ସାବଧାନ୍ ! ଏହି ୫ଟି ବଡ଼ ମିଛ କହିଥାନ୍ତି ବୀମା କମ୍ପାନୀ . . .ପଲିସି ନେବା ସମୟରେ ଧ୍ୟାନ ଦିଅନ୍ତୁ

ବୀମା ପଲିସି କରିବା ସମୟରେ ଏଜେଂଟ୍ ମାନେ ବିଭିନ୍ନ କଥା କହିଥାନ୍ତି । ଆଉ ସେମାନଙ୍କ କଥା ଶୁଣି ଭଲ ଖରାପ ଚିନ୍ତା ନକରି ଲୋକମାନେ ପଲିସି କରିନେଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ବୀମା କମ୍ପାନୀ ୫ଟି ମିଛ କଥା କହିଥାନ୍ତି । ନଜର ପକାନ୍ତୁ କଣ ଏହି ମିଛ ।
ମିଛ ୧ : ଏହା ଏକ ଭଲ ନିବେଶ ବିକଳ୍ପ :
ଜୀବନ ବୀମା ପ୍ରଡକ୍ଟ, ଯାହାକୁ ଚଳାଇବା ପାଇଁ ଶୁଳ୍ପ ଆଦାୟ କରାଯାଏ ତାହା କେବେ ବି ନିବେଶ ଉତ୍ପାଦ ହୋଇପାରିବ ନାହିଁ । ବିଭିନ୍ନ ଶୁଳ୍କ, ଆସେଟ୍ ମ୍ୟାନେଜମେଂଟ୍ ଚାର୍ଜ ଆଦି ଇନ୍ସୁରାନ୍ସ ପଲିସି ସହ ଆଦାୟ କରାଯାଇଥାଏ । ତେଣୁ ଭଲ ନିବେଶ କଥା ମିଛ ।
ମିଛ ୨ : ମେଡିକାଲ୍ ଟେଷ୍ଟ କରିବାକୁ ପଡିବ ନାହିଁ :
ଏଭଳି ପଲିସିରେ ବିପଦ କଭର୍ ବହୁତ କମ୍ ହୋଇଥାଏ । ପ୍ରଥମେ ତ ଆପଣଙ୍କୁ କୁହାଯିବ ଆପଣ ସମ୍ପୂର୍ଣ୍ଣ ଭଲ ଅଛନ୍ତି । କିନ୍ତୁ ଭବିଷ୍ୟତରେ ଆପଣଙ୍କ ମୃତ୍ୟୁ ହେଲେ ପୁରା ଛାନଭିନ୍ ହେବ । ଆଉ ନୋମିନିକୁ କୁହାଯିବ ଯେ କୌଣସି ରୋଗ ଥିଲା ତେଣୁ ନୋମିନିଙ୍କୁ କ୍ଲେମ୍ ମିଳିବ ନାହିଁ ।
ମିଛ ୩ : ବ୍ୟାଙ୍କ୍ ଠାରୁ ଭଲ ରିଟର୍ଣ୍ଣ ମିଳିବ :
କୌଣସି ଦେଶ ବା କମ୍ପାନୀ ପାଇଁ ଏହି ଦର (୧୫ – ୧୮%)ରେ ବିକାଶ କରିବା ପ୍ରାୟ ଅସମ୍ଭବ । ଯେଉଁ ଉତ୍ପାଦ ବଡ଼ ଜନସଂଖ୍ୟା ପାଇଁ ଚଳାଯାଏ ସେଥିରେ ଏତେ ରିଟର୍ଣ୍ଣ ଦେବା ମୁସ୍କିଲ୍ ।
ମିଛ ୪ : ନିବେଶ ପାଇଁ ଏହା ଶେଷ ତାରିଖ :
ପଲିସି ବନ୍ଦ ହେବା ପୂର୍ବରୁ ହିଁ ତାରିଖ ସାର୍ବଜନୀନ କରିଦିଆଯାଏ । ଏହା ବୀମା ଏଜେଂଟଙ୍କ ଏପରି ଏକ ମିଛ ଯାହା ଅଧିକାଂଶ ଲୋକଙ୍କ ଉପରେ କାମ କରିଥାଏ । ତେଣିକି ସେ ଶିକ୍ଷିତ, ଅଶିକ୍ଷିତ, ସ୍ତ୍ରୀ, ପୁରୁଷ ଯିଏ ବି ହୁଅନ୍ତୁ ନାଁ କାହିଁକି ସମସ୍ତେ ଚିନ୍ତା କରିଥାନ୍ତି ଏତେ ଭଲ ସ୍କିମ୍ ଦ୍ବିତୀୟ ଥର ମିଳିବ ନାହିଁ । ତେଣୁ ଶୀଘ୍ର ଶୀଘ୍ର ପଲିସି କିଣିନିଅନ୍ତି ।
ମିଛ : ୫ : ୟୁନିଟ୍ ଲିଙ୍କଡ ପ୍ଲାନରେ ଗ୍ୟାରେଣ୍ଟେଡ୍ ରଟର୍ଣ୍ଣ
କୌଣସି ବି ୟୁଲିପରେ ଗ୍ୟାରେଣ୍ଟଡ୍ ରିଟର୍ଣ୍ଣ ମିଳିନଥାଏ । ଯଦି ଆପଣ ପାରମ୍ପରିକ ୟୁଲିପ୍ ପ୍ଲାନ୍ ନେଉଛନ୍ତି ତେବେ ଆପଣ ଗ୍ୟାରେଣ୍ଟଡ୍ ରିଟର୍ଣ୍ଣ ହାସଲ କରିପାରିବେ । ଯଦିଓ ଏହା ସବୁଠାରୁ କମ୍ ଦର ଉପରେ ରିଟର୍ଣ୍ଣ ଦେଇଥାନ୍ତି । ୟୁଲିପ୍ ପ୍ଲାନ୍ କାହାଠାରୁ ବି ନିଅନ୍ତୁ ଏସବିଆଇ, ଏଚଡିଏଫସି, ଏଲଆଇସି , ଆଇସିଆଇସିଆଇ ରିସ୍କ ସମ୍ପୂର୍ଣ୍ଣ ରୂପେ ଆପଣଙ୍କର ହିଁ ରହିବ । ତେଣୁ ସାବଧାନ ରୁହନ୍ତୁ ।