କେନ୍ଦ୍ର ସରକାର ଡିଏ ବଢ଼ାଇବା ପରେ କର୍ମଚାରୀଙ୍କୁ ମିଳିବ ମାସିକ ଏତିକି ଦରମା, କେମିତି ଜାଣନ୍ତୁ

ଡିଏ ବଢ଼ିଲେ ମିଳିବ କେତେ? କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି । ଯାହା ଉପରେ ମୋହର ଲାଗିବାର ଶୁଣିବାକୁ ମିିଳିଛି । ଏହା ପରେ ହିଁ ଅର୍ଥ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯିବ ।ଏହି ବୃଦ୍ଧି ପରେ ଆପଣଙ୍କ ଦରମାରେ ବମ୍ପର ବୃଦ୍ଧି ହେବାକୁ ଯାଉଛି । 

କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି । ଏହି ବୃଦ୍ଧି ପରେ ଆପଣଙ୍କ ଦରମାରେ ବମ୍ପର ବୃଦ୍ଧି ହେବାକୁ ଯାଉଛି । ଏଠାରେ କହି ରଖୁଛୁ ଯେ, କେନ୍ଦ୍ରର ମୋଦି ସରକାର ସିଧାସଳଖ ୨୭,୦୦୦ ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି । ଜାଣିବା ପାଇଁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ

ଆଜି ଶୁକ୍ରବାର ମାର୍ଚ୍ଚ ୧୭ ରେ ଏହାକୁ ନେଇ ଏକ ବୈଠକ ହୋଇଥିଲା। ଯାହା ଉପରେ ମୋହର ଲାଗିବାର ଶୁଣିବାକୁ ମିିଳିଛି । ଏହା ପରେ ହିଁ ଅର୍ଥ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯିବ ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଯଦି ଆପଣ ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରୁଛନ୍ତି । ତେବେ ଆପଣଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି । କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି । ଏହି ବୃଦ୍ଧି ପରେ ଆପଣଙ୍କ ଦରମାରେ ବମ୍ପର ବୃଦ୍ଧି ହେବାକୁ ଯାଉଛି । ଏଠାରେ କହି ରଖୁଛୁ ଯେ, କେନ୍ଦ୍ରର ମୋଦି ସରକାର ସିଧାସଳଖ ୨୭,୦୦୦ ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି । ଆଜି ଅର୍ଥାତ୍ ଶୁକ୍ରବାର ଦିନ ଏହା ଉପରେ ମୋହର ଲଗାଇପାରେ । ଏହା ପରେ ହିଁ ଅର୍ଥ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯିବ ।

ଆଜି ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଛି । ଯାହା ପରେ ଦରମା ବୃଦ୍ଧି ପାଇବ । ଲକ୍ଷ ଲକ୍ଷ ପେନସନଭୋଗୀ ଓ କର୍ମଚାରୀ ଏଥିରୁ ସିଧାସଳଖ ଉପକୃତ ହେବେ । ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ କ୍ୟାବିନେଟ ବୈଠକ ବୁଧବାର ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ କିଛି କାରଣରୁ ଏହି ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହେବ । ଏହି ବୈଠକରେ ୪ ପ୍ରତିଶତ ମହଙ୍ଗା ଭତ୍ତା ଅନୁମୋଦନ ମିଳିବ । ଏହା ପରେ ହିଁ ଏହି ବିଜ୍ଞପ୍ତି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯିବ । ସରକାର କହିଛନ୍ତି ଯେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇବ ।

ଆପଣଙ୍କୁ କହି ରଖୁଛୁ ଯେ, ଯଦି ଜଣେ କର୍ମଚାରୀଙ୍କ ବେସିକ୍ ଦରମା ୧୮,୦୦୦ ଟଙ୍କା, ତା’ହେଲେ ତାଙ୍କ ବେତନରେ ମାସକୁ ୭୨୯ ଟଙ୍କା ବୃଦ୍ଧି ହେବ । ଅର୍ଥାତ୍ କର୍ମଚାରୀଙ୍କ ବାର୍ଷିକ ବେତନରେ ୮,୬୪୦ ଟଙ୍କା ବୃଦ୍ଧି ହେବ । ଅନ୍ୟପକ୍ଷରେ, ଯଦି କର୍ମଚାରୀଙ୍କ ବେତନ ମାସକୁ ୫୬,୯୦୦ ଟଙ୍କା, ତା’ହେଲେ ସେମାନଙ୍କ ଦରମା ମାସିକ ୨୨୭୬ ଟଙ୍କା ବୃଦ୍ଧି ପାଇବ । ଅର୍ଥାତ୍ ବାର୍ଷିକ ବେତନ ୨୭,୩୧୨ ଟଙ୍କା ବୃଦ୍ଧି ପାଇବ । ବେତନ ବୃଦ୍ଧି ପାଇଁ ସରକାର ଖୁବ ଶୀଘ୍ର ଘୋଷଣା କରିପାରନ୍ତି ।

ସୂଚନାଯୋଗ୍ୟ, ଯେ ଯଦି କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ ୪ ପ୍ରତିଶତ ବୃଦ୍ଧି ହୁଏ । ସେମାନଙ୍କ ମହଙ୍ଗା ଭତ୍ତା ୪୨ ପ୍ରତିଶତରେ ପହଞ୍ଚିବ । ଜୁଲାଇ ୨୦୨୨ରେ ମଧ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA କୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । DA ଓ DR ବୃଦ୍ଧି ଯୋଗୁଁ ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.