SUV ଠାରୁ ସେଡାନ ପର୍ଯ୍ୟନ୍ତ ୫ ବେଷ୍ଟ କାର, ୧୦ ଲକ୍ଷରୁ କମ୍‌ ମୂଲ୍ୟରେ ଚଢ଼ିପାରିବେ କାର୍‌

୧୦ ଲକ୍ଷ ଟଙ୍କାରୁ କମ୍‌ ସେଗମେଣ୍ଟ ଗାଡିର ବହୁତ ଅଧିକ ଡିମାଣ୍ଡ ବଢ଼ୁଛି। ଏହି ବଜେଟରେ କମ୍ପାନୀ ନୂଆ ନୂଆ ଗାଡି ଲଞ୍ଚ୍‌ କରି ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି। ତେବେ ବହୁତ ଗୁଡିଏ ଅପ୍ସନ ହେବା ପରେ ମଧ୍ୟ ନିଜ ପାଇଁ ଏକ ମନଲାଖି କାର୍‌ ବାଛିବା ସହଜ କଥା ନୁହେଁ କାରଣ କୌଣସି ବି କାର ପରଫେକ୍ଟ ହୋଇନଥାଏ। ଯଦିଓ କିଛି ଗାଡି ଏମିତି ଅଛି ଯାହା ଗ୍ରାହକଙ୍କ ହୃଦୟ କିଣିନିଏ। ଯଦି ଆପଣ ମଧ୍ୟ ୧୦ ଲକ୍ଷରୁ କମ୍‌ ଦାମରେ ଏକ ବହୁତ ବଢ଼ିଆ ଆରାମଦାୟକ କାର କିଣିବାକୁ ଚାହୁଁଛନ୍ତି ତାହେଲେ ଆମେ ଆପଣଙ୍କ ପାଇଁ ୫ଟା ଅପ୍ସନ ନେଇଆସିଛୁ। ଯେଉଁଥିରେ ଏସୟୁଭି ଠାରୁ ନେଇ ସେଡାନ ଏବଂ ୭ ସିଟର କାର ବି ସାମିଲ ରହିଛି।

Tata Nexon

ଟାଟା ନେକ୍ସନ କେବଳ ୧୦ ଲକ୍ଷରୁ କମ୍‌ ବଜେଟରେ ମିଳୁଥିବା କାର ନୁହେଁ, ବରଂ ସାରା ଦେଶରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଏସୟୁଭି। ଏହାର ଦାମ ୭.୬୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୩.୯୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଁଚିପାରେ। ଏଥିରେ ୧.୨ ଲିଟର ଟର୍ବୋ-ପେଟ୍ରୋଲ (120PS/170Nm) ଏବଂ ୧.୫ ଲିଟର ଟର୍ବୋ ଡିଜେଲ (110PS/260Nm) ଇଞ୍ଜିନ୍‌ ଦିଆଯାଇଛି।

Maruti Brezza

ମାରୁତି ସୁଜୁକି ବ୍ରିଜା ମଧ୍ୟ ୧୦ ଲକ୍ଷରୁ କମ୍‌ରେ ମିଳୁଥିବା ଏକ ବଢ଼ିଆ ଅପ୍ସନ। ନୂଆ ଅବତାରରେ ବ୍ରିଜା ଏବେ ଅଧିକ ଫିଚର ଲୋଡେଡ ଏବଂ ଷ୍ଟାଇଲିସ କାର ଭାବେ ଲୋକଙ୍କୁ ବହୁତ ପସନ୍ଦ। ଏହା ସେଫ୍ଟିରେ ୪ ଷ୍ଟାର ରେଟିଙ୍ଗ ସହିତ ଆସିଥାଏ। ଏହାର ଦାମ୍‌ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୩.୯୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିପାରେ। ଏଥିରେ ୧.୫ ଲିଟରର ପେଟ୍ରୋଲ ଇଞ୍ଜିନ୍‌ ଦିଆଯାଇଛି। ଏଥିରେ ଆପଣଙ୍କୁ 20.15 kmpl ପର୍ଯ୍ୟନ୍ତର ମାଇଲେଜ୍‌ ମିଳିଥାଏ।

Mahindra Bolero Neo

ମହିନ୍ଦ୍ରା ବୋଲେରୋ ଏମିତି ଗ୍ରାହକଙ୍କ ପାଇଁ ବଢ଼ିଆ ଅପ୍ସନ ରହିବ ଯେଉଁମାନେ ୭ ସିଟର କାର ଖୋଜୁଛନ୍ତି। ଏହି ଗାଡିରେ ଆପଣଙ୍କୁ ଏସୟୁଭି ଫିଲ୍‌ ଏବଂ ବଢ଼ିଆ ସ୍ପେସ ଉଭୟ ମିଳିବ। ଏହି ଗାଡିର ଦାମ୍‌ ୯.୨୯ ଲକ୍ଷ ଟଙ୍କାରୁ ନେଇ ୧୧.୭୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିପାରେ। ଏଥିରେ ୧.୫ ଲିଟର ଡିଜେଲ ଇଞ୍ଜିନ୍‌ ମିଳିଥାଏ, ଯାହା 100PS ପାଓ୍ଵାର ଏବଂ 260Nm ଟର୍କ ଦେଇଥାଏ।

Hyundai i20

ଯଦି ଆପଣ ବଢ଼ିଆ ଫିଚର ଲୋଡେଡ ହ୍ୟାଚବ୍ୟାକ୍‌ ଚାହୁଁଛନ୍ତି, ତାହେଲେ ହ୍ୟୁଣ୍ଡାଇ ଆଇ୨୦କୁ ଦେଖିପାରିବେ। ଏହି ଗାଡିରେ ଆପଣଙ୍କୁ ଏଲଇଡି ହେଡଲାଇଟ୍ସ, ଆପ୍ପଲ କାରପ୍ଲେ ଏବଂ ଆଣ୍ଡ୍ରଏଡ୍‌ ଅଟୋ ସହିତ ୧୦.୨୫ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ଏୟାର ପ୍ୟୁରିଫାୟର ଏବଂ ସନରୁଫ୍‌ ଭଳି ଫିଚର୍ସ ମିଳିଥାଏ। କାରର ଦାମ୍‌ ୭.୦୩ ଲକ୍ଷ ଟଙ୍କାରୁ ୧୧.୫୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭିତରେ ଆସିପାରେ।

Honda Amaze

ହୋଣ୍ଡା ଆମାଜ୍‌ ଏକ ସାନଦାର ସେଡାନ୍‌ କାର। ଏହି କାରର ଦାମ୍‌ ୬.୬୩ ଲକ୍ଷ ଟଙ୍କାରୁ ୧୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିପାରେ। ଏହି ଗାଡିରେ ୧.୨ ଲିଟରର ପେଟ୍ରୋଲ (90PS/110Nm) ଏବଂ ୧.୫ ଲିଟରର ଡିଜେଲ (100PS/200Nm) ଇଞ୍ଜିନ୍‌ ମିଳିଥାଏ। ଗାଡିରେ ମାନୁଆଲ ସହିତ CVT ଗିୟରବକ୍ସର ମଧ୍ୟ ଅପ୍ସନ ରହିଛି।

Leave A Reply

Your email address will not be published.