ଜିଓ ଫୋନ ୟୁଜର୍ସଙ୍କ ପାଇଁ ଲଞ୍ଚ ହେଲା ୭୫ ଟଙ୍କିଆ ପ୍ଲାନ, ମିଳିବ ୩ ଜିବି ଡାଟା ଆଉ ବହୁତ କିଛି ଫାଇଦା
![jio](https://knewsodisha.com/wp-content/uploads/2021/07/jio.jpg)
ରିଲାଏନ୍ସ ଜିଓ ଜିଓ ଫୋନ ୟୁଜର୍ସଙ୍କ ପାଇଁ ନୂଆ ପ୍ରିପେଡ ପ୍ଲାନ ଲଞ୍ଚ କରିଛି। ଏହି ନୂଆ ପ୍ଲାନ ୭୫ ଟଙ୍କିଆ ପ୍ଲାନ। ଏହି ନୂଆ ରିଜାର୍ଚ ପ୍ଲାନର ଘୋଷଣା ୩୯ ଏବଂ ୬୯ ଟଙ୍କିଆ ପ୍ଲାନ ବନ୍ଦ ପରେ ଘୋଷଣା କରାଯାଇଛି। ଏହି ଦୁଇଟି ପ୍ଲାନକୁ ଜିଓ ଆପରୁ ହଟାଇଦିଆଯାଇଛି।
ଜିଓର ନୂଆ ୭୫ ଟଙ୍କିଆ ପ୍ଲାନରେ ଜିଓଫୋନ ୟୁଜର୍ସଙ୍କୁ ୨୮ ଦିନର ଭାଲିଡିଟି ମିଳିବ। ଏହାସହିତ ପ୍ରତିଦି ୫୦ଟି ଏସଏମଏସ ଏବଂ ଜିଓ ଟିଭି, ଜିଓ ସିନେମା, ଜିଓ ନ୍ଯୁଜ, ଜିଓ ସିକ୍ଯୁରିଟି ଏବଂ ଜିଓ କ୍ଲାଉଡ ଭଳି ଆପକୁ ମଧ୍ୟ ଆକ୍ସେସ କରିପାରିବେ।
ଏହାସହିତ କୌଣସି ନେଟୱାର୍କକୁ ଅନଲିମିଟେଡ କଲ୍ ସହିତ ୨୦୦ ଏମବିର ବୁଷ୍ଟର ସହିତ ସଂପୂର୍ଣ୍ଣ ଭାଲିଡିଟି ସହିତ ୩ ଜିବି ୪ଜି ଡାଟା ମିଳିବ। ଜିଓ ଦ୍ବାରା ୩୯ ଏବଂ ୬୯ ପ୍ଲାନ ବନ୍ଦ ହେବା ପରେ ଏହା ସବୁଠାରୁ ଶସ୍ତା ପ୍ଲାନ।