୭ମ ବେତନ କମିଶନ : ବାକି ଥିବା ଡିଏ ଏରିୟର ନେଇ ବଡ ଘୋଷଣା, ଏହି ଦିନ ଖାତାକୁ ଆସିବ ଟଙ୍କା

ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ପୁଣି ଥରେ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । ଏହି ମାସ ସରକାର ଡିଏ ବୃଦ୍ଧି କରିବା ସହ ୧୮ ମାସର ବାକିଥିବା ଡିଏ ଏରିୟର ଉପରେ ନିଷ୍ପତ୍ତି ନେଇ ପାରନ୍ତି । କେନ୍ଦ୍ରୀୟ କର୍ମଚାରୀ ଦୀର୍ଘ ଦିନ ଧରି ଡିଏ ଏରିୟର ପାଇଁ ଦାବି କରି ଆସୁଛନ୍ତି ।

କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ବାକି ଥିବା ଏରିୟର

ସୂଚନା ଅନୁଯାୟୀ, ସରକାର ଅଗଷ୍ଟ ମାସରେ ଲକ୍ଷାଧିକ କେନ୍ଦ୍ର କର୍ମଚାରୀଙ୍କ ଖାତାରେ ବାକିଥିବା ଡିଏ ପଇଠ କରି ପାରନ୍ତି । କେନ୍ଦ୍ରୀୟ କର୍ମଚାରୀ ୨୦୨୦ ଜାନୁଆରୀରୁ ୨୦୨୧ ଜୁନ ଯାଏ ବାକି ରହିଥିବା ଡିଏ ପାଇଁ ଦାବି କରି ଆସୁଥିଲେ । ଏଥିପୂର୍ବରୁ ସରକାର ଏହି ଏରିୟର ଅର୍ଥ ଦେବା ପାଇଁ କହିଥିଲେ ମଧ୍ୟ ଦେଇ ପାରିନଥିଲେ । ଏବେ ସରକାର କର୍ମଚାରୀଙ୍କ ଖାତାରେ ୧.୫୦ ଲକ୍ଷ ଟଙ୍କା ଦେବାକୁ ଯୋଜନା କରୁଛନ୍ତି ।

ବୈଠକରେ ହୋଇପାରେ ନିଷ୍ପତ୍ତି

ଅର୍ଥ ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ ଟ୍ରେନିଂ ଓ ବ୍ୟୟ ବିଭାଗ ଅଧିକାରୀଙ୍କ ଯୁଗ୍ମ ବୈଠକ ହେବାକୁ ସ୍ଥିର କରାଯାଇଛି । ଏଥିରେ କର୍ମଚାରୀଙ୍କ ବାକିଥିବା ଡିଏ ଏରିୟର ଉପରେ ଆଲୋଚନା ହୋଇପାରେ । ଏହାଛଡ଼ା ବୈଠକରେ ଡିଏ ବୃଦ୍ଧି ନେଇ ମଧ୍ୟ ଘୋଷଣା କରାଯାଇପାରେ । ଏବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୪ ପ୍ରତିଶତ ଡିଏ ଦିଆଯାଉଛି । ତେବେ ଜୁଲାଇରେ ୫ ରୁ ୬ ପ୍ରତିଶତ ଡିଏ ବୃଦ୍ଧି ହେବାର ଆଶା କରାଯାଉଛି ।

୧୮ ମାସର ବାକି ରହିଛି ଡିଏ

କୋଭିଡ ଯୋଗୁ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କ ୧୮ ମାସର ଡିଏ ଦେଇ ନଥିଲେ । ଏହା ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କ ଡିଏରେ ବହୁବାର ବୃଦ୍ଧି କରାଯାଇଛି । ହେଲେ ବାକିଥିବା ୧୮ ମାସର ଡିଏ ଏଯାଏ କର୍ମଚାରୀଙ୍କୁ ମିଳିନାହିଁ । ଦୀର୍ଘ ଦିନ ଧରି କର୍ମଚାରୀ ଏଥିପାଇଁ ଦାବି କରିଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.