Railway ସୁଧାରିବ ତିନି ବର୍ଷର ପୁରୁଣା ତୃଟି, ହଜାର କର୍ମଚାରୀଙ୍କୁ ଏବେ ମିଳିବ ବର୍ଦ୍ଧିତ ଦରମା ଏବଂ ଏରିୟର

ରେଳ ମନ୍ତ୍ରାଳୟ ନିଜ ବିଭାଗର ଗୋଟିଏ ତୃଟିକୁ ସୁଧାରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରାଳୟର ଏହି ନିଷ୍ପତ୍ତି ହଜାର ହଜାର ଚିଫ୍ ଲୋକୋ ଇନସପେକ୍ଟରଙ୍କୁ ଜବରଦସ୍ତ ଫାଇଦା ହେବାକୁ ଯାଉଛି କର୍ମଚାରୀଙ୍କର ଏବେ ବର୍ଦ୍ଧିତ ଦରମା ଏବଂ ଏରିୟର ମିଳିବ।

ମନ୍ତ୍ରାଳୟର ଚିଫ୍ ଲୋକୋ ଇନଦପେକ୍ଟର ଏବଂ ୧ ଜାନୁଆରି ୨୦୧୬ ପରେ ନିଯୁକ୍ତି ପାଇଥିବା ଜୁନିୟର ଅଫିସରଙ୍କର ଦରମାକୁ ନେଇ ଅସାମାନ୍ୟତା ଥିଲା। ତାହାକୁ ଦୂର କରିବା ପାଇଁ ଆଦେଶ ଜାରି କରାଯାଇଛି। ଏକ ରିପୋର୍ଟରୁ ଜଣାପଡିଛି ୧ ଜାନୁୟାରି ୨୦୧୬ ପରେ ଭର୍ତ୍ତି ହୋଇଥିବା ଜୁନିୟର ଅଫିସରଙ୍କ ଦରମା ଚିଫ୍ ଲୋକୋ ଇନସପେକ୍ଟରଙ୍କ ଠାରୁ ଅଧିକ।

indian railwayଚିଫ୍ ଲୋକୋ ଇନସପେକ୍ଟର୍ସ ୨୦୧୬ ପ୍ରଥମରୁ ମନ୍ତ୍ରାଳୟ ସହିତ ଯୋଡି ହେଲେ। କିନ୍ତୁ ଏହାସତ୍ତ୍ବେ ମଧ୍ୟ ତାଙ୍କର ଦରମା କମ୍ ଥିଲା ରେଳବାଇ ଏହି ତୃଟିକୁ ଦୂର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦରମାର ଏହି ବିବିଧତାର କାରଣ ସପ୍ତମ ବେତନ ଆୟୋଗ ଦ୍ବାରା ଥିଲା।

ଏହାସହ ପଢ଼ନ୍ତୁ : ଖୁସିଖବର ! ଏବେ ୧୦ଟା ନୁହେଁ ଏହି ସମୟରେ ଖୋଲିବ ସମସ୍ତ ସରକାରୀ ବ୍ୟାଙ୍କ, ସେପ୍ଟେମ୍ବରରୁ ଲାଗୁ ହେବ ନୂଆ ନିୟମ

ସପ୍ତମ ବେତନ ଆୟୋଗ ଦ୍ବାରା କନିଷ୍ଠ ଷ୍ଟାଫଙ୍କୁ ଲାଭ ମିଳୁଥିଲା କିନ୍ତୁ ୧ ଜାନୁଆରି ୨୦୧୬ ପୂର୍ବରୁ ନିଯୁକ୍ତି ପାଇଥିବା ଅଫିସରଙ୍କୁ ଏହାର ଲାଭ ମିଳୁନଥିଲା। ଏବେ ମନ୍ତ୍ରାଳୟ ତିନି ବର୍ଷ ଧରି ହୋଇଥିବା ତୃଟିକୁ ଦୂର କରିଦେଇଛନ୍ତି।

Indian Railwaysଏହି ନିଷ୍ପତ୍ତି ପରେ ହଜାର ହଜାର କର୍ମଚାରୀଙ୍କର ଦରମାରେ ଭଲ ବୃଦ୍ଧି ହେବା ନିଶ୍ଚିତ। କୁହାଯାଉଛି ଚିଫ୍ ଲୋକୋ ଇନସପେକ୍ଟର୍ସ ପଦରେ ନିଯୁକ୍ତି ଥିବା କର୍ମଚାରୀଙ୍କ ଦରମାରେ ହଜାର ଟଙ୍କା ବୃଦ୍ଧି ହେବ। ସେହିଭଳି ହଜାର ଟଙ୍କା ଏରିୟର ମଧ୍ୟ ମିଳିବ।

ଏହାପୂର୍ବରୁ ରେଲବାଇ ରେଲୱେ ୱାର୍କଶପ ଏବଂ ପ୍ରଡକସନ ୟୁନିଟର କର୍ମଚାରୀଙ୍କ ଇନସେନଟିଭ୍ ଏବଂ ବୋନସକୁ ଦୁଇଗୁଣା କରିଦେଇଥିଲା। କେବଳ ଏତିକି ନୁହେଁ କର୍ମଚାରୀଙ୍କୁ ଦୁଇ ବର୍ଷର ଏରିୟର ମଧ୍ୟ ଦେବା ପାଇଁ ଘୋଷଣା କରାଯାଇଛି।