ଦେଶର ସବୁଠୁ ବଡ଼ ସାର୍ବଜନିକ କ୍ଷେତ୍ର ର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଉତ୍ସବ ଜମା ନାମକ ଏକ ସ୍କିମ ଆରମ୍ଭ କରିଛି। ଏହି ଫିକ୍ସଡ ଡିପୋଜିଟ ଯୋଜନାରେ ସୁଧ ଦର ସାମାନ୍ୟ ରୁ ଟିକେ ଅଧିକା ରହିଛି। କିନ୍ତୁ ଏହା ସୀମିତ ସମୟ ପାଇଁ ରହିଛି। ତେଣୁ ଗ୍ରାହକ ମାନେ ଏହି ଅବଧି ମଧ୍ୟରେ ହିଁ ଫାଇଦା ଉଠାଇପାରିବେ। ଜାଣନ୍ତୁ ଏହି ଯୋଜନା ସମ୍ପର୍କରେ..
ଗତ କାଲି ସାରା ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରକୁ ଆଜାଦି କା ଅମୃତ ମହୋତ୍ସବ ରୂପେ ପାଳନ କରିଥିଲା। ଏହି ଖାସ ଅବସରରେ ଦେଶର ସବୁଠୁ ବଡ଼ ସାର୍ବଜନିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହି ଖାସ ସ୍କିମ ନିଜ ପ୍ରିୟ ଗ୍ରାହକଙ୍କ ପାଇଁ ଆଣିଛି। ଏସବିଆଇ ଉତ୍ସବ ଡିପୋଜିଟ ନାମରେ ଏକ ସ୍ପେଶାଲ ସ୍କିମ ର ଶୁ ଭାରମ୍ଭ କରିଛି। ଜାଣି ରଖନ୍ତୁ ଯେ ଏହି ଫିକ୍ସଡ ଡିପୋଜିଟ ସ୍କିମରେ ଆପଣଙ୍କୁ ବଡ଼ଧରଣର ଫାଇଦା ହେବ।
ଏସବିଆଇ ଏହା ସମ୍ପର୍କରେ ଏକ ଟ୍ଵିଟ ମଧ୍ୟ ଜାରି କରିଛି। ଟ୍ଵିଟ ରେ କହିଛି ଯେ ଆପଣଙ୍କ ଟଙ୍କାକୁ ଉତ୍ସବ ଡିପୋଜିଟ ସ୍କିମ ମାଧ୍ୟମରେ ରଖି ଏଥିରେ ଅଧିକ ଦରର ସୁଧ ପାଆନ୍ତୁ।
Let your finances do the hard work for you.
Introducing ‘Utsav’ Deposit with higher interest rates on your Fixed Deposits!#SBI #UtsavDeposit #FixedDeposits #AmritMahotsav pic.twitter.com/seMdVaOz0e— State Bank of India (@TheOfficialSBI) August 14, 2022
ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଉତ୍ସବ ଏଫଡି ଯୋଜନାରେ ଏସବିଆଇ ୧୦୦୦ ଦିନ ପାଇଁ ହେଉଥିବା ଜମାରେ ୬.୧୦% ପ୍ରତି ବର୍ଷ ସୁଧ ମିଳିବ। ଏଥିରେ ଖାସ କରି ବରିଷ୍ଠ ନାଗରିକ ନିୟମିତ ଦରରେ ୦.୫୦% ଅତିରିକ୍ତ ସୁଧ ପାଇବେ। ଏହି ଦର ୧୫ ଅଗଷ୍ଟରୁ ଆରମ୍ଭ ହୋଇଛି। ଯାହାକି ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଚାଲୁ ରହିବ।
ସୂଚନା ଅନୁଯାୟୀ ଏବେ କିଛି ଦିନ ପୂର୍ବରୁ ବ୍ୟାଙ୍କ ୨ କୋଟି ଟଙ୍କା ଅନ୍ତର୍ଗତ ଫିକ୍ସଡ ଡିପୋଜିଟ ରେ ସୁଧ ଦରକୁ ବଢ଼ାଇଥିଲା। ଏସବିଆଇ ୧୩ ଅଗଷ୍ଟ ୨୦୨୨ ରେ ନୂଆ ସୁଧ ଦର ଘୋଷଣା କରିଥିଲା। ବିଭିନ୍ନ ସମୟ ପାଇଁ ସୁଧ ଦରରେ ୧୫ ବିପିଏସ୍ ବୃଦ୍ଧି କରିଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ ଗତ ଅଗଷ୍ଟ ୧୫ରେ ଲୋନ ରେ ନିଜର ମାର୍ଜିନାଲ କାଷ୍ଟ ଅଫ ଫଣ୍ଡ ବେଷ୍ଟ ଲିଡିଂ ରେଟ କୁ ବଢ଼ାଇଥିଲା। ଏଥିରେ ସେହି ଋଣଦାତାଙ୍କ ଇଏମଆଇ ବଢ଼ାଇବ ଯାହାର ଲୋନ ଏମସିଏଲଆର ସହ ଲିଙ୍କ ଥିବ।