ମୋବାଇଲରେ ୫ଜି ଆକ୍ଟିଭ କରାଇଦେବାକୁ ଆସୁଛି କି ଫୋନ, ତେବେ ସାବଧାନ ଖାଲି ହୋଇପାରେ ଖାତା

ଚଳିତ ମାସ ଆରମ୍ଭରେ ଭାରତରେ ୫ଜି ସେବା ଆରମ୍ଭ ହେବା ପରେ ଟେଲିକମ୍ କମ୍ପାନୀଗୁଡିକ ଦ୍ୱାରା ୫ଜି ରୋଲଆଉଟ୍ ଆରମ୍ଭ ହୋଇଛି। ଉଭୟ ଏୟାରଟେଲ ଏବଂ ରିଲାଏନ୍ସ ଜିଓ କିଛି ସହରରେ ୫ଜି ରୋଲଆଉଟ୍ ଆରମ୍ଭ କରିଛନ୍ତି । ତେବେ ଏହାରି ଭିତରେଅନେକ ୟୁଜର୍ସଙ୍କୁ ୫ଜି ଆକ୍ଟିଭେସନ୍ ନାମରେ ଠକାମୀର ଶିକାର କରାଯାଉଛି ଏବଂ ସେମାନଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି । ଅନେକ ସହରରେ ପୋଲିସ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ଏବଂ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ଯଦି କେହି ଆପଣଙ୍କୁ ୫ଜି ଆକ୍ଟିଭେସନ୍ ବିଷୟରେ କହି ସୂଚନା ମାଗୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ ଏବଂ ଆପଣ ତଥ୍ୟ ସେୟାର କରନ୍ତୁ ନାହିଁ ।

ହାଇଦ୍ରାବାଦ ପୁଲିସ ଟ୍ୱିଟରରେ ଲେଖିଛି, ସାଇବର ଠକମାନେ ୫ଜି ନାମରେ ଲିଙ୍କ ପଠାଉଛନ୍ତି। ଯଦି ଆପଣ ଏହି ଲିଙ୍କଗୁଡିକ ଖୋଲନ୍ତି ତେବେ ଆପଣଙ୍କର ଫୋନ୍ ହ୍ୟାକ୍ ହେବାର ବିପଦ ଅଛି । ଯଦି ଆପଣ ସଚେତନ ନ ରହିବେ ତେବେ ଆପଣ ବିପଦରେ ପଡିପାରନ୍ତି ଏବଂ ୪ଜି ସିମକୁ ୫ଜିରେ ଅପଗ୍ରେଡ୍ କରିବାକୁ କହି ଆକାଉଣ୍ଟଗୁଡିକରୁ ସାଇବର ଠକମାନେ ଟଙ୍କା ଲୁଟିନେଉଛନ୍ତି | ପୁଲିସ କହିଛି ଯେ ଯଦି କେହି ୫ଜି ଅପଡେଟ କରିବାକୁ କହୁଛନ୍ତି ତେବେ ତାଙ୍କ କଥାରେ ଭାସିଯାଆନ୍ତୁ ନାହିଁ । କାରଣ ଯଦି ଆପଣ ୫ଜି ସେବା ବ୍ୟବହାର ଆରମ୍ଭ କରିବାକୁ ଚାହାଁନ୍ତି ତେବେ ଆପଣଙ୍କ ପାଖରେ ଏକ ୫ଜି ଫୋନ୍ ରହିବା ଆବଶ୍ୟକ | ଏହା ବ୍ୟତୀତ, ଯଦି ୫ଜି ଅପଗ୍ରେଡ୍ ସହିତ ଜଡିତ କୌଣସି ଲିଙ୍କ୍ ଆପଣଙ୍କ ଫୋନରେ ଆସେ, ତେବେ ଏଥିରେ କ୍ଲିକ୍ କରନ୍ତୁ ନାହିଁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସାଇବର ଠକମାନେ ୫ଜି ନାମରେ ଲିଙ୍କ ପଠାଉଛନ୍ତି । ଯଦି ଆପଣ ଏହି ଲିଙ୍କ ଖୋଲନ୍ତି ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହେବାର ଆଶଙ୍କା ରହିଛି । ଯଦି ଆପଣ ସତର୍କ ନରୁହନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ଖାଲି ହେବାର ସମ୍ଭାବନା ରହିଛି । ସିମକୁ ୪ଜି ସିମରୁ ୫ଜିରେ ଅପଗ୍ରେଡ୍ କରାଯିବା ଉଚିତ ବୋଲି କହି ସେମାନେ ଆକାଉଣ୍ଟ ଖାଲି କରୁଛନ୍ତି ।ତେଣୁ ଆପଣ ଯଥେଷ୍ଟ ସତର୍କ ଆଉ ସାବଧାନ ରୁହନ୍ତୁ।

Leave A Reply

Your email address will not be published.