କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ପାର୍ବଣ ଋତୁ ଅବସରରେ ବଢ଼ିବ ମହଙ୍ଗା ଭତ୍ତା

ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ଖୁସି ଖବର। ପାର୍ବଣ ଋତୁ ଅବସରରେ କର୍ମଚାରୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ସରକାର ଦେବେ ବଡ଼ ଉପହାର। ବଢ଼ିବ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା। ଉପକୃତ ହେବେ ୪୭ ଲକ୍ଷ କର୍ମଚାରୀଙ୍କ ସହ ୬୮ ଲକ୍ଷ ପେନସନଭୋଗୀ। ଜାଣନ୍ତୁ କେବେଠୁ ଆଉ କେତେ ପ୍ରତିଶତ ଲାଗୁ ହେବ..

ଆରମ୍ଭ ହୋଇଛି ସେପ୍ଟେମ୍ବର ମାସ। ଏହାସହ ଗଣେଶ ଚତୁର୍ଥୀ ସହିତ ପାର୍ବଣ ଋତୁର ଆଗମନ ମଧ୍ୟ ହୋଇଯାଇଛି। ଚଳିତ ମାସ ସେପ୍ଟେମ୍ବର ୨୬ ତାରିଖରୁ ନବରାତ୍ରୀ ପର୍ବ ଆରମ୍ଭ ହେଉଛି। ଆଉ ଏହାରି ମଧ୍ୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର। ଶୁଣିବାକୁ ମିଳିଛି ଯେ ଦୁର୍ଗାପୂଜା ଶୁଭ ଅବସରରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଖୁସି ଖବର ଦେବାକୁ ଯାଉଛନ୍ତି। ସରକାର ସେପ୍ଟେମ୍ବର ମାସରେ ହେବାକୁ ଥିବା କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରଙ୍କ ମହଙ୍ଗା ଭତ୍ତା କୁ ବଢ଼ାଇବାର ଯୋଜନା ରଖିଛନ୍ତି।

ନବରାତ୍ରୀରେ ବଢ଼ିବ ମହଙ୍ଗା ଭତ୍ତା:
୨୬ ସେପ୍ଟମ୍ବରରୁ ନବରାତ୍ରୀ ପର୍ବ ଆରମ୍ଭ ହେଉଛି। ଆସନ୍ତା ମାସ ଅକ୍ଟୋବର ୫ ରେ ଦଶହରା। ଏହି ଅବସରରେ କର୍ମଚାରୀଙ୍କୁ ଖୁସି କରିବା ପାଇଁ ସେପ୍ଟମ୍ବ ର ମାନେ ଚଳିତ ମାସରେ କେନ୍ଦ୍ରୀୟ କର୍ମଚାରୀ ତଥା ପେନସନଭୋଗୀଙ୍କ ଡିଏ ବଢ଼ିବାର ଶୁଣିବାକୁ ମିଳିଛି। ପ୍ରତିବର୍ଷ ସରକାର ଦୁଇ ଥର ମହଙ୍ଗା ଭତ୍ତା ବଢ଼ାଇଥାନ୍ତି। ପ୍ରଥମ ଚରଣ ଜାନୁଆରୀ ଦ୍ୱିତୀୟ ଚରଣ ଜୁଲାଇରୁ ଲାଗୁ ହୋଇଥାଏ। ମହଙ୍ଗା ଦରକୁ ଧ୍ୟାନରେ ରଖି ଡିଏ ଓ ଡିଆର ରେ ପରିବର୍ତ୍ତନ କରାଯାଏ। ଏବେ ଏହି ମହଙ୍ଗା ଦର ଆରବିଆଇ ର ଟଲେରାନ୍ସ ଲେଭଲ ୬% ଉପରେ ଚାଲୁଛି। ଏହା ଏବ ୬.୭୧% ରହିଛି। ବର୍ଷ ୨୦୨୨ ପୂର୍ବରୁ ଜାନୁଆରୀ ଓ ଜୁନ ପାଇଁ ସରକାର ମହଙ୍ଗା ଭତ୍ତାକୁ ବଢ଼ାଇଛନ୍ତି। ଏବେ ଜୁଲାଇ ରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବଢ଼ିବାର ଅପେକ୍ଷା ରହିଛି। ତେବେ ସେପ୍ଟେମ୍ବର ମାସରେ ମହଙ୍ଗା ଭତ୍ତାକୁ ବଢ଼ିବାର ଯୋଜନା ରହିଛି।

କେତେ ବଢ଼ିବ ଡିଏ:
ପ୍ରଥମେ କୁହାଯାଉଥିଲା ଯେ ମହଙ୍ଗା ଭତ୍ତା ରେ ୪% ବୃଦ୍ଧି ହେବ। କିନ୍ତୁ ଦର ଦାମ ବୃଦ୍ଧିକୁ ଧ୍ୟାନରେ ରଖି ମହଙ୍ଗା ଭତ୍ତାକୁ ୫% ବଢ଼ିବାର ଯୋଜନା ରହିଥିବାର ଶୁଣିବାକୁ ମିଳିଛି। ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍‌ ଇଣ୍ଡେକ୍ସ ର ଡାଟାକୁ ଧ୍ୟାନରେ ରଖି ଅନୁମାନ ଲଗାଯାଉଛି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୯% ବଢ଼ିପାରେ। ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ଜବରଦସ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ରିପୋର୍ଟ ମୁତାବିକ କେନ୍ଦ୍ରସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ପାଖାପାଖି ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀ ଙ୍କ ଉପରେ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.