7th Pay Commission : କର୍ମଚାରୀଙ୍କ ବଢ଼ିବ ଦରମା, ଜାଣନ୍ତୁ କେତେ ବଢ଼ିବ ଓ କେବେ ହେବ ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖୁସୀ ଖବର । କେନ୍ଦ୍ର କର୍ମଚାରୀଙ୍କୁ ସରକାର ଖୁବ ଶୀଘ୍ର ଦେବେ ବଡ ପୁରସ୍କାର । ରିପୋର୍ଟ ଅନୁସାରେ ବୁଧବାର ହେବାକୁ ଥିବା କ୍ୟାବିନେଟ ବୈଠକରେ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ଚର୍ଚ୍ଚା ହୋଇପାରେ । ଯଦି ଏହି ବୈଠକରେ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ମୋହର ଲାଗେ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ନ୍ୟୁନତମ ବେସିକ ସାଲେରୀ ୧୮ ହଜାର ଟଙ୍କା ବଦଳରେ ୨୬ ହଜାର ହେବ ।

ବଢ଼ିପାରେ ଫିଟମେଣ୍ଟ ଫ୍ୟାକ୍ଟର

ଏହି ବୈଠକରେ ଫିଟମେଣ୍ଟ ଫ୍ୟାକ୍ଟରକୁ ବଢ଼ାଯାଇପାରେ । ସରକାରୀ କର୍ମଚାରୀଙ୍କ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । କାରଣ କର୍ମଚାରୀଙ୍କ ଦରମା ବଢ଼ାଇବାରେ ଫିଟମେଣ୍ଟ ଫ୍ୟାକ୍ଟରର ହିଁ ବ୍ୟବହୃତ ହୋଇଥାଏ । ଏହି ଆଧାରରେ କର୍ମଚାରୀଙ୍କ ବେସିକ ଦରମା ସ୍ଥିର ହୋଇଥାଏ । ଯଦି ମୋଦି ସରକାର ଫିଟମେଣ୍ଟ ଫ୍ୟାକ୍ଟରକୁ ବଢ଼ାନ୍ତି,ତେବେ କର୍ମଚାରୀଙ୍କ ନ୍ୟୁନତମ ଦରମା ବଢ଼ିଯିବ ।

ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି

କେନ୍ଦ୍ର ଓ ରାଜ୍ୟ କର୍ମଚାରୀମାନେ ଦୀର୍ଘ ଦିନ ଧରି ସେମାନଙ୍କ ଫିଟମେଣ୍ଟ ଫ୍ୟାକ୍ଟରକୁ ୨.୫୭ ପ୍ରତିଶତରୁ ବଢ଼ାଇ ୩.୬୮ ପ୍ରତିଶତ କରିଦେବାକୁ ଦାବି କରିଛନ୍ତି । ଏବେ ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ ପ୍ରତିଶତ ଆଧାରରେ ଦରମା ମିଳୁଛି । ଯଦି ଏହାକୁ ୩.୬୮ ପ୍ରତିଶତ ବଢ଼ାଇ ଦିଆଯାଏ, ତେବେ କର୍ମଚାରୀଙ୍କ ନ୍ୟୁନତମ ଦରମା ୧୮ ହଜାର ଟଙ୍କାରୁ ବୃଦ୍ଧି ପାଇ ୨୬ ହଜାର ଟଙ୍କା ହୋଇଯିବ ।

ସରକାର ଏହା ଉପରେ ବିଚାର କରୁଛନ୍ତି

କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀଙ୍କ ଦୀର୍ଘ ଦିନର ଏହି ଦାବି ଉପରେ ବିଚାର କରୁଛନ୍ତି । ଆଶା କରାଯାଉଛି, ମାର୍ଚ୍ଚ ମାସରୁ ଦରମାରେ ବୃଦ୍ଧି ହୋଇ ଫିଟମେଣ୍ଟ ଫ୍ୟାକ୍ଟର ଘୋଷଣା କରାଯାଇପାରେ । ଫଳରେ କର୍ମଚାରୀଙ୍କ ନ୍ୟୁନତମ ଦରମାରେ ମଧ୍ୟ ବୃଦ୍ଧି ଘଟିବ ।

ଫିଟମେଣ୍ଟ ଫ୍ୟାକ୍ଟରକୁ ୩ ଗୁଣା ବଢ଼ାଇବାକୁ ଦାବି

ସରକାର ୭ମ ବେତନ ଆୟୋଗର ସୁପାରିଶ ଲାଗୁ କରିବାକୁ ଚାହୁଁ ଛନ୍ତି,ହେଲେ ନ୍ୟୁନତମ ଦରମା ବଢ଼ାଇବା ସପକ୍ଷରେ ନାହାଁନ୍ତି । ସରକାର ଫିଟମେଣ୍ଟ ଫ୍ୟାକ୍ଟରକୁ ୩ ଗୁଣା ବଢ଼ାଇ ପାରନ୍ତି । ଫିଟମେଣ୍ଟ ଫ୍ୟାକ୍ଟରକୁ ବଢ଼ାଇବା ଦ୍ୱାରା କର୍ମଚାରୀଙ୍କ ବେସିକ ପେ ବା ମୂଳ ଦରମା ୧୮,୦୦୦ ରୁ ବଢ଼ିକରି ୨୧,୦୦୦ ଟଙ୍କା ହୋଇଯିବ । ଏ ନେଇ କ୍ୟାବିନେଟ ସେକ୍ରେଟାରୀଙ୍କୁ କର୍ମଚାରୀ ୟୁନିୟନ ସାକ୍ଷାତ କରିଛନ୍ତି ଓ ଏଥିପାଇଁ ଆଶ୍ୱାସନା ମଧ୍ୟ ମିଳିଛି । ମିଳିଥିବା ସୂତ୍ର ଅନୁଯାୟୀ ସରକାର ଏବେ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.