କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଦଳିଲା ନିୟମ, ଏବେ ପରିବାରକୁ ମିଳିବ ସର୍ବାଧିକ ୨.୫୦ ଲକ୍ଷ ଟଙ୍କା ଫ୍ୟାମିଲି ପେନସନ

ଯଦି ସ୍ୱାମୀ ଓ ସ୍ତ୍ରୀ ଉଭୟ ପେନସନ ନିୟମର ଅନ୍ତର୍ଗତ ଆସିଥାନ୍ତି ତେବେ ଉଭୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାରଙ୍କୁ ଫ୍ୟାମିଲି ପେନସନ ମିଳିବ। ୭ମ ବେତନ ଆୟୋଗ ଅନ୍ତର୍ଗତ ସରକାର ବିଗତ ଦିନରେ ମହଙ୍ଗା ଭତ୍ତାକୁ ୩୧%ରୁ ବଢ଼ାଇ ୩୪% କରିଛନ୍ତି। ଏ ହାପରେ ବିତ୍ତ ମନ୍ତ୍ରାଳୟ ୧ ଜାନୁଆରୀ ୨୦୨୨ରୁ ଏରିଅର ଦେବା ପାଇଁ ମଞ୍ଜୁରି ପ୍ରଦାନ କରିଥିଲେ। ଆଜି ଆମେ କେନ୍ଦ୍ରୀୟ କର୍ମଚାରୀଙ୍କ ପରିବାରକୁ ମିଳୁଥିବା ପେନସନ ସମ୍ପର୍କରେ ସୂଚନା ଦେବୁ। ପ୍ରକୃତରେ ଫ୍ୟାମିଲି ପେନସନ ସହ ଜଡ଼ିତ କିଛି ନିୟମରେ ସରକାର କିଛି ମାତ୍ରାରେ ନୂଆ ଅପଡେଟ କରାଇଛନ୍ତି। ଯାହା ସମ୍ପର୍କରେ ଜାଣିବା ଆପଣ ନିହାତି ଆବଶ୍ୟକ।

କେନ୍ଦ୍ରୀୟ କର୍ମଚାରୀଙ୍କ ପରିବାରଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ପେନସନ ସୁବିଧା ମିଳିଥାଏ। ଏମିତିରେ ଯଦି ସ୍ୱାମୀ ସ୍ତ୍ରୀ ଦୁଇଜଣ ସରକାରୀ କର୍ମଚାରୀ ହୋଇଥାନ୍ତି ତେବେ ସେମାନେ ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍‌ ପେନସନ ୧୯୭୨ ଅନ୍ତର୍ଗତ ଆସିଥାନ୍ତି। ତେଣୁ ଏଭଳି ସ୍ଥିତିରେ ତାଙ୍କ ପରିବାରକୁ ଫ୍ୟାମିଲି ପେନସନ ମିଳିଥାଏ। ରିଟାୟରମେଣ୍ଟ ପରେ ଯଦି ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପିଲାଙ୍କୁ ମାନେ ନୋମିନୀଙ୍କୁ ଦୁଇ ଜଣଙ୍କ ପେନସନ ଏକାଠି ମିଳିବ। ଏହାକୁ ଯୋଡ଼ିଲେ ଅର୍ଥରାଶି ୧.୨୫ ଲକ୍ଷ ଟଙ୍କା ହେଉଥିବା ଦରକାର।

ସିସିଏସ୍‌ ପେନିସନ ୧୯୭୨ ରୁ ରୁଲ ୫୪(୧୧) ଅନୁଯାୟୀ, ସ୍ୱାମୀ ସ୍ତ୍ରୀ ଉଭୟ କେନ୍ଦ୍ରୀୟ କର୍ମଚାରୀ ହେବା ସହ ଯଦି ଦୁଇ ଜଣଙ୍କ ମୃତ୍ୟୁ ହୁଏ ତେବେ ଯାଇ ତାଙ୍କ ପିଲାଙ୍କୁ ଫ୍ୟାମିଲି ପେନସନ ମିଳିବ। ଯଦି ଚାକିରି କରିବା ରୁ ଅବସର ମଧ୍ୟରେ କାହାର ମୃତ୍ୟୁ ହୋଇଯାଏ ତେବେ ଫ୍ୟାମିଲି ପେନସନ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ମିଳିବ। ସେ ସ୍ୱାମି ହୁଅନ୍ତୁ ଅବା ସ୍ତ୍ରୀ। କେବଳ ଦୁଇ ଜଣଙ୍କ ମୃତ୍ୟୁ ହେଲେ ଯାଇ ହିଁ ତାଙ୍କ ପିଲାଙ୍କୁ ମିଳିବ।

ପୂର୍ବରୁ ମୃତ୍ୟୁ ପରେ ପିଲାଙ୍କୁ ଫ୍ୟାମିଲି ପେନସନ ଆକାରରେ ୪୫ ହଜାର ଟଙ୍କା ମିଳୁଥିଲା। ପେନସନ ରୁଲ ୫୪(୩) ଅନ୍ତର୍ଗତ ଏହି ନିୟମ କରାଯାଇଥିଲା। ଯଦି ପିଲାଙ୍କୁ ଏହି ରାଶି ମିଳେ ତେବେ ରୁଲ ୨ ଅନ୍ତର୍ଗତ ୨୭ ହଜାର ଟଙ୍କା ହୋଇଥାଏ।

ତେବେ ୭ମ ବେତନ ଆୟୋଗ ମୁତାବିକ ଅଧିକତମ ପେନସନ ରାଶି ୧.୨୫ ଲକ୍ଷ ଟଙ୍କା ହେବ । କିନ୍ତୁ ଏବେ ର ନୂଆ ନିୟମରେ ରିଟାଏରମେଣ୍ଟ ପରେ ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୁଏ ତେବ ପ୍ରଥମ ରାଶି ୧.୨୫ ଲକ୍ଷ ଟଙ୍କା ହୋଇଥିବା ବେଳେ ଦ୍ୱିତୀୟ ପେନସନ ରାଶି ୭୫ ହଜାର ଟଙ୍କା ହେବ। ଏବେର ୭ମ ବେତନ ନିୟମ ମୁତାବିକ ସରକାର ମାସକ ହିସାବରେ ଫ୍ୟାମିଲି ପେନସନ ୨.୫୦ ଲକ୍ଷ ଟଙ୍କା ହେବ।

Leave A Reply

Your email address will not be published.