଆରମ୍ଭ- ୬ ନଭେମ୍ବର ୨୦୨୦
ଆବେଦନ ଶେଷ-୧୫ ଡିସେମ୍ବର ୨୦୨୦ (ରାତି ୧୧.୩୦ ପର୍ଯ୍ୟନ୍ତ)
ଅନ୍‌ଲାଇନ୍‌ ଫି’‌ ପେମେଣ୍ଟର ଶେଷ ତାରିଖ- ୧୭ ଡିସେମ୍ବର ୨୦୨୦ (ରାତି ୧୧.୩୦ ପର୍ଯ୍ୟନ୍ତ)
ଅଫ୍‌ଲାଇନ୍‌ ଚାଲାଣ ଜେନେରେଟ୍‌ କରିବାର ଶେଷ ତାରିଖ- ୧୯ ଡିସେମ୍ବର ୨୦୨୦ (ରାତି ୧୧.୩୦ ପର୍ଯ୍ୟନ୍ତ)
ଚାଲାଣ ମାଧ୍ୟମରେ ଫି’ ପେମେଣ୍ଟ କରିବାର ଶେଷ ତାରିଖ- ୨୧ ଡିସେମ୍ବର ୨୦୨୦

କେମିତି କରିବେ ଆବେଦନ

ଆବେଦନ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଆୟୋଗର ଅଫିସିଆଲ ୱେବସାଇଟକୁ ଭିଜିଟ କରିବାକୁ ହେବ। ସେଠାରେ ଲଗଇନ୍‌ ସେକସନକୁ ଯାଇ ନ୍ୟୁ ୟୁଜର ଲିଙ୍କରେ ରେଜିଷ୍ଟ୍ରେସନ କରିବାକୁ ହେବ। ଏହାପରେ ଜାରୀ ହୋଇଥିବା ୟୁଜର ଆଇଡି, ପାସଓ୍ଵାର୍ଡ ସାହାଯ୍ୟରେ ଲଗଇନ୍‌ କରି ଆବେଦନକାରୀ ଆପ୍ଲିକେସନକୁ ସବମିଟ୍‌ କରିପାରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.