୨ .୭୮ ଲକ୍ଷ ଆଶାୟୀଙ୍କ ଅପେକ୍ଷାର ହେଲା ଅନ୍ତ, ଜୁଲାଇ ୨୩ରୁ ଆରମ୍ଭ ହେବ ପରୀକ୍ଷା

ରେଳ ଭର୍ତ୍ତି ବୋର୍ଡ ବା (ଆରଆରବି) ନିଜ ଅଫିସିଆଲ ୱେବସାଇଟରେ ସପ୍ତମ ଫେଜର ପରୀକ୍ଷା ତାରିଖ ଘୋଷଣା କରିଛି । ସିବିଟି ୧
ପରୀକ୍ଷା କାର୍ଯ୍ୟକ୍ରମ ଅନୁସାରେ ଆସନ୍ତା ଜୁଲାଇ ୨୩ , ୨୪ , ୨୬ ଓ ୩୧ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । କହିରଖିବା ଉଚିତ ହେବକି ୨
.୭୮ ଲକ୍ଷ ଆଶାୟୀ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ । ପରୀକ୍ଷା କେନ୍ଦ୍ର ଓ ତାରିଖ ବିଷୟରେ ଜାଣିବା ପାଇଁ ଅଫିସିଆଲ ୱେବସାଇଟରେ ପରୀକ୍ଷାର ୧୦ ଦିନ ପୂର୍ବରୁ ଲିଙ୍କ ଆକ୍ଟିଭ ହୋଇଯିବ । ଯେବେକି ଚାରି ଦିନ ପୂର୍ବରୁ ଆଶାୟୀ ମାନେ ଅଫିସିଆଲ ୱେବସାଇଟକୁ ଯାଇ ଆଡମିଟ କାର୍ଡ଼ ଡାଉନଲୋଡ କରିପାରିବେ । ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ପ୍ରାର୍ଥୀମାନେ ପରୀକ୍ଷା ଆରମ୍ଭର ଏକ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଂଚିବା ଉଚିତ । ବିଳମ୍ବ ହେଲେ ପ୍ରବେଶର ଅନୁମତି ମିଳିବ ନାହିଁ ।

କହିରଖିବା ଉଚିତ ହେବକି, ଆରଆରବି ଏନଟିପିସି ପରୀକ୍ଷା ହିନ୍ଦୀ, କନ୍ନଡ, ଇଂରାଜୀ, ମରାଠୀ ସମେତ ୧୫ ଟି ଆଂଚଳିକ ଭାଷାରେ ଅନୁଷ୍ଠିତ ହେବ । ରିପୋର୍ଟ ଅନୁଯାୟୀ ସପ୍ତମ ଫେଜ ପରୀକ୍ଷାରେ ୩୫୨୮୦ ପଦ ପାଇଁ ଆବେଦକ ମାନଙ୍କର ଭର୍ତ୍ତି କରାଯିବ | ମାତ୍ରାଧିକ ଆବେଦନ କରାଯାଇଥିବାରୁ ହିଁ ବିଭିନ୍ନ ଫେଜରେ ପରୀକ୍ଷା ଅନୁଷ୍ଠିତ କରାହେଉଛି । ସମ୍ପୂର୍ଣ୍ଣ ରୂପେ କମ୍ପୁଟର ଆଧାରରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ | ଚଳିତ ବର୍ଷ ଏଥିପାଇଁ ପ୍ରାୟ ୧.୨୬ କୋଟି ଜଣ ଆବେଦନ କରିଥିବା ଜଣାଯାଇଛି ।

ଆରଆରବି ପକ୍ଷରୁ ପ୍ରାର୍ଥୀଙ୍କ ପଂଜିକୃତ ଇମେଲ ଓ ଅନଲାଇନ ଆବେଦନ ପତ୍ରରେ ଦିଆଯାଇଥିବା ମୋବାଇଲ ନମ୍ବରରେ ହିଁ ଆବଶ୍ୟକ ସୂଚନା ମାନ ପଠାଇଛନ୍ତି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ, ପେଜର, ଘଡି, ବ୍ଲୁ ଟୁଥ ସ୍ପିକର, କଳାକୁଲେଟର, ଚୁଡ଼ି କିମ୍ବା ବେଲ୍ଟ ଆଦି ପାଇଁ ଅନୁମତି ନାହିଁ ।

Leave A Reply

Your email address will not be published.