ଆଜିକାଲି ଯୁଗରେ ବାଇକଠାରୁ ଅଧିକ କାରର ଚାହିଦା ବଢ଼ିବାରେ ଲାଗିଛି । ତେବେ ଅଗଷ୍ଟ ମାସରେ ଭାରତରେ ଅନେକ ନୂଆ କାର ଲଞ୍ଚ ହେବାକୁ ଯାଉଛି । ସେଥିମଧ୍ୟରୁ କିଛି ଚଳିତ ବର୍ଷର ସବୁଠାରୁ ବଡ ଲଞ୍ଚ ହେବ । ମହିନ୍ଦ୍ରା ଥାର ଠାରୁ ଆରମ୍ଭ କରି ମର୍ସିଡିଜ୍ ପର୍ଯ୍ୟନ୍ତ ଅନେକ ବିଳାସପୂର୍ଣ୍ଣ କାର ଚଳିତ ମାସରେ ଲଞ୍ଚ ହେବାକୁ ଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଅଗଷ୍ଟ ୨୦୨୪ରେ ଭାରତରେ ଲଞ୍ଚ ହେବାକୁ ଯାଉଥିବା ୮ଟି ନୂଆ କାର ବିଷୟରେ ଜଣାଇବୁ । ଆସନ୍ତୁ ଜାଣିବା ଏହା ବିଷୟରେ…. ତେବେ ଅଗଷ୍ଟ ମାସରେ ଲଞ୍ଚ ହୋଇଥିବା ପ୍ରଥମ କାର ହେଉଛି….
୨୦୨୪ ନିସାନ୍ x- ଟ୍ରେଲ୍:
4th ଜେନେରେସନ ନିସାନ୍ ଏକ୍ସ-ଟ୍ରେଲ୍ ଅଗଷ୍ଟରେ ଲଞ୍ଚ ହୋଇଥିବା ପ୍ରଥମ କାର । ପ୍ରାୟ ଏକ ଦଶନ୍ଧି ପରେ ଏହା ଭାରତରେ ଲଞ୍ଚ ହୋଇଛି । ଏକ୍ସ-ଟ୍ରେଲକୁ ୧. ୫ ଲିଟର ଟର୍ବୋ-ପେଟ୍ରୋଲ ଇଞ୍ଜିନ୍ ମିଳିବ, ଯାହା ୧୬୫ PS ପାୱାର ଏବଂ ୩୦୦ Nm ଟର୍କ ଜେନେରେଟ କରିବ । ଇଞ୍ଜିନ ସହିତ ଏଥିରେ CVT ଗିଅରବକ୍ସ ଯୋଗାଇ ଦିଆଯିବ । ଏଥିରେ ୧୨. ୩ -ଇଞ୍ଚର ଡିଜିଟାଲ୍ ଡ୍ରାଇଭର ଡିସପ୍ଲେ, ୮ -ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ୱାୟରଲେସ ଫୋନ ଚାର୍ଜର ଏବଂ ୭ଟି ଏୟାରବ୍ୟାଗ ଭଳି ଫିଚର୍ସ ରହିବ । ଏହାର ଦାମ ପ୍ରାୟ ୪୯ ଲକ୍ଷ ଟଙ୍କା ରହିଛି ।
ଟାଟା କର୍ଭ ଇଭି:
ନିକଟରେ ଟାଟାର ଆଗାମୀ ଇଲେକ୍ଟ୍ରିକ ଏସୟୁଭି-କୁପ୍ ର ଏକ୍ସଟେରିୟର ଲୁକ୍ ସାମ୍ନାକୁ ଆସିଛି ଏବଂ କମ୍ପାନୀ ଏହାର ଇଣ୍ଟେରିୟରର ଟିଜର ମଧ୍ୟ ପ୍ରକାଶ କରିଛି । ତଥାପି, ଟାଟା କର୍ଭ ଇଭିର ଅନେକ ଡିଟେଲସ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ । ଅନୁମାନ କରାଯାଉଛି ଯେ ଏହାର ବ୍ୟାଟେରୀ ପ୍ୟାକ୍ ନେକ୍ସନ୍ ଇଭି ଲଙ୍ଗ-ରେଞ୍ଜ ଠାରୁ ମଧ୍ୟ ବଡ ହେବ ଏବଂ ଫୁଲ୍ ଚାର୍ଜରେ ଏହାର ରେଞ୍ଜ ୫୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ଏଥିରେ ୧୨. ୩ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ୧୦. ୨୫-ଇଞ୍ଚର ଡିଜିଟାଲ ଡ୍ରାଇଭର ଡିସପ୍ଲେ, ପାନୋରାମିକ୍ ସନ୍ ରୁଫ୍, ୬ଟି ଏୟାରବ୍ୟାଗ ଏବଂ ୩୬୦ ଡିଗ୍ରୀ କ୍ୟାମେରା ଭଳି ଅନେକ ଦମଦାର ଫିଚର୍ସ ରହିବ । ଏଥିରେ ଆଡ଼ଭାନ୍ସ ଡ୍ରାଇଭର ଆସିଷ୍ଟାନ୍ସ (ADAS) ମଧ୍ୟ ଦିଆଯାଇପାରେ, ଯେଉଁଥିରେ ଆଡପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍, ଅଟୋନୋମସ ଏମର୍ଜେନ୍ସି ବ୍ରେକିଂ ଭଳି ଫିଚର୍ସ ମିଳିବାକୁ ଯାଉଛି । ଏହାର ଦାମ ୨୦ ଲକ୍ଷରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।
ମର୍ସିଡିଜ୍- AMG GLC 43 କୁପ୍:
ଅଗଷ୍ଟରେ ମର୍ସିଡିଜ୍-ବେଞ୍ଜ୍ ଦୁଇଟି କାର୍ ଲଞ୍ଚ କରିବ । ସେଥିମଧ୍ୟରୁ ଗୋଟିଏ ହେଉଛି ସେକେଣ୍ଡ ଜେନେରେସନ ମର୍ସିଡିଜ୍- AMG GLC 43 କୁପ୍ । ଯାହା GLC ଲାଇନ୍ଅପ୍ ର ଟପ୍ ମଡେଲ୍ ହେବ । ଏଥିରେ ୨-ଲିଟର ଟର୍ବୋ-ପେଟ୍ରୋଲ ଇଞ୍ଜିନ୍ ରହିବ, ଯାହା ୪୨୧ PS ପାୱାର ଏବଂ ୫୦୦ Nm ଟର୍କ ଜେନେରେଟ କରିବ । ଇଞ୍ଜିନ୍ ସହିତ ଏହାକୁ ୯-ସ୍ପିଡ୍ ଅଟୋମେଟିକ୍ ଗିଅରବକ୍ସ ଦିଆଯିବ । ଏହାର ଦାମ ପ୍ରାୟ ୬୫ ଲକ୍ଷ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି
ମର୍ସିଡିଜ୍-ବେଞ୍ଜ୍ CLE କ୍ୟାବ୍ରିଓଲେଟ୍:
ମର୍ସିଡିଜର ଦ୍ୱିତୀୟ କାର ହେଉଛି CLE କ୍ୟାବ୍ରିଓଲେଟ୍ । ଯଦିଓ ଭାରତରେ ଏହି ମଡେଲର ପାୱାର୍ ଟ୍ରେନ୍ ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ, କିନ୍ତୁ ଏହାର ଇଣ୍ଟରନ୍ୟାସନାଲ ଭର୍ସନରେ ଅନେକ ଇଞ୍ଜିନ୍ ଅପ୍ସନ ଅଛି ଯେଉଁଥିରେ ୨-ଲିଟର ଟର୍ବୋ-ପେଟ୍ରୋଲ, ୨-ଲିଟର ଡିଜେଲ ଏବଂ ୩-ଲିଟର ୬-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ସାମିଲ ଅଛି । ତେବେ ଅନୁମାନ କରାଯାଉଛି ଭାରତକୁ ଆସୁଥିବା ମଡେଲରେ ୨୦୪ PS କିମ୍ବା ୨୫୮ PS 2-ଲିଟର ଟର୍ବୋ-ପେଟ୍ରୋଲ ଇଞ୍ଜିନ୍ ଥାଇପାରେ । ଏହାର ଦାମ ପ୍ରାୟ ୧ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି ।
ଲମ୍ବର୍ଗିନି ଉରୁସ୍ SE:
ଲମ୍ବର୍ଗିନି ଉରୁସ୍ SE ହେଉଛି କମ୍ପାନୀର ପ୍ରଥମ ପ୍ଲଗ୍ ଇନ୍ ହାଇବ୍ରିଡ୍ ସ୍ପୋର୍ଟସ୍ ଏସୟୁଭି କାର୍ ଏବଂ ଚଳିତ ମାସରେ ଏହା ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି SUVରେ ୪-ଲିଟର ଟ୍ୱିନ୍-ଟର୍ବୋ V8 ପେଟ୍ରୋଲ୍ ଇଞ୍ଜିନ୍ ରହିବ । ଏହାକୁ ଏକ ୮-ସ୍ପିଡ୍ ଅଟୋମେଟିକ୍ ଗିଅରବକ୍ସ ଦିଆଯିବ ଯାହା ସମସ୍ତ ଚକକୁ ପାୱାର ସପ୍ଲାଏ କରିବ । ପ୍ଲଗ୍-ଇନ୍ ହାଇବ୍ରିଡ୍ ସିଷ୍ଟମ୍ ପାଇଁ ଏହା ଏକ ଇଲେକ୍ଟ୍ରିକ୍ ମୋଟର ସହିତ ଆସିବ ଯାହା ୨୫. ୯ kWh ବ୍ୟାଟେରୀ ପ୍ୟାକ୍ ରୁ ପାୱାର ସପ୍ଲାଏ କରିବ । ଏଥିରେ ୧୨. ୩-ଇଞ୍ଚ ଟଚ୍ ସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ୧୨. ୩-ଇଞ୍ଚ ଡିଜିଟାଲ ଡ୍ରାଇଭର ଡିସପ୍ଲେ, ମଲ୍ଟି-ଜୋନ୍ କ୍ଲାଇମେଟ କଣ୍ଟ୍ରୋଲ, ଭେଣ୍ଟିଲେଟେଡ୍ ସିଟ୍, ପାନୋରାମିକ୍ ସନ୍ ରୁଫ୍, ଏକାଧିକ ଏୟାରବ୍ୟାଗ, ଷ୍ଟାବିଲିଟି କଣ୍ଟ୍ରୋଲ ସିଷ୍ଟମ ଏବଂ ଡ୍ରାଇଭର ଆସିଷ୍ଟାନ୍ସ ଭଳି ଅନେକ ଫିଚର୍ସ ରହିବ । ଏହାର ଦାମ ୪ ରୁ ୫ କୋଟି ଟଙ୍କାରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।
ସାଇଟ୍ରୋନ୍ ବେସାଲ୍ଟ:
ଚଳିତ ମାସ ଭାରତରେ ଦ୍ୱିତୀୟ ଏସୟୁଭି-କୁପ କାର ଭାବରେ ସାଇଟ୍ରୋନ୍ ବେସାଲ୍ଟ ଲଞ୍ଚ ହେବ । ଏହା ଭାରତରେ ସାଇଟ୍ରୋନ୍ ର ପଞ୍ଚମ କାର ହେବ । ଏଥିରେ ୧୦. ୨ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ୭-ଇଞ୍ଚର ଡିଜିଟାଲ ଡ୍ରାଇଭର ଡିସପ୍ଲେ, ଅଟୋମେଟିକ କ୍ଲାଇମେଟ କଣ୍ଟ୍ରୋଲ, କ୍ରୁଜ୍ କଣ୍ଟ୍ରୋଲ, ୬ଟି ଏୟାରବ୍ୟାଗ, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ (ESC), ଟାୟାର ପ୍ରେସର ମନିଟରିଂ ସିଷ୍ଟମ ଏବଂ ରିଅରଭ୍ୟୁ କ୍ୟାମେରା ଭଳି ଅନେକ ଦମଦାର ଫିଚର୍ସ ମିଳିବାକୁ ଯାଉଛି । ଏହାର ଦାମ ୧୦ ଲକ୍ଷ ଟଙ୍କାରୁ ଆରମ୍ଭ ହେବ ।
ମହିନ୍ଦ୍ରା ଥାର୍ ରୋକ୍ସ:
ଅଗଷ୍ଟ ମାସରେ ଆସୁଥିବା କାର ଗୁଡିକ ମଧ୍ୟରେ ମହିନ୍ଦ୍ରା ଥାର୍ ରୋକ୍ସ ଖୁବ ଚର୍ଚ୍ଚିତ । ଏହା ସ୍ୱାଧୀନତା ଦିବସ ଅବସରରେ ଲଞ୍ଚ ହେବାକୁ ଯାଉଛି । ଏହି ୫ ଡୋର୍ ଥାରରେ ୨. ୨-ଲିଟର ଡିଜେଲ ଏବଂ ୨-ଲିଟର ଟର୍ବୋ-ପେଟ୍ରୋଲ ଇଞ୍ଜିନ୍ ଅପ୍ସନ ମିଳିପାରେ, ଯଦିଓ ଏହି ଇଞ୍ଜିନଗୁଡିକ ଅଧିକ ପାୱାର୍ ଟ୍ୟୁନିଂ ସହିତ ଲଞ୍ଚ କରାଯାଇପାରେ ବୋଲି ସୂଚନା ରହିଛି । ଏହା ରିୟର ହ୍ଵିଲ୍-ଡ୍ରାଇଭ୍ ଏବଂ ଫୋର୍ ହ୍ଵିଲ୍ ଡ୍ରାଇଭ୍ କନ୍ଫିଗିରେସନରେ ଲଞ୍ଚ କରାଯାଇପାରେ । ମହିନ୍ଦ୍ରା ଏକ ବଡ଼ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ଡିଜିଟାଲ୍ ଡ୍ରାଇଭର ଡିସପ୍ଲେ, ଅଟୋମେଟିକ କ୍ଲାଇମେଟ କଣ୍ଟ୍ରୋଲ, ପାନୋରାମିକ୍ ସନ୍ ରୁଫ୍, ୬ଟି ଏୟାରବ୍ୟାଗ ଏବଂ ୩୬୦-ଡ଼ିଗ୍ରୀ କ୍ୟାମେରା ଭଳି ଫିଚର୍ସ ମିଳିପାରେ । ଏହାର ଦାମ ୧୩ ଲକ୍ଷରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।
MG କ୍ଲାଉଡ୍ ଇଭି:
MG ମୋଟର ଭାରତରେ ଏକ ନୂଆ ଇଲେକ୍ଟ୍ରିକ କାର ଲଞ୍ଚ କରିବାକୁ ପ୍ଲାନ କରୁଛି ଏବଂ ଏହା ଏକ କ୍ରସଓଭର ହେବ । ଏହି MG କ୍ଲାଉଡ୍ ଇଭି ଇଣ୍ଟରନ୍ୟାସନାଲ ମାର୍କେଟରେ ୱୁଲିଂ କ୍ଲାଉଡ୍ ଇଭି ଭାବରେ ଉପଲବ୍ଧ । ଏଥିରେ ୫୦.୬ କିଲୋୱାଟ ବ୍ୟାଟେରୀ ପ୍ୟାକ୍ ସହିତ ଏକ ଇଲେକ୍ଟ୍ରିକ ମୋଟର ଦିଆଯାଇଛି । CLTC ସାର୍ଟିଫିକେଟ୍ ଦ୍ୱାରା ଏହି କାର ଫୁଲ୍ ଚାର୍ଜରେ ୪୬୦ କିଲୋମିଟରର ରେଞ୍ଜ ଦେବ । ଏହି କାରରେ ୧୫. ୬-ଇଞ୍ଚ ଫ୍ରି-ଫ୍ଲୋଟିଂ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ୮. ୮-ଇଞ୍ଚ ଡିଜିଟାଲ ଡ୍ରାଇଭର ଡିସପ୍ଲେ, ୬ ପ୍ରକାରର ପାୱାର ଆଡଜଷ୍ଟେବଲ୍ ଡ୍ରାଇଭର ସିଟ୍, ଅଟୋମେଟିକ କ୍ଲାଇମେଟ କଣ୍ଟ୍ରୋଲ, ୬ଟି ଏୟାରବ୍ୟାଗ ଏବଂ ୩୬୦ ଡିଗ୍ରୀ କ୍ୟାମେରା ଭଳି ଫିଚର୍ସ ମିଳିବ । ଏଥିରେ ଆଡପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍, ଅଟୋନୋମସ ଏମର୍ଜେନ୍ସି ବ୍ରେକିଂ ଭଳି ଦମଦାର ଫିଚର୍ସ ମଧ୍ୟ ମିଳିବାକୁ ଯାଉଛି । ଏହାର ଦାମ ପ୍ରାୟ ୨୦ ଲକ୍ଷରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।